ମନୋରଂଜନ

ପୁଣି ବଲିଉଡକୁ ଲାଗିଲା ଝଟକା, ଚାଲିଗଲେ ଏହି ପପୁଲାର ଅଭିନେତା

ବଲିଉଡ୍‌ ଅଭିନେତା ଫରାଜ୍‌ ଖାନଙ୍କ ନିଧନ ହୋଇଛି। ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବେଙ୍ଗାଲୁରୁର ଏକ ହସପିଟାଲରେ ସେ ଲମ୍ବା ସମୟ ଧରି ଚିକିତ୍ସିତ ହେଉଥିଲେ। ସେ ଦୀର୍ଘଦିନ ହେବ ଛାତିରେ କଫ ଏବଂ ଇନଫେକସନ ଦ୍ୱାରା ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ଅଭିନେତ୍ରୀ ପୂଜା ଭଟ୍ଟ ଅଭିନେତାଙ୍କ ନିଧନ ସମ୍ପର୍କରେ ଟ୍ଵିଟ ଜରିଆରେ ସୂଚନା ଦେଇଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂଜା ଫରାଜଙ୍କ ପାଇଁ ଏହାପୂର୍ବରୁ ଆର୍ଥିକ ସହାୟତା ଦାବି କରିଥିଲେ। ଏହା ବିଷୟରେ ଅଭିନେତ୍ରୀ କଶ୍ମୀରା ଶାହ ସୂଚନା ଦେଇଥିଲେ ଯେ ଫରାଜ ଖାନଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ। ଯାହାପରେ ଆକ୍ଟର ସଲମାନ ଖାନ୍‌ ତାଙ୍କୁ ଆର୍ଥିକ ସହାୟତା କରିଥିଲେ।

ଫରାଜ ଖାନ୍‌ ରାନୀ ମୁଖାର୍ଜୀଙ୍କ ସହିତ ମେହନ୍ଦୀ, ଦୁହ୍ନନ ବନୁ ମେଁ ତେରୀ ଏବଂ ଫରେବ ବ୍ୟତୀତ ବଲିଉଡର ଅନେକ ଫିଲ୍ମରେ ନଜର ଆସିଛନ୍ତି। ଫରାଜଙ୍କ ଫିଲ୍ମ ‘ଫରେବ’ର ଗୀତ ‘ତେରୀ ଆଖେଁ ଝୁକି ଝୁକି’ ଖୁବ୍‌ ହିଟ୍‌ ହୋଇଥିଲା। ରାନୀ ମୁଖାର୍ଜୀ ଷ୍ଟାରର ଫିଲ୍ମ ‘ମେହନ୍ଦୀ’ ଫରାଜ୍‌ ଖାନଙ୍କ ଶେଷ ଫିଲ୍ମ ଥିଲା।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago