ସ୍ପେଶାଲ

ଏମିତି ହୁଏ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ, ସବୁବେଳେ ଏହି ତାରିଖରେ ହୁଏ ଭୋଟ୍‌ଦାନ

ଚାଲିଛି ଆମେରିକା ରାଷ୍ଟ୍ରପତିଙ୍କ ଭାଗ୍ୟର ଗଣତି। କେଉଁ ମୁହୂର୍ତ୍ତରେ ବି ଫଳାଫଳ ପ୍ରକାଶ ପାଇପାରେ। ବର୍ତ୍ତମାନର ଗଣତିରେ ଡୋନାଲ୍ଟ ଟ୍ରମ୍ପଙ୍କ ଠାରୁ ବହୁ ଆଗରେ ଅଛନ୍ତି ଦ୍ୱିତୀୟ ପ୍ରମୁଖ ପାର୍ଟି ଡେମୋକ୍ରାଟ୍ସର ଜୋ ବାଇଡେନ୍‌। ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଆଠ ବର୍ଷ ଯାଏଁ ସେ ଦେଶର ଉପରାଷ୍ଟ୍ରପତି ଥିଲେ। ଡୋନାଲ୍ଟଙ୍କ ବୟସ ୭୪ ବର୍ଷ ଥିବା ବେଳେ ଜୋ ବାଇଡେନ୍‌ଙ୍କୁ ଏବେ ୭୮ ବର୍ଷ। ତେବେ ଆସନ୍ତୁ ଜାଣିବା ଆମେରିକା ନିର୍ବାଚନ ପ୍ରକ୍ରିୟା ବିଷୟରେ କେତେକ ରୋଚକ ତଥା ଅଜଣା କଥା…

ଭାରତ ଭଳି ଆମେରିକା ସଂସଦରେ ବି ଦୁଇଟି ସଦନ ରହିଛି। ପ୍ରଥମଟି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଯାହାକୁ ପ୍ରତିନିଧି ସଭା ମଧ୍ୟ କୁହାଯାଏ। ଏହାର ସଦସ୍ୟ ସଂଖ୍ୟା ୪୩୫। ଅନ୍ୟ ସଦନ ସିନେଟ୍‌ରେ ୧୦୦ ଜଣ ସଦସ୍ୟ ରହିଥାନ୍ତି। ଏହା ବ୍ୟତୀତ ଆମେରିକାର ୫୧ତମ ରାଜ୍ୟ କଲମ୍ବିଆର ୩ ଜଣ ସଦସ୍ୟ ମଧ୍ୟ ଆସିଥାନ୍ତି। ଏଭଳି ଭାବେ ସଂସଦରେ ମୋଟ ୫୩୮ ସଦସ୍ୟ ରହିଥାନ୍ତି।

 

ଯୋଗ୍ୟତା:

ଆମେରିକା ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀଙ୍କ ଜନ୍ମ ଆମେରିକାରେ ହିଁ ହୋଇଥିବା ଆବଶ୍ୟକ। ସେ ୧୪ ବର୍ଷ ଦେଶରେ ବାସ କରିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀଙ୍କୁ ଇଂରାଜୀ ଭାଷା ଆସୁଥିବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନ ୫୩୮ ଇଲେକ୍ଟର୍ସ କରିଥାନ୍ତି। ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ୨୭୦ ଇଲେକ୍ଟୋରଲ ମତ ହାସଲ କରିବା ଆବଶ୍ୟକ। ଆମେରିକା ଆଇନ୍‌ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ଦୁଇଟି କାର୍ଯ୍ୟକାଳ ପରେ କୌଣସି ବ୍ୟକ୍ତି ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ।

ନିର୍ବାଚନ ପ୍ରକ୍ରିୟା:

ଆମେରିକାର ନିର୍ବାଚନ ପ୍ରକ୍ରିୟା ଭାରତ ତୁଳନାରେ ବହୁତ ଲମ୍ବା। ଆମେରିକା ସମ୍ବିଧାନର ଅନୁଚ୍ଛେଦ ୨ରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଉଲ୍ଲେଖ ରହିଛି। ସମ୍ବିଧାନରେ ‘ଇଲେକ୍ଟୋରଲ କଲେଜ’ ମାଧ୍ୟମରେ ରାଷ୍ଟ୍ରପତି ନିର୍ବାଚନ ବ୍ୟବସ୍ଥା ରହିଛି। ମାତ୍ର ଆମେରିକା ସମ୍ବିଧାନ ପ୍ରଣେତାଙ୍କ ଏକ ବର୍ଗ ସଂସଦକୁ ରାଷ୍ଟ୍ରପତି ନିର୍ବାଚନର ଅଧିକାର ଦେବାକୁ ଦାବି କରୁଥିବା ବେଳେ ଆଉ ଏକ ବର୍ଗ ସିଧାସଳଖ ଭୋଟିଂ ମାଧ୍ୟମରେ ନିର୍ବାଚନ କରିବାକୁ ଦାବି କରିଥିଲେ। ଇଲେକ୍ଟୋରଲ କଲେଜକୁ ଏହି ଦୁଇଟି ପ୍ରକ୍ରିୟାର ମିଶ୍ରଣ ବୋଲି କୁହାଯାଏ।

କେଉଁଠାରୁ ଆରମ୍ଭ ହୁଏ ନିର୍ବାଚନ ପ୍ରକ୍ରିୟା:

ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆୟୋବା ଓ ନ୍ୟୁ ହେପଶାୟରରୁ ଆରମ୍ଭ ହୋଇଥାଏ। ଉଭୟ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଏଠାକାର ଲୋକସଂଖ୍ୟାର ୯୪ ପ୍ରତିଶତ ଶ୍ୱେତାକାୟ। ମାତ୍ର ପୂରା ଆମେରିକାରେ ଶ୍ୱେତକାୟ ଲୋକଙ୍କ ସଂଖ୍ୟା ୭୭ ପ୍ରତିଶତ। ଏହି ରାଜ୍ୟ ଦ୍ୱୟର ନିର୍ବାଚନରେ ମୁଖ୍ୟ ଭୂମିକା ରହିଛି।

ନିର୍ବାଚନ ଦିନ:

ଆମେରିକାରେ ନିର୍ବାଚନର ଦିନ ଓ ମାସ ସ୍ଥିରୀକୃତ ହୋଇ ରହିଛି। ଏଠାରେ ସବୁବେଳେ ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାରର ପର ଦିନ ପଡ଼ୁଥିବା ମଙ୍ଗଳବାର ହିଁ ହୋଇଥାଏ। ମାତ୍ର ଏଠାରେ ୬୦ ଦିନ ପୂର୍ବରୁ ଭୋଟ୍‌ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ଅବଧିରେ ଆମେରିକା ବାହାରେ ରହୁଥିବା ଲୋକେ ମଧ୍ୟ ଅନ୍‌ଲାଇନ୍‌ରେ ଭୋଟ୍‌ ଦେଇପାରିବେ।

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

21 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

30 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago