କେନ୍ଦୁଝର ମରିଗଲା ମାନବିକତା । ସାମାଜିକ କଟକଣା ଆଗରେ ହାରିଗଲା ମଣିଷ ପଣିଆ । ଜଣେ ଲୋକର ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି ଗାଁ ଲୋକେ । କେନ୍ଦୁଝର ବରଦପାଳ ଗାଁରେ ଏପରି ଘଟଣା ଘଟିଛି । ଗାଁର ଦୁଃଶାସନ ବେହେରାଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। କର୍କଟ ଯୋଗୁଁ ତାଙ୍କ ଜିଭରେ ଘା ହୋଇ ପୋକ ହୋଇଯାଇଥିଲା। ଗାଁର ପ୍ରଥା ମୁତାବକ କାହା ଶରୀରରେ ପୋକ ଲାଗିଲେ ତାକୁ କେହି ଛୁଇଁବେ ନାହିଁ। ତେଣୁ ଦୁଃଶାସନଙ୍କ ମୃତ୍ୟୁ ପରେ, ସାହିଭାଇ କେହି ଆସିଲେନି କି କାନ୍ଧ ଦେଲେ ନାହିଁ। ପରେ ଦୁଶାସନଙ୍କ ପୁଅ, ଅନ୍ୟ ଗାଁରେ ରହୁଥିବା ସମ୍ପର୍କୀୟ ଭାଇଙ୍କୁ ଡାକିଥିଲେ । ଦୁଇ ଭାଇ, ମିଶି ଶେଷ କୃତ୍ୟ କରିଥିଲେ ।
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…
ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…
ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…
ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…