ସ୍ପେଶାଲ

ଦିବ୍ୟାଙ୍ଗ ଜଗାଙ୍କୁ ମିଳିଲା ସାହାଯ୍ୟ, ଏବେ ମାସିକ ୫ ହଜାର ଟଙ୍କା ଆଗାମୀ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ

ଝାଟି ମାଟିର କୁଡ଼ିଆ ଘରେ ରୁହନ୍ତି ଦିବ୍ୟାଙ୍ଗ ଜଗା । ପ୍ରେମ କରି ବିବାହ କରିଥିଲେ । ବହୁ କଷ୍ଟରେ ସ୍ୱାମୀ ସ୍ତ୍ରୀ ଦିନ କାଟୁଥିଲେ । ଏହାରି ଭିତରେ ଘରକୁ ଆସିଲା କୁନି ଅତିଥି । ଏକ ପୁତ୍ର ସନ୍ତାନର ଅଧିକାରୀ ହେଲେ ଜଗା ଏବଂ ତାଙ୍କ ସ୍ତ୍ରୀ । ଧିରେ ଧିରେ ପୁଅ ବଢ଼ିବାରେ ଲାଗିଲା । ପୁଅର ପାଠ ପଢ଼ିବା ବୟସ ବି ହେଲା କିନ୍ତୁ ପୁଅକୁ ପାଠ ପଢ଼ାଇବା ପାଇଁ ଜଗାଙ୍କ ପାଖରେ ଟଙ୍କା ନଥିଲା । ଘରୁ ଗୋଡ଼ କାଢ଼ିଲେ ଜଗାଙ୍କ ଘରେ ଚୁଲ୍ଲି ଜଳେ । ନିଜେ ପରିଶ୍ରମ କରି ନିଜ ଘର ଚଳାନ୍ତି । ଏଭଳି ସମୟରେ ଦିବ୍ୟାଙ୍ଗ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଯାଜପୁର ଚିତ୍ତଳୋ ପଞ୍ଚାୟତ ଝାଡଗାଁର ଭିନ୍ନକ୍ଷମ ଯୁବକ ଜଗନ୍ନାଥ ସେଠୀ ବହୁ କଷ୍ଟରେ ଘର ଚଳାନ୍ତି । ଭିନ୍ନକ୍ଷମ ଯୁବକ ହୋଇଥିଲେ ବି କେବେ ହାର ମାନି ନାହାନ୍ତି । ନିଜ ପରିବାର ଚଳାଇବା ପାଇଁ ସବୁବେଳେ ସଂଘର୍ଷ କରୁଛନ୍ତି । ଏନେଇ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଏଭଳି ଘଟଣା ଡ. ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଜଗାଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମାସିକ ୫ ହଜାର ଟଙ୍କା ଆଗାମୀ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହି ଟଙ୍କାରେ ଜଗା ନିଜ ପୁଅକୁ ଭଲ ଶିକ୍ଷାଦାନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଡ. ସାମନ୍ତଙ୍କ ସହୟତାରେ ତାଙ୍କ ପୁଅ ଏବେ ଭଲ ରେ ପାଠ ପଢ଼ିବ । ଏନେଇ ଜଗା ଓ ତାଙ୍କ ସ୍ତ୍ରୀ ବେଶ୍‌ ଖୁସି ଅଛନ୍ତି ।

କିସ୍‌ ଫାଉଣ୍ଡେସନ ପକ୍ଷରୁ ଏକ ଚିଠି ଜଗାଙ୍କ ଘରେ ପହଞ୍ଚିଥିଲା । ଏହା ସହ ବ୍ୟାଙ୍କ ଖାତାରେ ଟଙ୍କା ଆସିବା ଖବର ମିଳିଥିଲା । କିସ୍‌ ଫାଉଣ୍ଡେସନ ପକ୍ଷରୁ ଏଭଳି ସାହାଯ୍ୟର ହାତ ବଢ଼ାଇଥିବାରୁ ପରିବାରବର୍ଗ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପାଖରେ ଚିରଋଣୀ ହୋଇ ରହିବେ ବୋଲି କହିଥିଲେ । ଏହା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଜଗା । ଡ. ସାମନ୍ତଙ୍କ ଏଭଳି ସାହାଯ୍ୟ ଓ ସହଯୋଗ ପାଇଁ ଗ୍ରାମବାସୀ ଓ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି।

ଏଭଳି ଅନେକ ଅସହାୟ ଲୋକ ଅଛନ୍ତି, ଯେଉଁମାନେ ନାନା ସମସ୍ୟାରେ ଦିନ କାଟୁଛନ୍ତି । ଏମାନଙ୍କୁ ଯଦି ସହୃଦୟ ବ୍ୟକ୍ତିମାନେ ସାହାଯ୍ୟ କରିବେ ତେବେ ଏମାନଙ୍କ କଷ୍ଟ ଅଳ୍ପ ବହୁତ ଦୂର ହୋଇପାରନ୍ତା । ତେବେ ଜଗାଙ୍କ ପୁଅ ଭଲରେ ପାଠ ପଢ଼ୁ ତାହା ହିଁ ସମସ୍ତଙ୍କ ଇଚ୍ଛା ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago