ସ୍ପେଶାଲ

ପଥର ଭିତରେ ୧୦୦୦ ବର୍ଷରୁ କଏଦ ଥିଲା ‘ରାକ୍ଷସ’! ଦୁଇ ଖଣ୍ଡ ହୋଇଯିବାରୁ ଲୋକେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା; ଜାଣନ୍ତୁ ଜାପାନୀ ପୌରାଣିକ କଥା…

କେବଳ ଭାରତରେ ନୁହେଁ, ଅନେକ ଦେଶରେ ବି ପୌରାଣିକ ଲୋକକଥା ସବୁ ରହିଛି। ଏମିତି ହିଁ ଜାପାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠି ଏକ ପ୍ରାଚୀନ ଶିଳାଖଣ୍ଡରେ ହଜାର ବର୍ଷ ପୂର୍ବେ ଏକ ରାକ୍ଷସ ବାସ କରୁଥିଲା ବୋଲି ଦାବି କରାଯାଉଥିଲା। କିନ୍ତୁ ଏବେ ଏହି ଶିଳାଖଣ୍ଡ ରହସ୍ୟମୟ ଭାବରେ ଦୁଇ ଖଣ୍ଡ ହୋଇଯାଇଛି। କୁହାଯାଉଛି କି, ଭୌତିକ ଶକ୍ତି ଯୋଗୁ ଏମିତି ହୋଇଛି। ଏକ ଖବର ମୁତାବକ, ସେସୋ-ସେକି ଏକା ଦି କିଲିଂ ଷ୍ଟୋନ ହେଉଛି ଏକ ଆଗ୍ନେୟଗିରି ପଥର। ବିଶ୍ୱାସ ରହିଥିଲା ଯେ ଏହି ପଥରରେ ଏକ ଦୁଷ୍ଟ ଆତ୍ମା ରହୁଛି, ଯିଏକି ସେଣ୍ଟ୍ରାଲ ଜାପାନରେ ଥିବା ଏକ ସକ୍ରିୟ ଆଗ୍ନେୟଗିରି ଉପରେ ବସୁଛି।

ଏହି ସ୍ଥାନ ଟୋକିଓଠାରୁ ଅଧିକ ଦୂର ନୁହେଁ। ଜାପାନୀ ପୌରାଣିକ କଥା ଅନୁସାରେ ବିଶ୍ୱାସ ଥିଲା, ପଥର ଭିତରେ ଏକ ଦୁଷ୍ଟ ଆତ୍ମା ରହୁଛି। ଏହା ଏତେ ଶକ୍ତିଶାଳୀ ଯେ ଯିଏ ବି ଏହା ସମ୍ପର୍କରେ ଆସିଥାଏ, ସେ ତାକୁ ମାରି ଦେଇଥାଏ।

ଦୁଇ ଭାଗ ହୋଇଗଲା ପଥର

ମାର୍ଚ୍ଚ ୫ରେ ପଥରଟି ଦୁଇ ଭାଗରେ ବିଭକ୍ତ ହୋଇଯିବା ପରେ ଜାପାନର ସ୍ଥାନୀୟ ବାସିନ୍ଦା ଏବଂ ଅନଲାଇନ୍ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ କି, ପଥରରୁ ଲଗାତାର ବିଷାକ୍ତ ଗ୍ୟାସ ବାହାରୁଛି। ବିଶ୍ୱାସ କରାଯାଏ, କିଲିଂ ଷ୍ଟୋନ୍‌ରେ ତମାମୋ-ନୋ-ମାଇଙ୍କ ମୃତଦେହ ଥିଲା, ଯିଏକି ଜଣେ ସୁନ୍ଦରୀ ନାରୀ ରୂପରେ ଦେଖା ଦେଉଥିଲେ। ହେଲେ ପରେ ସେ ୯ଟି ଲାଞ୍ଜ ଥିବା ବିଲୁଆ ରୂପରେ ସାମ୍ନାକୁ ଆସିଥିଲେ।

ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଲା ଆଗ୍ନେୟଗିରି ପଥର

ଜାପାନୀ ପୌରାଣିକ କଥାରୁ ଜଣାଯାଏ ଯେ ତମାମୋ-ନୋ-ମାଇ ଜଣେ ଶକ୍ତିଶାଳୀ ଜାପାନୀ ସାମନ୍ତୀ ପ୍ରଭୁଙ୍କ ପାଇଁ କାର୍ଯ୍ୟ କରୁଥିଲେ, ଯିଏ ୧୧୦୦ ଦଶକରେ ସମ୍ରାଟ ଟୋବାଙ୍କୁ ହଟାଇ ଫିଙ୍ଗିଦେବା ଏବଂ ହତ୍ୟା ଷଡଯନ୍ତ୍ର ରଚିଥିଲେ। ପଥର ଭାଙ୍ଗିବାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ନିଜର ଚିନ୍ତାଧାରା ଏବଂ ସିଦ୍ଧାନ୍ତକୁ ସେୟାର କରିବା ପାଇଁ ସୋସିଆଲ ମିଡିଆର ସାହାରା ନେଇଥିଲେ। ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଏହା ବହୁତ ଭୟଙ୍କର। ଆମକୁ ଆଉ ଅନ୍ଧକାରର ଆବଶ୍ୟକତା ନାହିଁ।’

Roshni

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

12 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

15 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

22 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

24 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

60 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago