ବାପା କହିଲେ- ‘ବର-କନ୍ୟା ଏବେ କିସ୍‌ କରନ୍ତୁ’, ବେଦୀ ଉପରେ ଲାଜେଇ ଗଲେ ପଣ୍ଡିତ; ଭାଇରାଲ ହେଉଛି ଭିଡିଓ

ଭାରତୀୟ ବିବାହରେ ଅନେକ ପ୍ରକାରର ରୀତି ନୀତି ପାଳିତ ହୁଏ। ବେଳେବେଳେ ଏହି ବିବାହ ଏତେ ଲମ୍ବା ହୋଇଥାଏ ଯେ ବର କନ୍ୟାଙ୍କ ସମେତ ବରଯାତ୍ରୀ ବି ହାଲିଆ ହୋଇଯାଆନ୍ତି। ଫଳରେ ବିବାହକୁ ଠିକ୍‌ ଭାବେ ଉପଭୋଗ କରିପାରନ୍ତି ନାହିଁ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି ବିବାହର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବର କନ୍ୟା, ପରିବାର ଏମିତି କି ପଣ୍ଡିତ ମଧ୍ୟ ଫୁଲ୍‌ ମସ୍ତି କରୁଥିବା ଦେଖାଯାଇଛି। ବିବାହ ବେଳେ ବର ପିତା କିଛି ଏମିତି କଥା କହୁଛନ୍ତି, ଯାହା ଶୁଣି ପଣ୍ଡିତ ମଧ୍ୟ ଲାଜେଇ ଯାଉଛନ୍ତି।

ଭିଡିଓରେ ଦେଖାଯାଇଛି ଯେ ବରମାଳା ପରେ ବର ପିତା ମଜାଳିଆ ଅନ୍ଦାଜରେ ପଣ୍ଡିତଙ୍କୁ କହୁଛନ୍ତି, ଆପଣ ଏବେ ବରକୁ କିସ୍‌ କରିବାକୁ କହିପାରିବେ। ଯେମିତି ବାହାଘରରେ ସାଧାରଣତଃ ହୋଇଥାଏ। ବର ପିତାଙ୍କ ଠାରୁ ଏହି କଥା ଶୁଣି ପଣ୍ଡିତ ଲାଜେଇ ଯାଇ କହୁଛନ୍ତି, ଆପଣ ମୋ ତରଫରୁ କହି ଦିଅନ୍ତୁ। କିନ୍ତୁ ବର ପିତା ପଣ୍ଡିତଙ୍କୁ ବାରମ୍ବାର କହୁଛନ୍ତି ଯେ ନା’ ନା’ ଆପଣ କୁହନ୍ତୁ। ଏହା ପରେ ପଣ୍ଡିତ ଲାଜେଇ ଯାଇ କହୁଛନ୍ତି, ‘ଏବେ ଏମାନେ କିସ୍‌ କରନ୍ତୁ’। ଏହା ଶୁଣିବା ପରେ ବର କନ୍ୟାଙ୍କ ସମେତ ସେଠାରେ ଉପସ୍ଥିତ ଅତିଥି ଜୋରରେ ହସୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Shutterdown (@shutterdownphotography)

ବିବାହ କରୁଥିବା ବରଙ୍କ ନାମ ବିରେନ୍‌ ଖୁଲ୍ଲର ଓ କନ୍ୟା ନାଁ ବିଦୁଷୀ ଶର୍ମା। ପଣ୍ଡିତ କିସ୍‌ କରିବାକୁ କହିବା ପରେ ବର କନ୍ୟା ପରସ୍ପରକୁ ବେଦୀରେ ବସି କିସ୍‌ କରୁଛନ୍ତି। ଏହା ଦେଖି ପଣ୍ଡିତ ଲାଜେଇ ଯାଉଛନ୍ତି।

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଭାରତୀୟ ବିବାହରେ ବିଦେଶୀ ପରମ୍ପରା କରିବା ବେଳେ ପଣ୍ଡିତ ଅସହଜ ହୋଇପଡ଼ୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ପସନ୍ଦ ବି କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ସ୍ୱିଟ୍‌ କହୁଥିବା ବେଳେ ଆଉ କିଛି ଏହା ଭାରତୀୟ ପରମ୍ପରା ନୁହେଁ ବୋଲି କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.