Below header

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ, ନୀଳଗିରି କଲେଜରେ ଫୁଟିଲା ବୋମା, ବଏଜ୍‌ କମନ୍‌ ରୁମ୍‌ରେ ଭଙ୍ଗାରୁଜା

ବାଲେଶ୍ୱର (କେନ୍ଯୁଜ୍) :ବାଲେଶ୍ୱର ନୀଳଗିରି କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା । କଲେଜ ପରିସରରେ ବୋମାମାଡ଼ ହୋଇଛି । ସେହିପରି ବଏଜ୍‌ କମନ୍‌ ରୁମ୍‌ରେ ବି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ଉତ୍ତେଜନାତକୁ ଦୃଷ୍ଟିରେ ରଖି କଲେଜକୁ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି ।

ଛାତ୍ର ସଂସଦ ନିର୍ବାଚନ ନେଇ ଆଜି କଲେଜସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଗଣ୍ଡଗୋଳ ହୋଇଛି । ଉତ୍ତେଜନା ପରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ପହଞ୍ଚି ତଦନ୍ତ କରୁଛି । ଅକ୍‌ଟୋବର ୧୧ରେ ହେବ ଛାତ୍ର ସଂସଦ ନିର୍ବାଚନ । ତାପୂର୍ବରୁ କ୍ୟାମ୍ପସ ରାଜନୀତି ଜୋର ଧରିଲାଣି ।

jajpur

ଏନସି ଅଟୋନୋମସ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରୀ । କଲେଜର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ର । କଲେଜ ସମ୍ମୁଖରେ ଟାୟାର ଜାଳିଲେ ଉତ୍ୟକ୍ତ ଛାତ୍ର,ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.