Below header

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ଆନ୍ଦୋଳନ ଆହୁରି ତେଜିଲା

 ଝାରସୁଗୁଡ଼ା (କେନ୍ୟୁଜ୍) : ଆହୁରି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। ପଶ୍ଚିମ ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ କୋର୍ଟକୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଦେଢ ମାସ କାଳ ବନ୍ଦ ରଖାଯିବ । ଏ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଝାରସୁଗୁଡା ଜିଲ୍ଲା ବାର୍ ଆସୋସିଏସନ୍ । ଆଜିଠାରୁ ପ୍ରାୟ ଦେଢ଼ମାସ ଧରି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ବାର୍ ଆସୋସିଏସନ ସଭାପତି ।

ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ବସି ସେପଟେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଳା ପ୍ରଶାସନ କାର୍ଯ୍ୟାଳୟ ସହିତ ଜିଲ୍ଲା କୋର୍ଟକୁ ମଧ୍ୟ ବନ୍ଦ କରାଯାଇଥିଲା। ତେବେ ଗତ ୨୯ ତାରିଖରେ ସିଏସସି ପକ୍ଷରୁ ରାଜଗମପୁର ଠାରେ ବୈଠକ ବସି ଦେଢ଼ ମାସ ପାଇଁ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.