photo: aajtak
ବିବାହ ପରେ ଦମ୍ପତି ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ଚତୁର୍ଥୀ ରାତିର ଭିଡିଓ। ‘@arushirahulofficial’ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ଏହି ଭିଡିଓ। ଭିଡିଓରେ କନ୍ୟାର କେଶରୁ ଫୁଲଜୁଡ଼ା ଖୋଲୁଥିବା ନଜର ଆସୁଛି ବର।
ବିବାହର ପୂର୍ବରୁ ଦମ୍ପତି ପରସ୍ପରକୁ ଅନେକ ଦିନ ଧରି ଡେଟ୍ କରୁଥିଲେ। ତେବେ କପଲ୍ଙ୍କର ଏଭଳି ଭିଡିଓରେ ଇନ୍ଷ୍ଟାଗ୍ରାମ ୟୁଜରମାନେ ଖୁବ୍ କମେଣ୍ଟ ଏବଂ ଟ୍ରୋଲ କରୁଛନ୍ତି। କିଛି ୟୁଜର ସେମାନଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି ତ ଆଉ କିଛି ୟୁଜର ମଜାଳିଆ କମେଣ୍ଟ୍ କରିବାରେ ଲାଗିଛନ୍ତି।
ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି, ‘ଆପଣ ତ ପର୍ସନାଲ ଲାଇଫ୍କୁ ହିଁ ସୋସିଆଲ ମିଡିଆରେ ସେୟାର କରି ଦେଇଛନ୍ତି’। ମଧୁବାଲା ନାମକ ୟୁଜର ରାଗିକି କହିଛନ୍ତି, ‘ମା’ ମରିବାଠାରୁ ସୁହାଗରାତ୍ ପର୍ଯ୍ୟନ୍ତ, ଆଜିକାଲି ସବୁକିଛି କଣ୍ଟେଣ୍ଟ୍ ହୋଇଗଲାଣି। ଲୋକମାନେ ଏହା ଉପରେ ରିପୋର୍ଟ କରିବା ଉଚିତ୍। ଆମେମାନେ ଭାରତରେ ବାସ କରୁଛୁ ଏବଂ କିଛି ଜିନିଷ ବନ୍ଦ ହେବା ଦରକାର’।
ସେହିପରି ତୁଲିପ୍ ତେଜୁ ନାମକ ୟୁଜର କହିଛନ୍ତି ଯେ ‘ମୁଁ ଦୁଃଖିତ। କିନ୍ତୁ ସେୟାର କରିବା କ୍ଷେତ୍ରରେ ଏହା ବହୁତ ବ୍ୟକ୍ତିଗତ ଜିନିଷ। ଆଜିକାଲି ଲୋକମାନେ ପାଗଳ ହୋଇଗଲେଣି’। ଏମିତି ଆହୁରି ଅନେକ ୟୁଜର ଏହି ଭିଡିଓ ଉପରେ ଖରାପ ଖରାପ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…