ସ୍ପେଶାଲ

ଘର ମାଲିକଙ୍କ ଉପରେ ବି ପଡ଼ିଛି କରୋନା ପ୍ରଭାବ, କାହାକୁ ଘର ଭଡ଼ା ମିଳୁନି ତ ଆଉ କାହାର ଖାଲି ପଡ଼ିଛି

କରୋନାର ପ୍ରଭାବ ଧନୀଠୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡ଼ିଛି। ଏହି ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ଖାସ୍‌ କରି ଘର ଭଡ଼ା ଦେଇଥିବା ମାଲିକମାନେ ମହାମାରୀ ଯୋଗୁ ହଟହଟା ହୋଇଛନ୍ତି। କାରଣ କଲେଜ ଓ ଅଫିସ ସବୁ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଓ ଲୋକମାନେ ନିଜ ଘରକୁ ଫେରି ଯାଇଛନ୍ତି। ଆଉ କେତେ ଜଣ ଘର ଛାଡ଼ି ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛନ୍ତି। ଫଳରେ ଘରମାଲିକକୁ ଭଡ଼ା ମିଳିପାରିନାହିଁ।

ଗୋଟେ ପଟେ ଭଡ଼ା ମିଳିନି ଓ ଅନ୍ୟପଟେ ଏବେ ନୂଆ ଭଡ଼ାଟିଆ ବି ମିଳୁନାହାନ୍ତି। ଫଳରେ ସେମାନେ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଖାସ୍‌ କରି ସହରାଞ୍ଚଳରେ ଏହି ସମସ୍ୟା ଟିକେ ଅଧିକ ବଢ଼ିଯାଇଛି। କାରଣ ଅଧିକାଂଶ କମ୍ପାନୀ ଏବେ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେଇଛନ୍ତି। ଏଣୁ ସମସ୍ତେ ଏବେ ନିଜ ନିଜ ଘରକୁ ଫେରିଯାଇଛନ୍ତି। କରୋନା ସ୍ଥିତି କେବେ ସୁଧୁରିବ ଜଣାନଥିବାରୁ କିଛି ଲୋକ ଘର ଭଡ଼ା ଦେବା ବଦଳରେ ଘର ଛାଡ଼ି ଦେଇଛନ୍ତି। ଫଳରେ ମାଲିକମାନେ ହଇରାଣ ହୋଇଛନ୍ତି।

ଅନ୍ୟପଟେ ସ୍କୁଲ କଲେଜ ଓ କୋଚିଂ କ୍ଲାସ୍‌ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ଫଳରେ ପିଲାମାନେ ନିଜ ଘରକୁ ଚାଲିଯାଇଛନ୍ତି। ଅଯଥା ଘର ଭଡ଼ା ଦେବାକୁ ଉଚିତ ମଣୁନଥିବାରୁ ପ୍ରାୟ ଅଧିକାଂଶ ପିଲା ହଷ୍ଟେଲ ଛାଡ଼ି ଦେଇଛନ୍ତି। ଫଳରେ ହଷ୍ଟେଲ କରିଥିବା ମାଲିକ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଏହି ସମୟରେ ସ୍କୁଲ କଲେଜ ଖୋଲିବା ସମ୍ଭାବନା ନଥିବାରୁ ନୂଆ ପିଲା ବି ଆସୁନାହାନ୍ତି। ଏଣୁ ତାଙ୍କ ହଷ୍ଟେଲ ବେପାର ପୂରା ମାନ୍ଦା ହୋଇଯାଇଛି।

କେବଳ ଘର ଭଡ଼ା ଓ ହଷ୍ଟେଲ ନୁହେଁ ଜମିବାଡ଼ି ବେପାର କରୁଥିବା ଲୋକ, ଫ୍ଲାଟ ବ୍ୟବସାୟୀ ବି ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଏବେ ସେମାନଙ୍କ ବେପାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ଲୋକମାନେ ଖାଇବାକୁ ପାଉନଥିବାରୁ ଜାଗା କିଣିବା କଥା କିଏ ଚିନ୍ତା କରୁଛି? ଏଣୁ ସେମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି। ଏଥିରୁ ଜଣାପଡ଼ୁଛି କରୋନା କବଳରୁ କେହି ବି ବର୍ତ୍ତିପାରିନାହାନ୍ତି।

WCW 11

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

6 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago