ଭାରତୀୟ ଦମ୍ପତି ସେୟାର କଲେ ଚତୁର୍ଥୀ ରାତିର ଭିଡିଓ; ରାଗିଗଲେ ଲୋକେ!

ବିବାହ ପରେ ଦମ୍ପତି ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଚତୁର୍ଥୀ ରାତିର ଭିଡିଓ। ‘@arushirahulofficial’ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ଏହି ଭିଡିଓ। ଭିଡିଓରେ କନ୍ୟାର କେଶରୁ ଫୁଲଜୁଡ଼ା ଖୋଲୁଥିବା ନଜର ଆସୁଛି ବର।

ବିବାହର ପୂର୍ବରୁ ଦମ୍ପତି ପରସ୍ପରକୁ ଅନେକ ଦିନ ଧରି ଡେଟ୍‌ କରୁଥିଲେ। ତେବେ କପଲ୍‌ଙ୍କର ଏଭଳି ଭିଡିଓରେ ଇନ୍‌ଷ୍ଟାଗ୍ରାମ ୟୁଜରମାନେ ଖୁବ୍‌ କମେଣ୍ଟ ଏବଂ ଟ୍ରୋଲ କରୁଛନ୍ତି। କିଛି ୟୁଜର ସେମାନଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି ତ ଆଉ କିଛି ୟୁଜର ମଜାଳିଆ କମେଣ୍ଟ୍‌ କରିବାରେ ଲାଗିଛନ୍ତି।

ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି, ‘ଆପଣ ତ ପର୍ସନାଲ ଲାଇଫ୍‌କୁ ହିଁ ସୋସିଆଲ ମିଡିଆରେ ସେୟାର କରି ଦେଇଛନ୍ତି’। ମଧୁବାଲା ନାମକ ୟୁଜର ରାଗିକି କହିଛନ୍ତି, ‘ମା’ ମରିବାଠାରୁ ସୁହାଗରାତ୍‌ ପର୍ଯ୍ୟନ୍ତ, ଆଜିକାଲି ସବୁକିଛି କଣ୍ଟେଣ୍ଟ୍‌ ହୋଇଗଲାଣି। ଲୋକମାନେ ଏହା ଉପରେ ରିପୋର୍ଟ କରିବା ଉଚିତ୍‌। ଆମେମାନେ ଭାରତରେ ବାସ କରୁଛୁ ଏବଂ କିଛି ଜିନିଷ ବନ୍ଦ ହେବା ଦରକାର’।

 

View this post on Instagram

 

A post shared by WedAbout.com (@wedabout)

ସେହିପରି ତୁଲିପ୍‌ ତେଜୁ ନାମକ ୟୁଜର କହିଛନ୍ତି ଯେ ‘ମୁଁ ଦୁଃଖିତ। କିନ୍ତୁ ସେୟାର କରିବା କ୍ଷେତ୍ରରେ ଏହା ବହୁତ ବ୍ୟକ୍ତିଗତ ଜିନିଷ। ଆଜିକାଲି ଲୋକମାନେ ପାଗଳ ହୋଇଗଲେଣି’। ଏମିତି ଆହୁରି ଅନେକ ୟୁଜର ଏହି ଭିଡିଓ ଉପରେ ଖରାପ ଖରାପ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.