Below header

ସରକାରୀ ସ୍କିମରେ ଟଙ୍କା ଲଗାଇ ବନନ୍ତୁ ଲକ୍ଷପତି, କେବଳ ୨୫୦ ଟଙ୍କା ଜମା କଲେ ମିଳିବ ୧୫ ଲକ୍ଷ ଟଙ୍କା

ସୁକନ୍ୟା ସମୃଦ୍ଧି ସ୍କିମ : କେନ୍ଦ୍ର ସରକାରଙ୍କ ତରଫରୁ କେତେ ପ୍ରକାର ସ୍କିମ ଚଳାଯାଇଛି । ଯେଉଁଥିରେ ଟଙ୍କା ଲଗାଇ ଆପଣ ବଡ଼ ରିଟର୍ଣ୍ଣ ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ସ୍କିମ ବିଷୟରେ କହିବୁ,ଯେଉଁଥିରେ କେବଳ ୨୫୦ ଟଙ୍କା ଲଗାଇ ଆପଣଙ୍କ ଝିଅର ବିବାହ ପର୍ଯ୍ୟନ୍ତ ୧୫ ଲକ୍ଷ ଟଙ୍କା ପାଇପାରିବେ ।

କେବଳ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ହେବ ଟଙ୍କା

ଏହି ସ୍କିମର ଭଲ କଥା ହେଉଛି ଯେ ଆପଣଙ୍କୁ ପୁରା ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରବାକୁ ପଡ଼ିବ ନାହିଁ । ତେବେ ଝିଅର ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଟଙ୍କା ଉପରେ ସୁଧ ମିଳିଚାଲିବ ।

କେତେ ମିଳିବ ସୁଧ

ସରକାର ଏବେ ଏହି ସ୍କିମରେ ଜମାକାରୀଙ୍କୁ ୭.୬ ପ୍ରତିଶତ ସୁଧରେ କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟ (ଯୌଗିକ ସୁଧ) ଦେଉଛନ୍ତି । ଏହି ସ୍କିମରେ ସରକାର ସୁଧ ରେଟକୁ ପ୍ରତି ୩ ମାସରେ ରିଭାଇଜ କରିଥାନ୍ତି ।
୨୫୦ ଟଙ୍କା ଲେଖାଏଁ କରିବାକୁ ହେବ ଜମା

ଏହି ଯୋଜନାରେ ଆପଣଙ୍କୁ ଅତି କମରେ ୨୫୦ ଟଙ୍କା ଲେଖାଏଁ ନିବେଶ କରିବାକୁ ହେବ । ଅତି ବେଶୀରେ ଆପଣ ଏଥିରେ ୧,୫୦,୦୦୦ ଟଙ୍କା ଯାଏ ନିବେଶ କରିପାରିବେ । କେନ୍ଦ୍ର ସରକାରଙ୍କ ଏହାଏକ ଲୋକପ୍ରିୟ ଯୋଜନା । ଯାହାଦ୍ୱାରା ଆପଣଙ୍କ ଝିଅ ପାଇଁ ୧୫ଲକ୍ଷ ଟଙ୍କାର ଫଣ୍ଡ ଜମା କରିପାରିବେ ।

କେମିତି ମିଳିବ ୧୫ ଲକ୍ଷ ଟଙ୍କା

ଏହି ସରକାରୀ ସ୍କିମରେ ଯଦି ଆପଣ ପ୍ରତି ମାସ ୩୦୦୦ ଟଙ୍କା ଡିପୋଜିଟ କରୁଛନ୍ତି ଅର୍ଥାତ ପ୍ରତି ବର୍ଷ ୩୬,୦୦୦ ଟଙ୍କା ଡିପୋଜିଟ କରୁଛନ୍ତି । ତେବେ ଏହା ଉପରେ ଆପଣ ୭.୬ ପ୍ରତିଶତ କମ୍ପାଉଣ୍ଡିଂ ଇଣ୍ଟ୍ରେଷ୍ଟ ହିସାବରେ ସୁଧର ଫାଇଦା ମିଳିବ । ଏହାଦ୍ୱାରା ୨୧ ବର୍ଷ ବା ମେଚୋରିଟି ପର୍ଯ୍ୟନ୍ତ ଆପଣ ପାଇବେ ୧୫,୨୨,୨୨୧ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.