ସ୍ପେଶାଲ

କାଠ ବାକ୍ସରେ ଲୁଚି ରହିଛନ୍ତି ୨୦୦ରୁ ଅଧିକ ଗଣେଶ, ଏହା ପଛରେ ଥିବା କାରଣ କରିବ ଆପଣଙ୍କୁ ଚକିତ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। କେବଳ ଭାରତ ନୁହେଁ ଆମ ଦେଶ ବାହାରେ ମଧ୍ୟ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ରହିଛି । ଯାହା ସହିତ ଅନେକ ରହସ୍ୟ ମଧ୍ୟ ଜଡିତ ହୋଇ ରହିଛି । ଆଜି ଆମେ ଆପଣଙ୍କୁ ସେମିତି କିଛି ରହସ୍ୟ ସମ୍ପର୍କରେ କହିବୁ। ଜାପାନର ରାଜଧାନୀ ଟୋକିଓରେ ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ ଲୁଚାଇ ରଖି ପୂଜା କରାଯାଏ ।

ଇତିହାସରୁ ଜଣାପଡେ ଏହି ଗଣେଶ ମନ୍ଦିରଟି ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ। ତେବେ ଏଠି ଗଣେଶଙ୍କୁ ଜାପାନୀ ଭାଷାରେ ମାସୁଚିୟାମା ସୋତେନ କୁହାଯାଇଥାଏ । ତନ୍ତ୍ରମନ୍ତ୍ରରେ ବିଶ୍ୱାସ ରଖୁଥିବା ବୌଦ୍ଧଧର୍ମୀମାନେ ହିଁ ଜାପାନରେ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ବୋଲି କୁହାଯାଉଛି ।

ଏହାର ଏତିହାସ ଅନୁଯାୟୀ ଅଷ୍ଟାଦଶ ଶତାବ୍ଦୀରେ ଜାପାନର ଲୋକେ ପ୍ରଭୁ ଗଣେଶଙ୍କୁ ପୂଜା କରିବା ତଥା ବିଶ୍ୱାସ କରିବା ଆରମ୍ଭ କରିଥିଲେ । ଏପରିକି ଟୋକିଓରେ ବୌଦ୍ଧଧର୍ମୀଙ୍କର ଏପରି ଏକ ସଙ୍ଗଠନ ରହିଛି । ଯେଉଁଠି ବୌଦ୍ଧଧର୍ମୀ ଓ ତନ୍ତ୍ରମନ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକେ ସାମିଲ ଅଛନ୍ତି । ଏହି ସଙ୍ଗଠନର ଲୋକେ ହିଁ ଓଡିଶାକୁ ଆସିଥିଲେ । ପରେ ଚାଇନା ଦେଇ ଜାପାନକୁ ଫେରିଯାଇଥିଲେ ।

ଜାପାନରେ ଭଗବାନ ଗଣେଶଙ୍କୁ ଜଣେ ଶକ୍ତିଶାଳୀ ଦେବତା ରୂପେ ତନ୍ତ୍ରମନ୍ତ୍ର ସହାୟତାରେ ବିଶେଷ ଶୈଳୀରେ ପୂଜା କରାଯାଇଥାଏ । ଏହି ଧାରାରେ ଜାପାନରେ ଭଗବାନ ଗଣେଶଙ୍କ ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କର ସଂଖ୍ୟା ବି ବଢିବାରେ ଲାଗିଛି । ତାଜା ସ୍ଥିତିରେ ଜାପାନରେ ୨୫୦ଟି ଗଣେଶ ମନ୍ଦିର ରହିଛି । ଏଠି ଲୋକେ ଗଣେଶଙ୍କୁ ମନ୍ଦିରକୁ କାଙ୍ଗିତେନ୍ ଭାବେ ନାମିତ କରିଛନ୍ତି ।

କିମ୍ବଦନ୍ତୀ ଅନୁସାରେ ତାନ୍ତ୍ରିକ ବୁଦ୍ଧ ଧର୍ମରେ ବର୍ଣ୍ଣନା ଅନୁସାରେ ଭଗବାନ ଗଣେଶଙ୍କୁ ଏକ ମାଇ ହାତୀ ସହ ସ୍ଥାପନା କରାଯାଇଛି । ଯାହାକୁ ଶକ୍ତି ରୂପେ ବିବେଚନା କରାଯାଇଛି । ଏହି ମୂର୍ତ୍ତୀ ପୁରୁଷ ଓ ମହିଳାଙ୍କ ମିଳନରେ ଉତ୍ପନ୍ନ ହୋଇଥିବା ଉର୍ଜାର ପ୍ରତୀକ ସାଜିଛି । ତେବେ ଏହି ବିଶେଷ ଧରଣର ମୂର୍ତ୍ତୀଟି ଦେଖିବାକୁ ସାମାନ୍ୟ ଅଶ୍ଳୀଳ ହୋଇଥିବାରୁ ଏହାକୁ ଏକ ସୁନ୍ଦର କାଠ ବାକ୍ସ ମଧ୍ୟରେ ରଖି ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରାଯାଇଥାଏ । ବିଶେଷ ଉତ୍ସବରେ ଏହି ମୂର୍ତ୍ତୀକୁ କାଠ ବାକ୍ସରୁ ବାହାର କରାଯାଇ ସର୍ବସାଧାରଣରେ ପୂଜାର୍ଚ୍ଚନା କରାଯାଇଥାଏ ।

ଜାପାନରେ ଥିବା ସର୍ବବୃହତ ଗଣେଶ ମନ୍ଦିରର ନାମ ହେଉଛି ମାଉଣ୍ଟ ହିକୋମୋ ବା ହୋଜାନ୍‌-ଜି । ଏହି ମନ୍ଦିର କେବେ ନିର୍ମାଣ ହୋଇଥିଲା ସେ ନେଇ ଏବେ ବି ତର୍କ ଜାରି ରହିଛି । ତେବେ ଏଠି ଶହଶହ ଲୋକ ଏକାଠି ହୋଇ ଭଗବାନ ଗଣେଶଙ୍କୁ ଦର୍ଶନ କରିଥାନ୍ତି ।

Barsha

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

29 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

36 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

52 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

58 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago