Below header

World Hello Day : କାହିଁକି କୁହାଯାଏ ହ୍ୟାଲୋ ଡେ, ଜାଣନ୍ତୁ କେମିତି ହେଲା ଏହାର ଆରମ୍ଭ

କାଲି ବିଶ୍ବ ହେଲୋ ଦିବସ । ଦୁନିଆରେ ବଢ଼ୁଥିବା ହିଂସା ଏବଂ ସମସ୍ତଙ୍କ ଭିତରେ ଭାଇଚାରା କମି ଯାଉଥିବା ଦେଖି ଜଣେ ବ୍ୟକ୍ତି ‘Hello Day’ ଆରମ୍ଭ କଲେ। ଯାହା ଦ୍ବାରା ଲୋକଙ୍କ ମଧ୍ୟରେ ସଦ୍‌ଭାବ ଓ ସ୍ନେହ ଶ୍ରଦ୍ଧା ବଜାୟ ରହିପାରିବ। ୪୫ ବର୍ଷ ପୂର୍ବରୁ ଆରେଜିନା ଷ୍ଟେଟ ୟୁନିଭର୍ସିଟୀରେ ପିଏଚଡି ଗ୍ରାଜୁଏଟ ବ୍ରାୟନ ମ୍ୟାକ କୋରମ୍ୟାନ ଏହି ଦିନଟିକୁ ଆରମ୍ଭ କଲେ। ସେ କରିଥିବା ଏହି ଦିନକୁ ବର୍ତ୍ତମାନ ୧୮୦ରୁ ଅଧିକାଂଶ ଦେଶରେ ପାଳନ କରାଯାଉଛି।

hugନିଜ ଭିତରେ ହେଉଥିବା ଘୃଣା,ହିଂସାକୁ ଶେଷ କରିବା ପାଇଁ ବ୍ରାୟନ ଏହି ଦିନକୁ ଆରମ୍ଭ କରିଥିଲେ। ତାଙ୍କର ଧାରଣା ଥିଲା ଯେ ଯେତେବେଳେ ମନୁଷ୍ୟ ଜଣେ ଅନ୍ୟ ଜଣକୁ ହ୍ୟାଲୋ କହିଥାଏ, ସେହି ସମୟରେ ତାଙ୍କ ଭିତରେ ଥିବା ଶତ୍ରୁତା ଶେଷ ହୋଇଯାଏ। ଧୀରେ ଧୀରେ ୨୧ ନଭେମ୍ବର ସମଗ୍ର ଦୁନିଆ ପାଇଁ ବହୁତ ଖାସ ହୋଇଗଲା। ଏହାକୁ ଲୋକମାନେ Hello Day ନାମରେ ପାଳନ କରିବାକୁ ଲାଗିଲେ।

Word"hello"ଏକ ଏମିତି ସମୟ ଆସିଲା ଯେତେବେଳେ ଇସରାଏଲ ଏବଂ ସାଉଦି ଆରବ ମଧ୍ୟରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଗଲା। ଯାହା ଥିଲା କିପ୍ପୁର ଯୁଦ୍ଧ। ୧୯ ଦିନ ପର‌୍ୟ୍ୟନ୍ତ ଚାଲିଥିବା ଏହି ଯୁଦ୍ଧରେ ଇସରାଏଲର ବିଜୟ ହେଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଶତ୍ରୁତା ବଢ଼ିବାକୁ ଲାଗିଥିଲା। ଯାହାକୁ ଦେଖି ବ୍ରୟାନ ସେଠାକୁ ଯାଇ ଲୋକମାନଙ୍କୁ Hello Day ପାଳନ କରିବା ପାଇଁ ସଚେତନ କଲେ, ଯାହା ଦ୍ବାରା ସେମାନେ ନିଜ ଭିତରେ ଥିବା ଘୃଣାକୁ ଭୁଲିଗଲେ ।

world helloବ୍ରୟାନଙ୍କ ‘Hello Day’କୁ ଲୋକମାନେ ମାନି ନିଜ ଭିତରେ ଥିବା ଶତ୍ରୁତାକୁ ଶେଷ କରିଦେଲେ। ଏହାପରେ ପୂର୍ବଭଳି ଦୁଇ ଦେଶ ମଧ୍ୟରେ ମିଳାମିଶା ଆରମ୍ଭ ହେବାକୁ ଲାଗିଲା।

ସେହିଭଳି ବ୍ରୟାନ ପୂରା ଦୁନିଆର ନେତାମାନଙ୍କୁ Hello Day ପାଳନ କରିବାକୁ ପତ୍ର ଲେଖିଲେ। ସେ ସାତଟି ଅଲଗା ଅଲଗା ଭାଷାରେ ୧୩୬୦ଟି ପତ୍ର ଲେଖି ଏହି ଡେ’ ପାଳନରେ ସହଯୋଗ କରିବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 

Comments are closed.