Categories: ସ୍ପେଶାଲ

ସୋନିଆଙ୍କ ସହ ନୁହେଁ ଅନ୍ୟ ଜଣଙ୍କ ସହ ରାଜୀବଙ୍କ ବିବାହ କରିବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ, ଜାଣନ୍ତୁ କିଏ ସେହି ରହସ୍ୟମୟୀ ଯୁବତୀ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ବିଷୟବସ୍ତୁ ପାଲଟିଛି । ଏହି ବିବାହକୁ ନେଇ ବହୁତ କିଛି କାହାଣୀ ମଧ୍ୟ ଲେଖାଯାଇଛ । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରେମ, ତ୍ୟାଗ ଏବଂ ସମର୍ପଣର ଉଦାହରଣ ହେଉଛି ସୋନିଆ ଏବଂ ରାଜୀବଙ୍କ ସମ୍ପର୍କ । କିନ୍ତୁ ଆପଣ ବୋଧେ ଜାଣି ନଥିବେ ଇନ୍ଦିରା ଗାନ୍ଧୀ ପୁଅ ରାଜୀବଙ୍କ ବିବାହ ଇନ୍ଦିରାଙ୍କ ସହ ନୁହେଁ ଆଉ ଜଣଙ୍କ ସହ କରିବାକୁ ଚାହୁଁଥିଲେ । ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ରାଜ କପୁରଙ୍କ ଝିଅ ।

ତେବେ ଏକଥା ଆମେ ନୁହେଁ କହିଛନ୍ତି ବରିଷ୍ଠ ପତ୍ରକାର ରସିଦ୍ କିଦବଇ । ନିଜ ପୁସ୍ତକ “ନେତା ଅଭିନେତା : ବଲିଉଡ ଷ୍ଟାର୍ ପାୱର୍ ଇନ୍ ଇଣ୍ଡିଆନ୍ ପଲିଟିକ୍ସ” ରେ ଏହି କଥା ଉଲ୍ଲେଖ କରିଛନ୍ତି । ରସିଦ୍ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଏବଂ ବର୍ଷିୟାନ୍ ଅଭିନେତା ପୃଥ୍ୱୀରାଜ୍ କପୁରଙ୍କ ପରିବାର ସହ ଖୁବ୍ ଗଭୀର ବନ୍ଧୁତ୍ବ ଥିଲା । ଆଉ ଇନ୍ଦିରା ଗାନ୍ଧୀ ଏହି ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବାକୁ ଚାହୁଁଥିଲେ । ଏହି କାରଣରୁ ରାଜ କପୁରଙ୍କ ଝିଅ ଋତୁ ନନ୍ଦାଙ୍କୁ ନିଜ ଘରର ବୋହୂ କରିବାକୁ ଇଛା ରଖିଥିଲେ ଇନ୍ଦିରା ଗାନ୍ଧୀ ।

କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସ୍ବପ୍ନରେ ସେତେବେଳେ ବ୍ରେକ୍ ଲାଗିଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ପୁଅ ରାଜୀବଙ୍କ ମନ ଇଟାଲୀର ସୋନିଆ ମାୟନୋ (ଏବେ ସୋନିଆ ଗାନ୍ଧୀ)ଙ୍କ ଉପରେ ଆସି ଯାଇଛି ଏବଂ ଉଭୟ ବିବାହ କରିବାକୁ ଚାହୁଁଛନ୍ତି । ତେବେ ଇନ୍ଦିରା ଗାନ୍ଧୀ ଏହି ସମ୍ପର୍କକୁ ଦେଇଥିଲେ ଗ୍ରୀନ୍ ସିଗନାଲ୍ । ଏହା ପରେ ୧୯୬୮ରେ ରାଜୀବ ଗାନ୍ଧୀ ଏବଂ ସୋନିଆ ବିବାହ କରିଥିଲେ ।
ତେବେ ରସିଦଙ୍କ ଏହି ପୁସ୍ତରେ କେବଳ ରାଜୀବ -ସୋନିଆଙ୍କ ବିଷୟରେ ନୁହେଁ ବରଂ ବଲିଉଡ୍ ଷ୍ଟାର୍ ଏବଂ ରାଜନୀତି ସହ ଜଡିତ ଅନେକ ଲୋକଙ୍କ ବିଷୟରେ ଖୁବ୍ ନିଆରା ଅନ୍ଦାଜରେ ଲେଖାଯାଇଛି ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

10 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

19 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

27 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

44 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

59 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago