ପୁଣି ବଲିଉଡକୁ ଲାଗିଲା ଝଟକା, ଚାଲିଗଲେ ଏହି ପପୁଲାର ଅଭିନେତା

ବଲିଉଡ୍‌ ଅଭିନେତା ଫରାଜ୍‌ ଖାନଙ୍କ ନିଧନ ହୋଇଛି। ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବେଙ୍ଗାଲୁରୁର ଏକ ହସପିଟାଲରେ ସେ ଲମ୍ବା ସମୟ ଧରି ଚିକିତ୍ସିତ ହେଉଥିଲେ। ସେ ଦୀର୍ଘଦିନ ହେବ ଛାତିରେ କଫ ଏବଂ ଇନଫେକସନ ଦ୍ୱାରା ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ଅଭିନେତ୍ରୀ ପୂଜା ଭଟ୍ଟ ଅଭିନେତାଙ୍କ ନିଧନ ସମ୍ପର୍କରେ ଟ୍ଵିଟ ଜରିଆରେ ସୂଚନା ଦେଇଛନ୍ତି।

pujaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂଜା ଫରାଜଙ୍କ ପାଇଁ ଏହାପୂର୍ବରୁ ଆର୍ଥିକ ସହାୟତା ଦାବି କରିଥିଲେ। ଏହା ବିଷୟରେ ଅଭିନେତ୍ରୀ କଶ୍ମୀରା ଶାହ ସୂଚନା ଦେଇଥିଲେ ଯେ ଫରାଜ ଖାନଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ। ଯାହାପରେ ଆକ୍ଟର ସଲମାନ ଖାନ୍‌ ତାଙ୍କୁ ଆର୍ଥିକ ସହାୟତା କରିଥିଲେ।

Faraaz Khanଫରାଜ ଖାନ୍‌ ରାନୀ ମୁଖାର୍ଜୀଙ୍କ ସହିତ ମେହନ୍ଦୀ, ଦୁହ୍ନନ ବନୁ ମେଁ ତେରୀ ଏବଂ ଫରେବ ବ୍ୟତୀତ ବଲିଉଡର ଅନେକ ଫିଲ୍ମରେ ନଜର ଆସିଛନ୍ତି। ଫରାଜଙ୍କ ଫିଲ୍ମ ‘ଫରେବ’ର ଗୀତ ‘ତେରୀ ଆଖେଁ ଝୁକି ଝୁକି’ ଖୁବ୍‌ ହିଟ୍‌ ହୋଇଥିଲା। ରାନୀ ମୁଖାର୍ଜୀ ଷ୍ଟାରର ଫିଲ୍ମ ‘ମେହନ୍ଦୀ’ ଫରାଜ୍‌ ଖାନଙ୍କ ଶେଷ ଫିଲ୍ମ ଥିଲା।

You might also like