ଖୁବ୍ ବିକ୍ରି ଟ୍ରମ୍ପ ମୁହଁର ଏହି ଟଏଲେଟ ବ୍ରଶ , ଲୋକ ଏତେ କିଣିଲେ କି ହୋଇଗଲା ଆଉଟ ଅଫ୍ ଷ୍ଟକ୍

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟତଃ ନିଜର ବିବାଦ ଭରା ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ କୌଣସି ବୟାନ ନୁହଁ ବରଂ ଏକ ଟଏଲେଟ ବ୍ରଶ ପାଇଁ। ବାସ୍ତବରେ, ଟ୍ରମ୍ପଙ୍କ ଚେହେରା ଭଳି ଏକ ଟଏଲେଟ ବ୍ରଶ ବଜାରକୁ ଆସିଛି। ତେବେ ଏହି ବ୍ରଶର ଚାହିଦା ଏତେ ମାତ୍ରାରେ ରହିଛି କି ବଜାରକୁ ଆସିବାର ତୁରନ୍ତ ପରେ ଏହା ଆଉଟ ଅଫ ଷ୍ଟକ ହୋଇଛି।

trumph

ଏକ ଅନଲାଇନ ସପିଂ ସାଇଟ ଇଟର୍ସେ (Etsy) ଏବଂ ଆଉ କିଛି ଛୋଟ ଛୋଟ କମ୍ପାନି ଶସ୍ତା ମୂଲ୍ଯରେ ଟ୍ରମ୍ପଙ୍କ ନାମର ବ୍ରଶର ବିକ୍ରି ଆରମ୍ଭ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଲୋକ ସେହି ବ୍ରଶକୁ ବହୁଳ ମାତ୍ରାରେ କିଣୁଛନ୍ତି ମଧ୍ୟ। ଏପରିକି ଅଧିକ ଅଡ଼ର ଆସୁଥିବାରୁ ଗ୍ରାହକଙ୍କ ନିକଟରେ ଏହି ବ୍ରଶ ପହଞ୍ଚିବାରେ ବିଲମ୍ବ ମଧ୍ୟ ହେଉଛି। ଏହି ବ୍ରଶକୁ ନ୍ଯୁଜିଲ୍ଯାଣ୍ଡରେ ନିର୍ମିତ କରାଯାଉଥିବା ବେଳେ ଏଥିରେ ବିଭିନ୍ନ ପ୍ରକାରର କଥା ମଧ୍ୟ ଲେଖାଯାଉଛି। ଯାହା ଦ୍ବାରା ଗ୍ରାହକ ଅଧିକ ମାତ୍ରାରେ ଏହାକୁ କିଣିବା ପାଇଁ ଆର୍କଷିତ ହେଉଛନ୍ତି।

Trump-Toilet-Brush

ଏହି ଟଏଲେଟ ବ୍ରଶରେ ନାଲି ଟାଏ ଏବଂ ନୀଳ ରଙ୍ଗର ସୁଟ ସହ ଟ୍ରମ୍ପଙ୍କ ମୁହଁ ହୋଇଥିବା ନଜର ଆସିଛି। ଏଥିସହ ଏହାକୁ ଅଧିକ ଆକର୍ଷିତ କରାଇବା ପାଇଁ ମୋ ଟଏଲେଟ ବ୍ରଶ ଭଳି ରାଷ୍ଟ୍ରପତିଙ୍କ ଟଏଲେଟ ବ୍ରଶ ନୁହଁ ଆଦି ଲେଖା ରହିଥାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.