ନିର୍ବାଚନ ଗଣତି ମଧ୍ୟରେ ଟ୍ରମ୍ପଙ୍କ ଟ୍ୱିଟକୁ ଡିଲିଟ କଲା ଟ୍ୱିଟର, ଟ୍ୱିଟରରେ କରିଥିଲେ ଏମିତି ପୋଷ୍ଟ

ବିଶ୍ୱର ବୃହତ୍ତମ ଶକ୍ତି ମଧ୍ୟରେ ଅନ୍ୟତମ ଆମେରିକାର ସତ୍ତା କାହା ପାଖରେ ରହିବ ତାହା ସ୍ଥିର କରିବାକୁ ଆମେରିକାର ନାଗରିକମାନେ ମତଦାନ କରିଥିଲେ । କରୋନା ମହାମାରୀ ସଙ୍କଟ ମଧ୍ୟରେ ଆମେରିକାର 46 ତମ ରାଷ୍ଟ୍ରପତି ଚୟନ କରିବାକୁ ଏହି ମତଦାନ ହୋଇଛି । ଏହି ନିର୍ବାଚନ ଯୁଦ୍ଧରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ରିପବ୍ଲିକାନ୍ ପାର୍ଟିର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଏହି ସମୟରେ ଟ୍ୱିଟର ଟ୍ରମ୍ପଙ୍କ ଏକ ଟ୍ୱିଟକୁ ଡିଲିଟ କରିଛି। ଡେମୋକ୍ରାଟିକ୍ ପାର୍ଟି ଭୋଟ୍ ଚୋରି କରିଥିବା ଅଭିଯୋଗ କରି ଟ୍ରମ୍ପ ଏକ ଟ୍ୱିଟ କରିଥିଲେ ।


ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଆମେ ବହୁତ ଆଗରେ କିନ୍ତୁ ସେମାନେ ଭୋଟ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଆମେ ବିରୋଧୀଙ୍କୁ ଏପରି କରିବାକୁ ଦେବୁ ନାହିଁ, ପୋଲିଂ ବନ୍ଦ ହେବାପରେ ଭୋଟ୍ ଦିଆଯାଇପାରିବ ନାହିଁ। ‘ ତେବେ ଟ୍ରମ୍ପଙ୍କ ଟ୍ୱିଟକୁ ବିଭ୍ରାନ୍ତିକର ଏବଂ ଭୁଲ ବୋଲି କହି ଟ୍ୱିଟର ଏହାକୁ ବ୍ଲକ କରିଛି । ଯଦିଓ ଏହା ପ୍ରଥମ ଘଟଣା ନୁହେଁ ଯେ ଟ୍ରମ୍ପଙ୍କ କୌଣସି ଟ୍ୱିଟକୁ ଟ୍ୱିଟର ମିଥ୍ୟା ବୋଲି କହି ବ୍ଲକ କରିଛି । ଏହାପୂର୍ବରୁ ଟ୍ୱିଟର ଟ୍ରମ୍ପଙ୍କ ଟ୍ୱିଟକୁ ଅନେକ ଥର ବ୍ଲକ କରିସାରିଛି।

ସୂଚନା ଅନୁଯାୟୀ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବର୍ତ୍ତମାନ ପ୍ରତିଯୋଗିତା ଚାଲିଛି । ତେବେ ଭୋଟ ଗଣତି ପରେ ଜଣାପଡିବ ଯେ ପ୍ରକୃତରେ ବାଜି କିଏ ଜିତୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.