Categories: ସ୍ପେଶାଲ

World Hello Day : କାହିଁକି କୁହାଯାଏ ହ୍ୟାଲୋ ଡେ, ଜାଣନ୍ତୁ କେମିତି ହେଲା ଏହାର ଆରମ୍ଭ

କାଲି ବିଶ୍ବ ହେଲୋ ଦିବସ । ଦୁନିଆରେ ବଢ଼ୁଥିବା ହିଂସା ଏବଂ ସମସ୍ତଙ୍କ ଭିତରେ ଭାଇଚାରା କମି ଯାଉଥିବା ଦେଖି ଜଣେ ବ୍ୟକ୍ତି ‘Hello Day’ ଆରମ୍ଭ କଲେ। ଯାହା ଦ୍ବାରା ଲୋକଙ୍କ ମଧ୍ୟରେ ସଦ୍‌ଭାବ ଓ ସ୍ନେହ ଶ୍ରଦ୍ଧା ବଜାୟ ରହିପାରିବ। ୪୫ ବର୍ଷ ପୂର୍ବରୁ ଆରେଜିନା ଷ୍ଟେଟ ୟୁନିଭର୍ସିଟୀରେ ପିଏଚଡି ଗ୍ରାଜୁଏଟ ବ୍ରାୟନ ମ୍ୟାକ କୋରମ୍ୟାନ ଏହି ଦିନଟିକୁ ଆରମ୍ଭ କଲେ। ସେ କରିଥିବା ଏହି ଦିନକୁ ବର୍ତ୍ତମାନ ୧୮୦ରୁ ଅଧିକାଂଶ ଦେଶରେ ପାଳନ କରାଯାଉଛି।

ନିଜ ଭିତରେ ହେଉଥିବା ଘୃଣା,ହିଂସାକୁ ଶେଷ କରିବା ପାଇଁ ବ୍ରାୟନ ଏହି ଦିନକୁ ଆରମ୍ଭ କରିଥିଲେ। ତାଙ୍କର ଧାରଣା ଥିଲା ଯେ ଯେତେବେଳେ ମନୁଷ୍ୟ ଜଣେ ଅନ୍ୟ ଜଣକୁ ହ୍ୟାଲୋ କହିଥାଏ, ସେହି ସମୟରେ ତାଙ୍କ ଭିତରେ ଥିବା ଶତ୍ରୁତା ଶେଷ ହୋଇଯାଏ। ଧୀରେ ଧୀରେ ୨୧ ନଭେମ୍ବର ସମଗ୍ର ଦୁନିଆ ପାଇଁ ବହୁତ ଖାସ ହୋଇଗଲା। ଏହାକୁ ଲୋକମାନେ Hello Day ନାମରେ ପାଳନ କରିବାକୁ ଲାଗିଲେ।

ଏକ ଏମିତି ସମୟ ଆସିଲା ଯେତେବେଳେ ଇସରାଏଲ ଏବଂ ସାଉଦି ଆରବ ମଧ୍ୟରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଗଲା। ଯାହା ଥିଲା କିପ୍ପୁର ଯୁଦ୍ଧ। ୧୯ ଦିନ ପର‌୍ୟ୍ୟନ୍ତ ଚାଲିଥିବା ଏହି ଯୁଦ୍ଧରେ ଇସରାଏଲର ବିଜୟ ହେଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଶତ୍ରୁତା ବଢ଼ିବାକୁ ଲାଗିଥିଲା। ଯାହାକୁ ଦେଖି ବ୍ରୟାନ ସେଠାକୁ ଯାଇ ଲୋକମାନଙ୍କୁ Hello Day ପାଳନ କରିବା ପାଇଁ ସଚେତନ କଲେ, ଯାହା ଦ୍ବାରା ସେମାନେ ନିଜ ଭିତରେ ଥିବା ଘୃଣାକୁ ଭୁଲିଗଲେ ।

ବ୍ରୟାନଙ୍କ ‘Hello Day’କୁ ଲୋକମାନେ ମାନି ନିଜ ଭିତରେ ଥିବା ଶତ୍ରୁତାକୁ ଶେଷ କରିଦେଲେ। ଏହାପରେ ପୂର୍ବଭଳି ଦୁଇ ଦେଶ ମଧ୍ୟରେ ମିଳାମିଶା ଆରମ୍ଭ ହେବାକୁ ଲାଗିଲା।

ସେହିଭଳି ବ୍ରୟାନ ପୂରା ଦୁନିଆର ନେତାମାନଙ୍କୁ Hello Day ପାଳନ କରିବାକୁ ପତ୍ର ଲେଖିଲେ। ସେ ସାତଟି ଅଲଗା ଅଲଗା ଭାଷାରେ ୧୩୬୦ଟି ପତ୍ର ଲେଖି ଏହି ଡେ’ ପାଳନରେ ସହଯୋଗ କରିବାକୁ କହିଥିଲେ।

Pritiparna

Recent Posts

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

15 mins ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

19 mins ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

44 mins ago

ଫ୍ଲାଏଓଭର ଉପରୁ ଖସିଲା ତୀର୍ଥ ଯାତ୍ରୀ ବୋଲେରୋ, ୨ ମୃତ

ସମ୍ବଲପୁର : ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ। ନିର୍ମାଣାଧୀନ ଫ୍ଲାଏଓଭର ଉପରୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି । ଘଟଣାସ୍ଥଳରେ ୨…

1 hour ago

ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା, ତାଣ୍ଡବ କଲା କାଳବୈଶାଖୀ

ଭୁବନେଶ୍ୱର  : ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା। ତାଣ୍ଡବ କଲା…

1 hour ago

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

11 hours ago