Below header

ଛତିଶଗଡର ନିର୍ବାଚନ ଡ୍ଯୁଟିରେ ଯାଇଥିବା ଯବାନଙ୍କ ଆତ୍ମହତ୍ଯା, ସହଯୋଗୀଙ୍କ ରାଇଫଲରୁ ନିଜକୁ କଲେ ଗୁଳି

ଛତିଶଗଡ(କେନ୍ଯୁଜ୍) : ସୋମବାର ଦିନ ଜଣେ ସିଆରପିଏଫ୍ ଯବାନ ଛତିଶଗଡର ରାୟପୁର ଜିଲ୍ଲାରେ ନିଜ ସହଯୋଗୀଙ୍କ ରାଇଫଲ ଦ୍ବାରା ନିଜକୁ ଗୁଳି କରି ଆତ୍ମହତ୍ଯା କରିଥିବା ସୂଚନା ମିଳିଛି । ଜଣେ ଅଧିକାରୀଙ୍କ ସୂଚନା ମୁତାବକ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବିଭାଗର ୧୪୮ ବାଟାଲିୟନର ୩୭ ବର୍ଷିୟ କନେଷ୍ଟବଳ ରାଜୀବ କୁମାର ସିଂହ କବୀର ନଗର ପୋଲିସ୍ ଷ୍ଟେସନ୍ ପରିସରରେ ୧୨:୨୦ ବେଳେ ଏହି ଆତ୍ମହତ୍ଯା କରିଥିଲେ ।

gun w ଏହାପରେ ତାଙ୍କ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଥିବାବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ସେ କଣ ପାଇଁ ଏହିପରି ପଦକ୍ଷପ ନେଲେ ତାହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ଉତ୍ତରପ୍ରଦେଶର ଚନ୍ଦେଲୀ ଜିଲ୍ଲାର ଜମୁନୀପୁର ଗାଁର ଏକ ଇଲେକ୍ସନ ଡ୍ଯୁଟିରେ ସେ ସେଠାକୁ ଯାଇଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.