Below header

ଦୁନିଆର ରହସ୍ୟମୟୀ ଗଛ,ଯାହାକୁ ଛୁଇଁଲେ କରିଥାଏ ମଣିଷ ଭଳି ବ୍ୟବହାର

ଦୁନିଆ ରହସ୍ୟରେ ଭରିକି ରହିଛି। ପୃଥିବୀରେ ଯେଉଁ ସ୍ଥାନକୁ ଆପଣ ପରୀକ୍ଷା କରିବେ ସେଠାରେ ଆପଣଙ୍କୁ କିଛି ନା କିଛି ଆଶ୍ଚର୍ଯ୍ଯକର ତଥ୍ୟ ମିଳିବ। ଜଙ୍ଗଲ ଭିତରେ ଏମିତି ଏକ ଦୁନିଆ ରହିଛି ଯେଉଁଠି ଆପଣଙ୍କର ରୋଚକତା ଅଧିକ ବଢ଼ିଯିବ। ଏହିଭଳି ଏକ ରୋଚକଭରା କଥା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ। ଏମିତି ଏକ ଗଛ ବିଷୟରେ ଜଣାଇବୁ ଯାହାର ବ୍ୟବହାର ପୂରାପରି ଭାବରେ ମନୁଷ୍ୟ ଭଳି ।

treeଉତ୍ତରାଖଣ୍ଡର କାଲାଡୁଙ୍ଗୀ ଜଙ୍ଗଲରେ ଏକ ଏମିତି ଗଛ ରହିଛି, ଯାହାକୁ ମଣିଷ ଭଳି କୁତୁକୁତୁ ଲାଗିଥାଏ। ଆଜ୍ଞା ହଁ ଏହି ଗଛକୁ ଛୁଇଁବା ମାତ୍ରକେ ହିଁ ତାକୁ କୁତୁକୁତୁ ହୋଇଥାଏ । ଏହି ଗଛର ମୂଳରେ ଯଦି ଆଙ୍ଗୁଳି ରଗଡି ଦିଅନ୍ତି ତେବେ ଏହାର ଶାଖା ଗୁଡିକ ହଲିବାକୁ ଲାଗିଥାଏ।

ଏହା ସହ ପଢ଼ନ୍ତୁ : ଚକ୍ଷୁହୀନ ଗ୍ରାମ : ପଶୁ ପକ୍ଷୀଙ୍କଠୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ, ଜାଣନ୍ତୁ କଣ ରହିଛି କାରଣ

ଏହି କାରଣରୁ ଲୋକମାନେ ଏହି ଗଛକୁ ହସିବା ଗଛ ବୋଲି କୁହନ୍ତି। ଏହି ଗଛକୁ ହାତ ଲଗାଇବା ଦ୍ବାରା ତାକୁ କାହିଁକି କୁତୁକୁତୁ ହୋଇଥାଏ ସେହି ବିଷୟରେ ଜାଣିବା ପାଇଁ ଅନେକ ରିସର୍ଚ୍ଚ କରାଯାଉଛି।

lauging treeଏହି ଗଛର ଏହିଭଳି ବ୍ୟବହାର ଦେଖିବା ପାଇଁ ପର‌୍ୟ୍ୟଟକ ମାନେ ବହୁତ ଦୂର ଦୂରାନ୍ତରରୁ ଲୋକମାନେ ଆସିଥାନ୍ତି। କେତେକ ଲୋକ ନିଜେ ଏହି ଗଛକୁ କୁତୁକୁତୁ ମଧ୍ୟ କରିଛନ୍ତି।

ଲୋକମାନେ ଏହାର ମୂଳକୁ ଛୁଇଁବା ମାତ୍ରକେ ଏହାର ଶାଖା ଗୁଡିକ ଜୋର ଜୋରରେ ହଲିବାକୁ ଲାଗିଥାଏ। ସେହି କାରଣରୁ ଲୋକମାନେ ଏହି ଗଛକୁ ଦେଖିବା ପାଇଁ ଗଭୀର ଜଙ୍ଗଲକୁ ମଧ୍ୟ ଯାଇଥାନ୍ତି।

ସେହିଭଳି ଆମ ଆଖପାଖରେ ଦେଖିବାକୁ ମିଳିଥାଏ ଏମିତି ଗୋଟିଏ ଗୁଳ୍ମ ରହିଛି, ଯାହାକୁ ଛୁଇଁବା ମାତ୍ରକେ ତାହା ଝାଉଁଳି ଯାଏ। ତାହାର ନାମ ହେଉଛି ଲାଜକୁଳୀ ଲତା। ତାହାକୁ ଛୁଇଁଲେ ତାହାର ପତ୍ର ଗୁଡିକ ସଂକୁଚିତ ହୋଇଯାଏ। ଏହା ସାଧାରଣତଃ ଏକ ଲତା ଜାତୀୟ ଗୁଳ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.