ସୋନିଆଙ୍କ ସହ ନୁହେଁ ଅନ୍ୟ ଜଣଙ୍କ ସହ ରାଜୀବଙ୍କ ବିବାହ କରିବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ, ଜାଣନ୍ତୁ କିଏ ସେହି ରହସ୍ୟମୟୀ ଯୁବତୀ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ବିଷୟବସ୍ତୁ ପାଲଟିଛି । ଏହି ବିବାହକୁ ନେଇ ବହୁତ କିଛି କାହାଣୀ ମଧ୍ୟ ଲେଖାଯାଇଛ । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରେମ, ତ୍ୟାଗ ଏବଂ ସମର୍ପଣର ଉଦାହରଣ ହେଉଛି ସୋନିଆ ଏବଂ ରାଜୀବଙ୍କ ସମ୍ପର୍କ । କିନ୍ତୁ ଆପଣ ବୋଧେ ଜାଣି ନଥିବେ ଇନ୍ଦିରା ଗାନ୍ଧୀ ପୁଅ ରାଜୀବଙ୍କ ବିବାହ ଇନ୍ଦିରାଙ୍କ ସହ ନୁହେଁ ଆଉ ଜଣଙ୍କ ସହ କରିବାକୁ ଚାହୁଁଥିଲେ । ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ରାଜ କପୁରଙ୍କ ଝିଅ ।

sonia indiraତେବେ ଏକଥା ଆମେ ନୁହେଁ କହିଛନ୍ତି ବରିଷ୍ଠ ପତ୍ରକାର ରସିଦ୍ କିଦବଇ । ନିଜ ପୁସ୍ତକ “ନେତା ଅଭିନେତା : ବଲିଉଡ ଷ୍ଟାର୍ ପାୱର୍ ଇନ୍ ଇଣ୍ଡିଆନ୍ ପଲିଟିକ୍ସ” ରେ ଏହି କଥା ଉଲ୍ଲେଖ କରିଛନ୍ତି । ରସିଦ୍ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଏବଂ ବର୍ଷିୟାନ୍ ଅଭିନେତା ପୃଥ୍ୱୀରାଜ୍ କପୁରଙ୍କ ପରିବାର ସହ ଖୁବ୍ ଗଭୀର ବନ୍ଧୁତ୍ବ ଥିଲା । ଆଉ ଇନ୍ଦିରା ଗାନ୍ଧୀ ଏହି ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବାକୁ ଚାହୁଁଥିଲେ । ଏହି କାରଣରୁ ରାଜ କପୁରଙ୍କ ଝିଅ ଋତୁ ନନ୍ଦାଙ୍କୁ ନିଜ ଘରର ବୋହୂ କରିବାକୁ ଇଛା ରଖିଥିଲେ ଇନ୍ଦିରା ଗାନ୍ଧୀ ।

indira gandhiକିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସ୍ବପ୍ନରେ ସେତେବେଳେ ବ୍ରେକ୍ ଲାଗିଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ପୁଅ ରାଜୀବଙ୍କ ମନ ଇଟାଲୀର ସୋନିଆ ମାୟନୋ (ଏବେ ସୋନିଆ ଗାନ୍ଧୀ)ଙ୍କ ଉପରେ ଆସି ଯାଇଛି ଏବଂ ଉଭୟ ବିବାହ କରିବାକୁ ଚାହୁଁଛନ୍ତି । ତେବେ ଇନ୍ଦିରା ଗାନ୍ଧୀ ଏହି ସମ୍ପର୍କକୁ ଦେଇଥିଲେ ଗ୍ରୀନ୍ ସିଗନାଲ୍ । ଏହା ପରେ ୧୯୬୮ରେ ରାଜୀବ ଗାନ୍ଧୀ ଏବଂ ସୋନିଆ ବିବାହ କରିଥିଲେ ।
ତେବେ ରସିଦଙ୍କ ଏହି ପୁସ୍ତରେ କେବଳ ରାଜୀବ -ସୋନିଆଙ୍କ ବିଷୟରେ ନୁହେଁ ବରଂ ବଲିଉଡ୍ ଷ୍ଟାର୍ ଏବଂ ରାଜନୀତି ସହ ଜଡିତ ଅନେକ ଲୋକଙ୍କ ବିଷୟରେ ଖୁବ୍ ନିଆରା ଅନ୍ଦାଜରେ ଲେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.