Image Credit: Instagram
ଭାରତୀୟ ବିବାହରେ ଅନେକ ପ୍ରକାରର ରୀତି ନୀତି ପାଳିତ ହୁଏ। ବେଳେବେଳେ ଏହି ବିବାହ ଏତେ ଲମ୍ବା ହୋଇଥାଏ ଯେ ବର କନ୍ୟାଙ୍କ ସମେତ ବରଯାତ୍ରୀ ବି ହାଲିଆ ହୋଇଯାଆନ୍ତି। ଫଳରେ ବିବାହକୁ ଠିକ୍ ଭାବେ ଉପଭୋଗ କରିପାରନ୍ତି ନାହିଁ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି ବିବାହର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବର କନ୍ୟା, ପରିବାର ଏମିତି କି ପଣ୍ଡିତ ମଧ୍ୟ ଫୁଲ୍ ମସ୍ତି କରୁଥିବା ଦେଖାଯାଇଛି। ବିବାହ ବେଳେ ବର ପିତା କିଛି ଏମିତି କଥା କହୁଛନ୍ତି, ଯାହା ଶୁଣି ପଣ୍ଡିତ ମଧ୍ୟ ଲାଜେଇ ଯାଉଛନ୍ତି।
ଭିଡିଓରେ ଦେଖାଯାଇଛି ଯେ ବରମାଳା ପରେ ବର ପିତା ମଜାଳିଆ ଅନ୍ଦାଜରେ ପଣ୍ଡିତଙ୍କୁ କହୁଛନ୍ତି, ଆପଣ ଏବେ ବରକୁ କିସ୍ କରିବାକୁ କହିପାରିବେ। ଯେମିତି ବାହାଘରରେ ସାଧାରଣତଃ ହୋଇଥାଏ। ବର ପିତାଙ୍କ ଠାରୁ ଏହି କଥା ଶୁଣି ପଣ୍ଡିତ ଲାଜେଇ ଯାଇ କହୁଛନ୍ତି, ଆପଣ ମୋ ତରଫରୁ କହି ଦିଅନ୍ତୁ। କିନ୍ତୁ ବର ପିତା ପଣ୍ଡିତଙ୍କୁ ବାରମ୍ବାର କହୁଛନ୍ତି ଯେ ନା’ ନା’ ଆପଣ କୁହନ୍ତୁ। ଏହା ପରେ ପଣ୍ଡିତ ଲାଜେଇ ଯାଇ କହୁଛନ୍ତି, ‘ଏବେ ଏମାନେ କିସ୍ କରନ୍ତୁ’। ଏହା ଶୁଣିବା ପରେ ବର କନ୍ୟାଙ୍କ ସମେତ ସେଠାରେ ଉପସ୍ଥିତ ଅତିଥି ଜୋରରେ ହସୁଥିବା ଦେଖାଯାଇଛି।
ବିବାହ କରୁଥିବା ବରଙ୍କ ନାମ ବିରେନ୍ ଖୁଲ୍ଲର ଓ କନ୍ୟା ନାଁ ବିଦୁଷୀ ଶର୍ମା। ପଣ୍ଡିତ କିସ୍ କରିବାକୁ କହିବା ପରେ ବର କନ୍ୟା ପରସ୍ପରକୁ ବେଦୀରେ ବସି କିସ୍ କରୁଛନ୍ତି। ଏହା ଦେଖି ପଣ୍ଡିତ ଲାଜେଇ ଯାଉଛନ୍ତି।
ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଭାରତୀୟ ବିବାହରେ ବିଦେଶୀ ପରମ୍ପରା କରିବା ବେଳେ ପଣ୍ଡିତ ଅସହଜ ହୋଇପଡ଼ୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ପସନ୍ଦ ବି କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ସ୍ୱିଟ୍ କହୁଥିବା ବେଳେ ଆଉ କିଛି ଏହା ଭାରତୀୟ ପରମ୍ପରା ନୁହେଁ ବୋଲି କହୁଛନ୍ତି।
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…