ବଫାଦାର୍ କୁକୁର ଟାଙ୍କ୍: ନିଜ ମାଲିକର ୬ବର୍ଷର ଛୁଆକୁ ଏମିତି ଦେଲା ସୁରକ୍ଷା, ଭିଡିଓ ହେଉଛି ଭାଇରାଲ୍
ଆମେ ସବୁବେଳେ ଶୁଣିଛେ କୁକୁର ସବୁବେଳେ ବଫାଦାର୍। ଯାହାର ଅନେକ ଉଦାହରଣ ଆମେ ଦେଖିଛେ। ତେବେ ବର୍ତ୍ତମାନ ପୁଣି ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ନିଜ ଉପସ୍ଥିତି ବୁଦ୍ଧିରେ କମାଲ୍ କରିଛି ଏକ ପୋଷା କୁକୁର। ଘଟଣାଟି ସାଉଥ୍ ଫ୍ଲୋରିଡ଼ାର।
ଆମେ ସବୁବେଳେ ଶୁଣିଛେ କୁକୁର ସବୁବେଳେ ବଫାଦାର୍। ଯାହାର ଅନେକ ଉଦାହରଣ ଆମେ ଦେଖିଛେ। ତେବେ ବର୍ତ୍ତମାନ ପୁଣି ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ନିଜ ଉପସ୍ଥିତି ବୁଦ୍ଧିରେ କମାଲ୍ କରିଛି ଏକ ପୋଷା କୁକୁର। ଘଟଣାଟି ସାଉଥ୍ ଫ୍ଲୋରିଡ଼ାର।
ଭିଡିଓରେ ଯାହା ଦେଖିବାକୁ ମିଳିଛି, ଘର ବାହାର ଗାର୍ଡେନରେ ଏକ ୬ବର୍ଷର ଛୁଆଟି ନିଜ ପୋଷା କୁକୁର ଯାହା ନା ଟାଙ୍କ୍, ଯିଏକି ଏକ ବର୍ଷର ଜର୍ମାନ୍ ସେଫର୍ଡ ସହିତ ଖେଳୁଛି। ସେହି ସମୟରେ ତା ପାଖକୁ ହଠାତ୍ ମାଡ଼ି ଆସିଥିଲା ସାମ୍ନା ପଡୋଶୀ ଘରର ଏକ କୁକୁର। ଦେଖୁ ଦେଖୁ ସେହି କୁକୁରଟି ଦ୍ରୁତ ଗତିରେ ଆସି ପହଁଗଲା ଶିଶୁଟି ପାଖରେ। ଆଉ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟିଯାଇଥାନ୍ତା ଏକ ବଡ ଅଘଟଣ । ମାତ୍ର ଶିଶୁଟି ସହିତ ଖେଳୁଥିବା ପୋଷା କୁକୁରଟି କିନ୍ତୁ ଭୁଲି ନଥିଲା ନା ଦାୟିତ୍ବ। କୁକୁରଟି କିଛି କ୍ଷତି କରିବା ପୂବରୁ ଠିକ୍ ସମୟରେ ଶିଶୁଟିକୁ ସୁରକ୍ଷା ଦେଇଦେଲା। ଟିକେବି ମସୟ ନନେଇ ଶିଶୁଟିକୁ ରକ୍ଷା କରିବାକୁ ଆଗେଇ ଆସିଲା। ଆଉ ଲମ୍ଫ ମାରିଥିଲା ପାଖ ପଡୋଶୀ ଘରର କୁକୁର ଉପରକୁ। କୁକୁରଟି ଛୁଆଟିକୁ ଆକ୍ରମଣ କରିବାକୁ ଯେତେ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲା।
Heroic dog protects playing child pic.twitter.com/rg1JBUfbcE
— Tansu YEĞEN (@TansuYegen) January 17, 2023
ତେବେ କିଛି ସମୟ ଧରି ଚାଲିଲା ଦୁଇ କୁକୁର ଭିତରେ ମଧ୍ୟରେ ଛକାପଞ୍ଝା। ଛୁଆଟିକୁ ରକ୍ଷା କରିବାକୁ ତା ଘରେ ଥିବା ଆଉ ଏକ କୁକୁର ମଧ୍ଯ ଲଢେଇ କରିବାକୁ ଦୌଡି ଆସିଥିଲା। ଆଉ ଉକ୍ତ କୁକୁରକୁ ଉଭୟ ମିଶି ତଡିପାର୍ କରିଥିଲେ। ଏସବୁ ଘଟଣା ପରେ ଛୁଆଟିର ମା ଘରୁ ବାହାର ବାହାରି ଆସି ଶିଶୁଟିକୁ କୋଳେଇ ନେଇଥିଲେ। ଏବଂ ପାଖ ପଡୋଶୀ ମଧ୍ଯ ନିଜ କୁକୁରଟିକୁ ଘଟଣାସ୍ଥଳକୁ ଆସି କାବୁ କରିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ଏହି ଭିଡିଓଟି ଗତ ମାସରେ ଟ୍ବିଟରରେ ସେୟାର କରାଯାଇଥିବା ବେଳେ, ଏହାକୁ ବର୍ତ୍ତମାନ ସୁଦ୍ଧା ୬ ମିଲିୟନ୍ ରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟିକୁ ୫୯ ହଜାରରୁ ଅଧିକ ଲାଇକ୍ ଓ ୫୦୦ ରୁ ଅଧିକ କମେଣ୍ଟ ମିଳି ସାରିଲାଣି।