କ୍ରୀଡା

ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ, ବିରାଟ ପୁଣି କଲେ କମାଲ୍‌

ଆଡଲେଡ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌। ଏହି ମ୍ୟାଚରେ ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଇଛି ଭାରତ। ଭାରତ ୧୮୪ ରନ୍‌ କରି ୬ ଓ୍ଵିକେଟ ହରାଇଛି। ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୋହିତ ବାହିନୀ।

ପ୍ରଥମେ ବ୍ୟାଟିଂ କରିବାକୁ ରୋହିତ ଶର୍ମା ଏବଂ କେଏଲ ରାହୁଲ ଆସିଥିଲେ। ତେବେ ୩.୨ ଓଭରରେ ରୋହିତ ଶର୍ମା ହସନଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆଉ ମାତ୍ର ୨ ରନ କରିଥିଲେ। ରୋହିତଙ୍କ ଆଉଟ୍‌ ହେବା ପରେ କେଏଲ ରାହୁଲଙ୍କ ସହିତ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ତେବେ କେଏଲ ରାହୁଲ ଅର୍ଦ୍ଧଶତକ କରି ଆଉଟ୍‌ ହୋଇଥିଲେ। ରାହୁଲ ୩୨ ବଲରେ ୫୦ ରନ୍‌ କରିଥିଲେ। ରାହୁଲ ଆଉଟ୍‌ ହେବା ପରେ ବିରାଟଙ୍କ ସହିତ ସୂର୍ଯ୍ୟକୁମାର ଯାଦବ ଆସି ୩୦ ରନ୍‌ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୫ ରନ କରି ଆଉଟ୍‌ ହୋଇଥିଲେ।

ଏହାପରେ ଏକୁଟିଆ ରହିଥିବା ବିରାଟଙ୍କ ସହ ବ୍ୟାଟିଂ କରିବାକୁ ଆସିଥିଲେ ଦିନେଶ କାର୍ତ୍ତିକ। କିନ୍ତୁ ରନଆଉଟ୍‌ର ଶିକାର ହୋଇଥିଲେ। କାର୍ତ୍ତିକ ଆଉଟ୍‌ ହେବା ପରେ ଅକ୍ଷର ପଟେଲ ବିରାଟଙ୍କ ସହିତ ବ୍ୟାଟିଂ କରିବାକୁ ଆସିଥିଲେ। ବିରାଟ ୬୩ ରନ୍‌ କରି ଅପରାଜିତ ରହିଥିଲେ। ଅକ୍ଷର ପଟେଲ ମଧ୍ୟ ୭ରନ୍‌ କରି ଆଉଟ୍‌ ହୋଇଥିଲେ। ବିରାଟଙ୍କ ସହିତ ବ୍ୟାଟିଂ ପାଇଁ ଆସିଥିଲେ ଅଶ୍ୱିନ।  ବାଂଲାଦେଶ ତରଫରୁ ହସନ ମହମୁଦ ୩ଟି ଓ୍ଵିକେଟ ନେଇଥିବା ବେଳେ ସକିନ୍‌ ଅଲ ହସନ ୨ଟି ଓ୍ଵିକେଟ ନେଇଛନ୍ତି।

ଟି-୨୦ ବିଶ୍ୱକପ୍ ୨୦୨୨ରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ-୨ ର ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ଉଭୟ ଦଳ ଏହି ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି।

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago