ସ୍ପେଶାଲ

ବଫାଦାର୍ କୁକୁର ଟାଙ୍କ୍: ନିଜ ମାଲିକର ୬ବର୍ଷର ଛୁଆକୁ ଏମିତି ଦେଲା ସୁରକ୍ଷା, ଭିଡିଓ ହେଉଛି ଭାଇରାଲ୍

ଆମେ ସବୁବେଳେ ଶୁଣିଛେ କୁକୁର ସବୁବେଳେ ବଫାଦାର୍। ଯାହାର ଅନେକ ଉଦାହରଣ ଆମେ ଦେଖିଛେ। ତେବେ ବର୍ତ୍ତମାନ ପୁଣି ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ନିଜ ଉପସ୍ଥିତି ବୁଦ୍ଧିରେ କମାଲ୍ କରିଛି ଏକ ପୋଷା କୁକୁର। ଘଟଣାଟି ସାଉଥ୍ ଫ୍ଲୋରିଡ଼ାର।

ଭିଡିଓରେ ଯାହା ଦେଖିବାକୁ ମିଳିଛି, ଘର ବାହାର ଗାର୍ଡେନରେ ଏକ ୬ବର୍ଷର ଛୁଆଟି ନିଜ ପୋଷା କୁକୁର ଯାହା ନା ଟାଙ୍କ୍, ଯିଏକି  ଏକ ବର୍ଷର ଜର୍ମାନ୍ ସେଫର୍ଡ ସହିତ ଖେଳୁଛି। ସେହି ସମୟରେ ତା ପାଖକୁ ହଠାତ୍ ମାଡ଼ି ଆସିଥିଲା ସାମ୍ନା ପଡୋଶୀ ଘରର ଏକ କୁକୁର। ଦେଖୁ ଦେଖୁ ସେହି କୁକୁରଟି ଦ୍ରୁତ ଗତିରେ ଆସି ପହଁଗଲା ଶିଶୁଟି ପାଖରେ। ଆଉ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟିଯାଇଥାନ୍ତା ଏକ ବଡ ଅଘଟଣ । ମାତ୍ର ଶିଶୁଟି ସହିତ ଖେଳୁଥିବା ପୋଷା କୁକୁରଟି କିନ୍ତୁ ଭୁଲି ନଥିଲା ନା ଦାୟିତ୍ବ। କୁକୁରଟି କିଛି କ୍ଷତି କରିବା ପୂବରୁ ଠିକ୍ ସମୟରେ ଶିଶୁଟିକୁ ସୁରକ୍ଷା ଦେଇଦେଲା। ଟିକେବି ମସୟ ନନେଇ ଶିଶୁଟିକୁ ରକ୍ଷା କରିବାକୁ ଆଗେଇ ଆସିଲା। ଆଉ ଲମ୍ଫ ମାରିଥିଲା ପାଖ ପଡୋଶୀ ଘରର କୁକୁର ଉପରକୁ। କୁକୁରଟି ଛୁଆଟିକୁ ଆକ୍ରମଣ କରିବାକୁ ଯେତେ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲା।

ତେବେ କିଛି ସମୟ ଧରି ଚାଲିଲା ଦୁଇ କୁକୁର ଭିତରେ ମଧ୍ୟରେ ଛକାପଞ୍ଝା। ଛୁଆଟିକୁ ରକ୍ଷା କରିବାକୁ ତା ଘରେ ଥିବା ଆଉ ଏକ କୁକୁର ମଧ୍ଯ ଲଢେଇ କରିବାକୁ ଦୌଡି ଆସିଥିଲା। ଆଉ ଉକ୍ତ କୁକୁରକୁ ଉଭୟ ମିଶି ତଡିପାର୍ କରିଥିଲେ। ଏସବୁ ଘଟଣା ପରେ ଛୁଆଟିର ମା ଘରୁ ବାହାର ବାହାରି ଆସି ଶିଶୁଟିକୁ କୋଳେଇ ନେଇଥିଲେ। ଏବଂ ପାଖ ପଡୋଶୀ ମଧ୍ଯ ନିଜ କୁକୁରଟିକୁ ଘଟଣାସ୍ଥଳକୁ ଆସି କାବୁ କରିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

ଏହି ଭିଡିଓଟି ଗତ ମାସରେ ଟ୍ବିଟରରେ ସେୟାର କରାଯାଇଥିବା ବେଳେ, ଏହାକୁ ବର୍ତ୍ତମାନ ସୁଦ୍ଧା ୬ ମିଲିୟନ୍ ରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟିକୁ ୫୯ ହଜାରରୁ ଅଧିକ ଲାଇକ୍ ଓ ୫୦୦ ରୁ ଅଧିକ କମେଣ୍ଟ ମିଳି ସାରିଲାଣି।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago