ମରିଗଲା ମାନବିକତା : ସାମାଜିକ କଟକଣା ଆଗରେ ହାରିଗଲା ମଣିଷ ପଣିଆ

କେନ୍ଦୁଝର ମରିଗଲା ମାନବିକତା । ସାମାଜିକ କଟକଣା ଆଗରେ ହାରିଗଲା ମଣିଷ ପଣିଆ । ଜଣେ ଲୋକର ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି ଗାଁ ଲୋକେ । କେନ୍ଦୁଝର ବରଦପାଳ ଗାଁରେ ଏପରି ଘଟଣା ଘଟିଛି । ଗାଁର ଦୁଃଶାସନ ବେହେରାଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। କର୍କଟ ଯୋଗୁଁ ତାଙ୍କ ଜିଭରେ ଘା ହୋଇ ପୋକ ହୋଇଯାଇଥିଲା। ଗାଁର ପ୍ରଥା ମୁତାବକ କାହା ଶରୀରରେ ପୋକ ଲାଗିଲେ ତାକୁ କେହି ଛୁଇଁବେ ନାହିଁ। ତେଣୁ ଦୁଃଶାସନଙ୍କ ମୃତ୍ୟୁ ପରେ, ସାହିଭାଇ କେହି ଆସିଲେନି କି କାନ୍ଧ ଦେଲେ ନାହିଁ। ପରେ ଦୁଶାସନଙ୍କ ପୁଅ, ଅନ୍ୟ ଗାଁରେ ରହୁଥିବା ସମ୍ପର୍କୀୟ ଭାଇଙ୍କୁ ଡାକିଥିଲେ । ଦୁଇ ଭାଇ, ମିଶି ଶେଷ କୃତ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.