Categories: ସ୍ପେଶାଲ

ମୃତ୍ୟୁର ଦ୍ୱୀପ : ଯିଏ ଥରେ ଯାଏ ଆଉ ଫେରେନା, ଜାଣନ୍ତୁ ଏହା ପଛର ଭୟଙ୍କର କାହାଣୀ. . .

ଦୁନିଆରେ ଏମିତି ଅନେକ ମୃତ୍ୟୁର ଦ୍ୱୀପ ରହିଛି ଯାହା ନିଜର ସୁନ୍ଦରତା ପାଇଁ ବିଖ୍ୟାତ। ଆଜି ଆମେ ଆପଣଙ୍କୁ ଏକ ଏମିତି ମୃତ୍ୟୁର ଦ୍ୱୀପ ବିଷୟରେ ଜଣାଇବାକୁ ଯାଉଛୁ ଯାହା କେବଳ ନିଜର ସୁନ୍ଦରତା ପାଇଁ ନୁହଁ ସବୁଠାରୁ ଭୟଙ୍କର ଦ୍ୱୀପ ଭାବରେ ମଧ୍ୟ ଜଣାଶୁଣା । ଇଟାଲୀରେ ସ୍ଥିତ ଏହି ଆଇଲ୍ୟାଣ୍ଡକୁ ‘ମୃତ୍ୟୁର ଦ୍ୱୀପ’ ବୋଲି କୁହାଯାଏ।

ୱେନିସିୟା ହ୍ରଦର ଉତ୍ତରରେ ଥିବା ଏହି ରହସ୍ୟମୟ ଦ୍ୱୀପକୁ ପୋବ୍ଲେଗ୍ଲିଆ ଆଇଲ୍ୟାଣ୍ଡ ନାମରେ ଜଣାଯାଇଥାଏ। ଏଠାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହିତ ସମାନ। କୁହାଯାଏ ଯେ ଏଠାକୁ ଯାଉଥିବା ଲୋକଙ୍କୁ ସେଠାରୁ ଫେରି ଆସିବା ପାଇଁ ବହୁତ ମୁସକିଲ ହୋଇଥାଏ।

ଏହି ଆଇଲ୍ୟାଣ୍ଡକୁ ଜଡିତ ଏକ ଭୟଙ୍କର କାହାଣୀ ରହିଛି ଯେଉଁ କାରଣରୁ ଲୋକେ ଏଠାକୁ ଯିବାକୁ ଚାହାନ୍ତି ନାହିଁ। ଅବଶ୍ୟ ସରକାର ଏଠାକୁ ଯିବାପାଇଁ ପ୍ରତିବନ୍ଧକ ଲଗାଇଛନ୍ତି।

କୁହାଯାଏ ଯେ ଶହେ ବର୍ଷ ପୂର୍ବରୁ ଏହି ଆଇଲ୍ୟାଣ୍ଡକୁ ପ୍ଲେଗ ରୋଗୀଙ୍କୁ ମରିବା ପାଇଁ ଆଣି ଛାଡିଦିଅନ୍ତି। ଯେଉଁ ଲୋକ ମରିଯାନ୍ତି ସେମାନଙ୍କୁ ସେଠାରେ ପୋତି ଦିଆଯାଉଥିଲା।

ନିଶ୍ଚିତ ପଢନ୍ତୁ : ଭାରତୀୟ ଆକାଶରେ ଉଡନ୍ତା ମଣିଷ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ !

କୁହାଯାଏ ଯେ ଏହି ଆଇଲ୍ୟାଣ୍ଡରେ ପ୍ଲେଗ ରୋଗୀଙ୍କ ସଂଖ୍ୟା ବହୁତ ବଢ଼ିଯାଇଥିଲା। ପାଖାପାଖି ୧ ଲକ୍ଷ ୬୦ ହଜାର ରୋଗୀଙ୍କୁ ଜୀବନ୍ତ ଜଳାଇ ଦିଆଯାଇଥିଲା। ଏହାପର ଠାରୁ ସେହି ଆଇଲ୍ୟାଣ୍ଡକୁ ଯିବା ପାଇଁ ଲୋକମାନେ ଭୟ କଲେ।

ଅବଶ୍ୟ ୧୯୨୨ ମସିଆରେ ଏହି ଦ୍ୱୀପରେ ମେଣ୍ଟାଲ ହସପିଟାଲ କରାଯାଇଥିଲା କିନ୍ତୁ କିଛି ବର୍ଷ ପରେ ତାହାକୁ ବନ୍ଦ କରିଦିଆଗଲା। ବନ୍ଦ ହେବାର କାରଣ କୁହାଗଲା ଯେ ସେଠାରେ ଡାକ୍ତରଙ୍କୁ ନେଇ ନର୍ସ ଏବଂ ରୋଗୀଙ୍କୁ କିଛି ଅସାମାନ୍ୟ ଜିନିଷ ଦେଖିବାକୁ ମିଳିଥିଲା। ଏହାପରେ ଇଟାଲୀ ସରକାର ୧୯୬୦ରେ ଏହି ଆଇଲ୍ୟାଣ୍ଡକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ। ବ୍ୟକ୍ତି ତାଙ୍କ ପରିବାର ସହିତ ସେଠାରେ କିଛି ଦିନ ରହିଲେ। ପରେ ସେ ସେହି ଆଇଲ୍ୟାଣ୍ଡକୁ ଛାଡି ଚାଲିଗଲେ।

ଏହାପରେ ସେଠାକୁୂ ରହିବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ କିଛି ଏମିତି ହେଲା ଯେ ସେ ମଧ୍ୟ ସେହି ଆଇଲ୍ୟାଣ୍ଡକୁ ଛାଡି ଚାଲିଗଲେ। ସେବେଠାରୁ ସେହି ଆଇଲ୍ୟାଣ୍ଡ ଖାଲି ପଡିଛି।

କୁହାଯାଏ ଯେ ମତ୍ସ୍ୟଜୀବୀ ମଧ୍ୟ ଏହି ଦ୍ୱୀପ ପାଖକୁ ମାଛ ଧରିବା ପାଇଁ ଯାଉନଥିଲେ। କାରଣ ଅନେକ ଥର ସେମାନଙ୍କ ଜାଲରେ ମୃତ ମଣିଷର ଶରୀର ଏବଂ କଙ୍କାଳ ଫସିଯାଏ। ସେହି ଆଇଲ୍ୟାଣ୍ଡରେ ଅନେକ ମାତ୍ରାରେ ମଣିଷ କଙ୍କାଳ ରହିଥିବା ସୂଚନା ରହିଛି।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

1 hour ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago