ସ୍ପେଶାଲ

ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ଯିବାକୁ ରାସ୍ତା ଅଛି କି ? ଜାଣନ୍ତୁ ଏହା ପଛରେ କଣ ରହିଛି ରହସ୍ୟ

ପୁରୀର ସ୍ୱର୍ଗଦ୍ୱାର । ଏହି ନାଁ ଶୁଣିଲେ ଆପଣଙ୍କ ମନରେ ସ୍ୱର୍ଗଦ୍ୱାରର ପ୍ରତିଛବି ଆସି ଯାଉଥିବ । ଆତ୍ମାର ମୁକ୍ତି ପାଇଁ ଏଠାରେ ଅନ୍ତିମ ସଂସ୍କାର କରାଯାଏ । କିନ୍ତୁ ଏହାର ନାଁ ସ୍ୱର୍ଗଦ୍ୱାର କାହିଁକି ରଖାଯାଇଛି । ଆପଣଙ୍କ ମନରେ ଏହାକୁ ନେଇ କେବେ ପ୍ରଶ୍ନ ଆସିଛି କି ? ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ଯିବାକୁ ରାସ୍ତା ଅଛି କି ? ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଗଲେ ଆତ୍ମା ସ୍ୱର୍ଗଦ୍ୱାରକୁ ଯାଇଥାଏ କି ? ଏହାକୁ କିଏ ନିର୍ମାଣ କରିଥିଲେ? ଏ ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ସ୍ୱର୍ଗଦ୍ୱାରର ନାଁ କାହିଁକି ସ୍ୱର୍ଗଦ୍ୱାର ରଖାଗଲା ଆସନ୍ତୁ ଜାଣିବା ।

ସୂଚନା ଅନୁସାରେ ଓଡ଼ିଶାର ଲୋକମାନେ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଏଠାରେ ତାଙ୍କର ଅନ୍ତିମ ସଂସ୍କାର କରିଥାନ୍ତି । କାରଣ ବିଶ୍ୱାସ ଅନୁଯାୟୀ ମଣିଷର ମୃତ୍ୟୁ ପରେ ଏଠାରେ ଅନ୍ତିମ ସଂସ୍କାର କଲେ ଆତ୍ମାକୁ ମୁକ୍ତି ମିଳେ ଓ ସ୍ୱର୍ଗଲୋକରେ ସ୍ଥାନ ମିଳେ । ସ୍ୱର୍ଗଦ୍ୱାର ତିଆରି ହେବା ପଛରେ ରହିଛି ଏକ ଖାସ ରହସ୍ୟ ।

ବିଶ୍ୱାସ ଅନୁଯାୟୀ ସତ୍ୟ ଯୁଗରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସ୍ୱର୍ଗଲୋକରୁ ଦେବାଦେବୀମାନେ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିଥିଲେ । ପୂର୍ବ କାଳରେ ଜଗନ୍ନାଥଙ୍କ ସମସ୍ତ ନୀତି ଦେବାଦେବୀ ହିଁ କରୁଥିଲେ । ସମସ୍ତ ଦେବାଦେବେୀମାନେ ପୃଥିବୀକୁ ଆସି ଜଗନ୍ନାଥଙ୍କ ପୂଜା କରି ସ୍ୱର୍ଗଲୋକ ଫେରିଥାନ୍ତି । ତେବେ ଏହି ଦେବତାଙ୍କ ମଧ୍ୟରେ ସ୍ୱର୍ଗାଧିପତି ଦେବରାଜ ଇନ୍ଦ୍ର ଅନ୍ୟତମ । ଏକଦା ସେ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ଜଣେ ସେବକ ଇନ୍ଦ୍ରଙ୍କ ବଜ୍ର ଓ କୁଣ୍ଡଳ ଦେଖି ଇନ୍ଦ୍ରଙ୍କୁ ଚିହ୍ନିପାରିଥିଲେ । ପରେ ସେବକ ଜଣଙ୍କ ଇନ୍ଦ୍ରଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ । ସମୁଦ୍ରର ଏକ ବାଲୁକାମୟ ସ୍ଥାନରୁ ଇନ୍ଦ୍ରଦେବ ସ୍ୱର୍ଗାରୋହଣ କରିଥିଲେ । ପରେ ସେବକ ଜଣଙ୍କ ସ୍ୱର୍ଗର ରାସ୍ତା ଜାଣି ପାରି ଏହି ସ୍ଥାନରେ ଏକ ବାଡ଼ି ପୋତିଥିଲେ । ସେବକ ଜଣଙ୍କ ସିଧା ଯାଇ ସେ ସମୟର ରାଜାଙ୍କ ପାଖରେ ପହଞ୍ଚି ସମସ୍ତ କଥାକୁ ବଖାଣିଥିଲେ । ପରେ ରାଜା ସେହି ସ୍ଥାନକୁ ସ୍ୱର୍ଗଦ୍ୱାର ନାମରେ ନାମିତ କରାଇଥିଲେ । ଯେଉଁଠାରେ ବର୍ତ୍ତମାନ ଲୋକଙ୍କ ଅନ୍ତିମ ସଂସ୍କାର କରାଯଉଛି ।

ଅନ୍ୟ ଏକ ଲୋକକଥା ଅନୁଯାୟୀ ଯେତେବେଳେ ଜଗନ୍ନାଥଙ୍କର ଦାରୁ ସମୁଦ୍ରରେ ଭାସି ଭାସି ଆସିଥିଲା, ତାହା ପ୍ରଥମେ ଏହି ସ୍ଥାନରେ ହିଁ ଅଟକି ଥିଲା । ତେଣୁ ଏହି ସ୍ଥାନକୁ ସ୍ୱର୍ଗଦ୍ୱାର ନାମ ଦିଆଯାଇଥିବା ମଧ୍ୟ ବିଶ୍ୱାସ ରହିଛି । ଏହା ସହିତ କୁହାଯାଏ ସ୍ୱର୍ଗଦ୍ୱାରରେ କେବେ ବି ଅଗ୍ନି ଲିଭି ନଥାଏ । ଏଠାରେ ଲଗାତାର ଭାବେ ଚିତା ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳେ ।

ଯିଏ ଏ ଧରା ପୃଷ୍ଠରେ ଜନ୍ମ ନିଏ ତାର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ସମସ୍ତଙ୍କ ଇଚ୍ଛା ଥାଏ ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର ପୁରୀର ସ୍ୱର୍ଗଦ୍ୱାରରେ ହିଁ ହେଉ । କାରଣ ଏଠାରେ ଅନ୍ତିମ ସଂସ୍କାର କରାଗଲେ ଆତ୍ମାକୁ ମୋକ୍ଷ ମିଳିଥାଏ ।

 

Subhalaxmi Das

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

11 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

15 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

34 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago