ସ୍ପେଶାଲ

ଦିନେ ଜଳ ସଙ୍କଟରେ ଥିଲା ଇସ୍ରାଇଲ ହେଲେ ଏବେ ଚାରିଆଡେ ପାଣି ହିଁ ପାଣି

୧୦ବର୍ଷ ତଳେ ଇସ୍ରାଇଲ ଖୁବ ଜଳ ସମସ୍ୟାରେ ଥିଲା। ହଜାର ବର୍ଷ ତଳୁ ଜଳ ସମସ୍ୟା ପିଛା ଛାଡ଼ୁନଥିଲା ଇସ୍ରାଇଲର। ହେଲେ ଆଜି ସବୁ ସମସ୍ୟାରୁ ବାହାରି ଯାଇଛି ଇସ୍ରାଇଲ । ବିନା କୌଣସି ନଦୀ କି ସମୁଦ୍ର ଥାଇ ପାଣି ସମସ୍ୟାରୁ କେମିତି ଉପରକୁ ଉଠିଲା ଦେଶ ତାହା ହିଁ ସବୁଠୁ ବଡ଼ ଚକିତ କଲାଭଳି କଥା।

ଲୋକମାନଙ୍କ ପାଇଁ ଏବଂ ସରକାରଙ୍କ କଠୋର ନିଷ୍ପତ୍ତି ଲାଗି ଏସବୁ ସମ୍ଭବ ହୋଇପାରିଲା। ଇସ୍ରାଇଲର ପାଣି ଆଇନ ବା ନିୟମ ବହୁତ କଠୋର। ପାଣି କାହାର ନୁହେଁ, କିନ୍ତୁ ସମସ୍ତେ ନିଜର କରି ପାରିବେ ଏହି ସ୍ଲୋଗାନ ସହ ଆଗକୁ ବଢିଲା ଇସ୍ରାଇଲ । କୌଣସି ଲୋକ ପାଣି ଉପରେ ମାଲିକାନା ବା ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ, ସରକାର ସମସ୍ତଙ୍କୁ ପାଣି ଯୋଗାଇ ଦେବେ। ଏହି ହିସାବରେ ସମସ୍ତେ ଚଳୁଥିଲେ । ଏଠାରେ ପାଣି ଉପରେ କୌଣସି ସବସିଡି ଲଗେନି । ଯେତିକି ପାଣି ର ଦର ସେତିକି ଦେବାକୁ ହୁଏ । ଏଥିପାଇଁ ସରକାର ପାଣିର ଦାମ୍ ନିଅନ୍ତି କାରଣ ଆପଣ ଯେଉଁ ଜିନିଷର ପାଇଁ ପଇସା ଦିଅନ୍ତି ତାକୁ ଦେଖି ଚାହିଁ ଖର୍ଚ୍ଚ କରନ୍ତି। ଏହା ହେବା ଉଚିତ ମଧ୍ଯ।

ଚାଷ ପାଇଁ ପାଣି ବହୁତ୍ ଖର୍ଚ୍ଚ ହୁଏ ଭାରତରେ। ଏଠାରେ ଜମିରେ ପାଣି ଛାଡ଼ିଦିଆ ଯାଏ ଗଛକୁ ପାଣି ଦେବା ପାଇଁ, ହେଲେ ଇସ୍ରାଇଲରେ ଟିକେ ଭିନ୍ନ ପ୍ରକାର ପାଣି ଦିଆଯାଏ ଗଛରେ । ଏଠି ଗଛ ମୂଳରେ ପାଣି ପହଞ୍ଚାଯାଏ ଏଥିପାଇଁ ଭୂତଳୁ ବ୍ୟବସ୍ଥା କରାଯାଇଥାଏ। ଯାହାକୁ କୁହାଯାଇଥାଏ ଡ୍ରିପ ଇରିଗେସନ୍। ଭାରତରେ ମଧ୍ୟ ଡ୍ରିପ୍ ଇରିଗେଶନ ବ୍ୟବସ୍ଥା ଅଛି ହେଲେ ୪ପ୍ରତିଶତ ହିଁ ଏଭଳି ପାଣି ଦିଆଯାଉଛି। ଇସ୍ରାଇଲରେ ୯୦ପ୍ରତିଶତ ବ୍ଯବହାର ହୋଇଥିବା ଜଳ ପୁଣି ବ୍ୟବହାର କରାଯାଏ। ଆମେ ଯେଉଁ ପାଣି ଖରାପ୍ କହି ନଦୀକୁ ଛାଡିଦେଉ ଇସ୍ରାଇଲ ସେହି ପାଣିକୁ ରିସାଇକେଲ କରି ବ୍ୟବହାର କରେ। ଏଠାରେ ଇକୋ ସିଷ୍ଟମରେ ଡିସୋଲିନେଶନ୍ ଜରିଆରେ ସମୁଦ୍ର ପାଣିକୁ ସଫା କରି ବ୍ୟବହାର କରାଯାଏ। ଅବଶ୍ୟ ଡିସୋଲିନେଶନ କରିବା ଦ୍ୱାରା ଏହି ପାଣି ମଣିଷ ସ୍ଵାସ୍ଥ୍ୟ ପ୍ରତି ବିପଦ ଆଣିପରେ। କାରଣ ଏଥିରେ ପାଣିରୁ କ୍ୟାଲସିୟମ, ନେଗ୍ଲିସିୟମ, କମ୍ ହୋଇଯାଏ। ହେଲେ ଏସବୁକୁ ବି ନିୟନ୍ତ୍ରଣ କରାଯାଇ ପାରିବ ନୂଆ ନୂଆ ମେଥଡ ଦ୍ଵାରା।

ବର୍ତ୍ତମାନ ଯଦି ପାଣି ସମସ୍ୟାରୁ ଆମେ ନବହାରିବା ତେବେ ଆଗକୁ ବହୁତ୍ ସମସ୍ୟା ବଢିପାରେ। ଭାରତରେ ଫ୍ରେସ୍ ଜଳ ଅଛି ହେଲେ ତାକୁ ଅପବ୍ୟବହାର କରାଯାଉଛି। ଯଦି ଏସବୁ ପାଇଁ ଏବେଠାରୁ ସତର୍କ ନହେବା ଆଗମୀ ବର୍ଷରୁ ଭାରତରେ ୧୦କୋଟି ଲୋକ ପାଣି ସମସ୍ୟା ଆଗରେ ହାର ମାନିବେ। ଆଉ ୨୦୩୦ ବେଳକୁ ଭାରତର ୫୦ପ୍ରତିଶତ ଭାଗରେ ରହୁଥିବା ଲୋକକୁ ପାଣି ମିଳିବ ନାହିଁ। ଭାରତର ୭୦ପ୍ରତିଶତ ପାଣି ଦୂଷିତ ହୋଇ ସାରିଲାଣି, ଦୂଷିତ ପାଣିରେ ଭାରତ ୧୨୨ ଦେଶରେ ୧୨୦ନମ୍ୱରରେ ରହିଛି। ମାନେ ପାଣି ସମସ୍ୟାରେ ଟପରେ ଅଛି। ନୀତି ଆୟୋଗ କହୁଛି ପ୍ରତି ବର୍ଷ ଭାରତରେ ଦୂଷିତ ପାଣି ପିଇ ୨ଲକ୍ଷ ଲୋକ ମରୁଛନ୍ତି। ତାପରେ ଆମ ପାଳି ଆସିପାରେ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

11 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

28 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

40 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

50 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

53 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago