ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି କରୋନା ଯୋଦ୍ଧାମାନଙ୍କ ପାଇଁ ତାଳି ବଜାଇବାକୁ ଆହ୍ୱାନ କରିଥିଲେ, ସେତେବେଳେ ସ୍ୟାଣ୍ଡ ଆର୍ଟିଷ୍ଟ ଅଶୋକ ଏକ ସ୍ୟାଣ୍ଡ ଆର୍ଟ ନିର୍ମାଣ କରିଥିଲେ। ପୁଣି ଯେତେବେଳେ ମୋଦି ଦୀପ ଜଳାଇବାକୁ ଆହ୍ୱାନ କରିଥିଲେ, ସେତେବେଳେ ବି ସେ ଏକ ସ୍ୟାଣ୍ଡ ଆର୍ଟ କରି ଲୋକଙ୍କୁ ସଚେତନ କରାଇଥିଲେ। ଏହାଛଡା ଅଶୋକ ହାତ ଧୋଇବା ପାଇଁ ଅପିଲ ବାଲା ସ୍ୟାଣ୍ଡ ଆର୍ଟ ନିର୍ମାଣ କରିଥିଲେ। ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଦାନ ଦେବାର ଅପିଲକୁ ମଧ୍ୟ ସ୍ୟାଣ୍ଡ ଆର୍ଟରେ ଦର୍ଶାଇଥିଲେ।
ଏବେ ଆଉ ଏକ ନୂଆ ସ୍ୟାଣ୍ଡ ଆର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର 7ଟି ଅପିଲକୁ ଦେଖାଇବାକୁ ପ୍ରୟାସ କରିଛନ୍ତି ଅଶୋକ। ଏଥିରେ ପିଏମ ଗାମୁଛାକୁ ମାସ୍କ ରୂପେ ମୁଁହରେ ଢାଙ୍କିଥିବା ନଜର ଆସୁଛନ୍ତି। ଅଶୋକ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସେ ତାଙ୍କ ପରିବାର ସହିତ ଘରେ ରହୁଛନ୍ତି। ଘରୁ ହିଁ ସେ ସ୍ୟାଣ୍ଡ ଆର୍ଟ ଜରିଆରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି। ଏହାଛଡା ସେ ତାଙ୍କର ସମସ୍ତ ସ୍ୟାଣ୍ଡ ଆର୍ଟର ଫଟୋ ପିଏମଙ୍କୁ ପଠାଉଛନ୍ତି।
ଅଶୋକ ବିହାରର ଏକ ଗରିବ ପରିବାରରୁ ଆସିଛନ୍ତି। ସ୍ୟାଣ୍ଡ ଆର୍ଟ ଜରିଆରେ କଠିନ ପରିଶ୍ରମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ଅଶୋକ ପୂର୍ବରୁ ମଧ୍ୟ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ସ୍ୟାଣ୍ଡ ଆର୍ଟ ନିର୍ମାଣ କରିଥିଲେ, ଯାହାକି ବେଶ ଆକର୍ଷଣ ସାଜିଥିଲା। ଏହାଛଡା ଅଶୋକ ଭଲ ପହଁରିପାରନ୍ତି। ସେ ଅନେକଙ୍କ ଜୀବନ ମଧ୍ୟ ରକ୍ଷା କରିଛନ୍ତି।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…