ସ୍ପେଶାଲ

ଏଠାରେ କୁମାରମାନେ ବିବାହ ପାଇଁ କରିଥାନ୍ତି ମାତା ପାର୍ବତୀଙ୍କ ମୂର୍ତ୍ତି ଚୋରି, ଜାଣନ୍ତୁ ଏହି ସ୍ଥାନର ମହତ୍ତ୍ୱ

ଭାରତରେ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଅଛି। ପ୍ରତ୍ୟେକ ମନ୍ଦିରରେ ଭିିନ୍ନ ଭିନ୍ନ ମାନ୍ୟତା ମଧ୍ୟ ରହିଛି। ସବୁ ମନ୍ଦିରରେ ଲୋକ ପୂଜା କରନ୍ତି ଏବଂ ପ୍ରସାଦ ନିଅନ୍ତି। କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଯେ ମନ୍ଦୀରରୁ ମୂର୍ତ୍ତି ଚୋରି ହେବା କଥା? ଆପଣ ଭାବୁଥିବେ ମନ୍ଦିରରୁ ଭକ୍ତ କଣ ପାଇଁ ଭଗବାନଙ୍କ ମୂର୍ତ୍ତି ଚୋରି କରିବେ। ଏହା କେଉଁଭଳି ମାନ୍ୟତା?

ଆମେ ଯେଉଁ ପ୍ରଥା ସମ୍ପର୍କରେ କହୁଛୁ ତାହା ହେଉଛି ରାଜସ୍ଥାନ ଅଞ୍ଚଳର। ରାଜସ୍ଥାନର ହିଣ୍ଡୋାଳି ଜିଲ୍ଲାରେ ଏକ ଏଭଳି ମନ୍ଦିର ରହିଛି ଯାହା ସମ୍ପର୍କରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ଅଜବ ଧରଣର ମାନ୍ୟତା ଚାଲିଆସୁଛି।

ମହାଶିବରାତ୍ରୀ ଅବସରରେ ଏଠାରେ ଏକ ଅଜବ ପରମ୍ପରା ପାଳନ କରାଯାଏ। ପବିତ୍ର ଶିବରାତ୍ରୀ ଦିନ ଏଠାରେ ମାତା ପାର୍ବତୀଙ୍କ ମୂର୍ତ୍ତିକୁ ଚୋରି କରିନିଅନ୍ତି। ଏହା ଏକ ପରମ୍ପରା ହୋଇଥିବାରୁ କେହି ବି ଜାଣିବାକୁ ଚେଷ୍ଟା କରନ୍ତି ନାହିଁ ଯେ ମାଆଙ୍କ ମୂର୍ତ୍ତିକୁ କିଏ ଚୋରି କରିଛି।

ସୂଚନା ମୁତାବିକ ଏହି ମନ୍ଦିରର ନାମ ହେଉଛି ରଘୁନାଥଘାଟ ଶିବ ମନ୍ଦିର । ଏଠାରେ ପ୍ରତିଥର ମହାଦେବଙ୍କ ମହାଶିବରାତ୍ରୀ ପର୍ବକୁ ବହୁ ଆଡମ୍ବରରେ ପାଳନ କରାଯାଏ। ଏଠାରେ ମାନ୍ୟତା ରହିଛି ଯେ କୁମାର କୁମାରୀ ମାନେ ମାଆଙ୍କର ମୂର୍ତ୍ତିକୁ ଚୋରି କରିନେଲେ ସେମାନଙ୍କ ବିବାହ ଶୀଘ୍ର ହୋଇଥାଏ। ତେବେ ଏହି ଚୋରି କେବଳ କିଛି ସମୟ ପାଇଁ ହୋଇଥାଏ। ବିବାହ ପରେ ମାଆଙ୍କର ଏହି ମୂର୍ତ୍ତିକୁ ପୁଣିଥରେ ମନ୍ଦିରରେ ରଖାଯାଏ।

ତେବେ ପରମ୍ପରା ଏମିତି ବି ରହିଛି ଯେ ଯେଉଁମାନଙ୍କର ବିବାହ ହୋଇପାରୁନାହିଁ ସେମାନେ ମଧ୍ୟ ଏହି ମୂର୍ତ୍ତିକୁ ଚୋରି କରିନିଅନ୍ତି। ଏଭଳି ଭାବେ ମନ୍ଦିରରୁ ମାଆଙ୍କ ମୂର୍ତ୍ତି ଚୋରି ହେବା ପରେ ଭଗବାନ ଭୋଳାନାଥ ପୁଣିଥରେ ଏକା ହୋଇଯାନ୍ତି।

ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ ଥରେ ପାର୍ବତୀଙ୍କ ମୂର୍ତ୍ତି ଚୋରି ହେବା ପରେ ବର୍ଷେ ପରେ ମନ୍ଦିରକୁ ଫେରାଇଦିଆଯାଇଥିଲା।ତେବେ ଚୋରି କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସବୁ ଜଣାପଡ଼ିଯାଏ ସତ କିନ୍ତୁ ଏହା ସମ୍ପର୍କରେ ପୋଲିସ୍‌ କୁ ଅଭିଯୋଗ ହୋଇନଥାଏ । କାରଣ ଏହା ଏକ ପରମ୍ପରା। ଯାହାକୁ ସମସ୍ତେ ମାନିଥାନ୍ତି। ବିବାହ ସମସ୍ୟା ଥିଲେ ଏପରି ପରମ୍ପରାକୁ ପାଳନ କରାଯାଏ। ରିପୋର୍ଟ ମୁତାବିକ ଏବେ ପର୍ଯ୍ୟନ୍ତ ୧୨ ରୁ ଅଧିକ ଲୋକଙ୍କ ବିବାହ ହୋଇସାରିଛି। କେବଳ ଗୋଟିଏ ନୁହେଁ ବରଂ ଆଖାପାଖ ଗାଁର ମଧ୍ୟ ଏହି ପରମ୍ପରାକୁ ମାନିଥାନ୍ତି।

ବିଶ୍ୱାସ ମୂଳେ ସର୍ବସିଦ୍ଧି । ତେଣୁ ପ୍ରତ୍ୟେକ ଭକ୍ତ ଭଗବାନଙ୍କ ଉପରେ ଭରସା ରଖି ଏହି ପରମ୍ପରାକୁ ପାଳନ କରିଥାନ୍ତି। ଏମିତିରେ ଶୁଣିବାକୁ ମିଳିଛି ଯେ ମୂର୍ତ୍ତିକୁ ପାଖାପାଖି ୬୦ ବର୍ଷରୁ ଅଧିକ ହୋଇଗଲାଣି। ମୂର୍ତ୍ତିର ଉଚ୍ଚତା ପାଖାପାଖି ଏକ ଫୁଟ ଯାହାକୁ ଖୁବ ସହଜରେ ବ୍ୟାଗରେ ନେଇ ଯାଇହେବ। ତେବେ ଚୋରି ହୋଇଥିବା ମାଆଙ୍କ ସ୍ଥାନରେ କେବଳ ମାଆଙ୍କ ଚୋଲି ରଖାଯାଇଥାଏ। ତେବେ ଚୋରି ସମୟରେ ଏହା ସମ୍ପର୍କରେ କାହାକୁ ଜଣାନଥାଏ।

D Sonali

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

13 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

16 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

23 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

25 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago