Below header

ପାତାଳି ନଦୀ ଦୁର୍ଘଟଣା ମାମଲା : ଉଦ୍ଧାର ହେଲା ନିଖୋଜ କାର, ଲାଗିଛି ଆନ୍ଧ୍ରପ୍ରଦେଶ ନମ୍ବର ପ୍ଲେଟ

କୋରାପୁଟ(କେ ନ୍ୟୁଜ): କୋରାପୁଟ ଜିଲ୍ଲା ପୁଜାରିପୁଟ ପାତାଳି ନଦୀ ମଧ୍ୟରେ ପଶି ନିଖୋଜ ହୋଇଥିବା କାର ଟିକୁ ଉଦ୍ଧାର କରାଯାଇଛି । ପୂର୍ବରୁ ଦୁର୍ଘଟଣାସ୍ଥଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଯାଉଥିବା ଅଟୋ ଓ କାର ମୁହଁମୁହିଁ ଧକ୍କା ହୋଇ ଉଭୟ କାର ଓ ଅଟୋ ନଦୀ ମଧ୍ୟକୁ ଖସି ଯାଇଥିଲା ।

car in koraput

ସୂଚନା ଦେବା ଯୋଗ୍ୟକି, କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଂଚଳରେ ଘଟିଛି ଏହି ଘଟଣା । ଅଟୋସହ କାରର ମୁହାଁମୁହିଁ ଧକ୍କା ହେବା ପରେ ଦୁଇଟି ଯାକ ଗାଡି ନଦୀ ମଧ୍ୟକୁ ପଶି ଯାଇଥିଲେ । ଆଟୋରେ ବସିଥିବା ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏଯାବତ ଯୁବତୀ ଜଣଙ୍କ ପରିଚୟ ମିଳିନଥିବା ବେଳେ 4 ଗୁରୁତର ଆହତଙ୍କ ପରିଚୟ ବି ଠାବ ହୋଇନାହିଁ ।

କିନ୍ତୁ ଉଦ୍ଧାର ହୋଇଥିବା କାରଟିରେ ଆନ୍ଧ୍ରର ପଂଜିକୃତ ନଂ ରହିଛି । ଗାଡିରେ ନଂAP 39X 6207 ଲେଖା ହୋଇଛି । କିନ୍ତୁ କାରରେ କେତେଜଣ ବସିଥିଲେ ବର୍ତମାନ ସୁଧା ଜଣାପଡିନାହିଁ । ଘଟଣା ସ୍ଥଳରେ ପାଡୁଆ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି । କିନ୍ତୁ ସଂପୂର୍ଣ୍ଣ ଘଟଣାଟି ଏବେ ବି ରହସ୍ୟ ଘେରରେ ରହିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.