ସାରାଙ୍କ ପରେ ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବେ ଇବ୍ରାହିମ୍, ସୈଫ କଲେ ଏମିତି ସ୍ବାଗତ

ସୈଫ ଅଲ୍ଲୀ ଖାନ ବଲିଉଡରେ ଏକ ଭିନ୍ନ ପରିଚୟ ବନାଇଛନ୍ତି। ସୈଫଙ୍କ ପରେ ତାଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିଥିଲେ। ଏବେ ସାରାଙ୍କ ପରେ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଏବେ ଏହି ରାସ୍ତାରେ ଚାଲିବାକୁ ପ୍ରସ୍ତୁତ।

ରିପୋର୍ଟ ମୁତାବକ, ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଖୁବଶୀଘ୍ର ବଲିଉଡରେ ଡେବୁ କରିବାକୁ ଯାଉଛନ୍ତି। ନିଜେ ସୈଫ ଏହି କଥାରେ ମୋହର ଲଗାଇଛନ୍ତି ଏବଂ ନିଜ ପୁଅକୁ ବଲିଉଡ ଇଣ୍ଡଷ୍ଟ୍ରୀକୁ ସ୍ବାଗତ କରିଛନ୍ତି। ସୈଫଙ୍କ କହିବା ମୁତାବକ, ତାଙ୍କ ଇଚ୍ଛା ଯେ, ବଲିଉଡରେ ଏଣ୍ଟ୍ରି କରନ୍ତୁ। ସେ ଦୁହିଁଙ୍କୁ ସାରା ଏବଂ ଇବ୍ରାହିମଙ୍କୁ ଆକ୍ଟିଂ ଦୁନିଆରେ ଦେଖିବାକୁ ଚାହୁଁଛନ୍ତି।

ibrahim

ଏହାଛଡା, କେବଳ ବଲିଉଡରେ ନୁହେଁ ବରଂ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରି ଇବ୍ରାହିମ। କିନ୍ତୁ ଇବ୍ରାହିମଙ୍କୁ କ୍ରିକେଟ ଏବଂ ଆକ୍ଟିଂ ଫିଲ୍ଡ ଚୟନ କରିବାକୁ କୁହାଯାଇଥିବାରୁ ସେ ଆକ୍ଟିଂରେ କାରିଅର କରିବେ ବୋଲି କହିଥିଲେ। ଏବେ ସେ କେଉଁ ଫିଲ୍ମରେ ଡେବୁ କରିବେ ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.