ସ୍ପେଶାଲ

ତୁ ମୋର ନୁହେଁ ତ..ମୁଁ ତତେ ଆଉ କାହାର କରେଇ ଦେବିନି

ସୁବର୍ଣ୍ଣପୁର (କେନ୍ୟୁଜ): ପ୍ରେମ ଶାଶ୍ୱତ ଓ ଚିରନ୍ତନ । ମାତ୍ର ପ୍ରେମରେ ସନ୍ଦେହ ଆସିଲେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ନିଜ ପ୍ରେମିକାକୁ ସନ୍ଦେହ କରି ଅତି ଜଘନ୍ୟ ଭାବେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ .ଚେଷ୍ଟା କରିଥିବା ଭଳି ନୃଶଂସ କାଣ୍ଡ କରିଛି ଏକ ପ୍ରେମିକ । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ଗ୍ରାମପଞ୍ଚାୟତର ବଳିପାଲି ଗ୍ରାମରେ ।

ଘଟଣା ଅନୁଯାୟୀ, ସୋମବାର ସକାଳୁ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମ ନିକଟରେ ଏକ ବିଲରେ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲା ।

ଯାହା ଜଣାପଡିଛି କି, ମୃତ ଯୁବତୀ ଜଣକ ସମ୍ବଲପୁର ଜିଲ୍ଲା କତରବା ଥାନା ଅନ୍ତର୍ଗତ ଲାଉବାହାଲ ଗ୍ରାମର କୂଳମଣି ପଟନିଆଁଙ୍କ ସାନ ଝିଅ ୨୪ ବର୍ଷିୟା ମନ୍ଦାକିନି ପଟନିଆଁ (୨୪) । ସୂଚନା ଅନୁସାରେ ମନ୍ଦାକିନିଙ୍କ ସହ ବଳିପାଲି ଗ୍ରାମର ଲିଙ୍ଗ ଦେହୁରୀ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା । ଲିଙ୍ଗର ବୟସ ବି ସେହି ୨୪ ବର୍ଷ ହେବ । ତେବେ ଯୁବକ ନିଜ ପ୍ରେମିକାକୁ ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଥିବା ନେଇ ସନ୍ଦେହ କରିଥିଲା ।

ଶନିବାର ଦିନ ମନ୍ଦାକିନୀଙ୍କୁ ପ୍ରେମିକ ଲିଙ୍ଗ ତା ଗ୍ରାମକୁ ବୁଲିବାକୁ ଯିବା କହି ଡାକିଥିଲା । ପ୍ରେମିକା ଜଣକ ବସ୍ ଯୋଗେ ସନ୍ଧ୍ୟା ବେଳେ ଆସି ଲୁତୁରପଙ୍କ ଛକରେ ଓହ୍ଲାଇ ଥିଲେ । ଯୁବକ ଜଣକ ତାଙ୍କୁ ସେଠାରୁ ସାଇକେଲରେ ନେଇଯାଇଥିଲା । ସେତେବେଳେ ଟିକିଏ ଅନ୍ଧାର ହୋଇଯାଇଥିଲା । ଉଭୟ ରାସ୍ତା ପାର୍ଶ୍ବରେ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଆଲୋଚନା କରିଥିଲେ । ଯାହା ଯୁକ୍ତିତର୍କରେ ପରିଣତ ହୋଇଥିଲା ।

ପ୍ରେମିକା ମନ୍ଦାକିନି ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଥିବା ଏବଂ ସେହି ଯୁବକ ସହିତ ପ୍ରେମ ସମ୍ପର୍କରେ ଥିବା ପ୍ରେମିକ ଲିଙ୍ଗରାଜ କହିଥିଲା । ଉଭୟଙ୍କ ମଧ୍ୟରେ ଏହି କଥାକୁ ନେଇ ବେଶ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଲିଙ୍ଗରାଜ ଅତି ନର୍ମମ ଭାବେ ମନ୍ଦାକିନିକୁ ଜୀବନରୁ ମାରିଦେଇଥିଲା । ଏହାପରେ ଅଭିଯୁକ୍ତ ଲିଙ୍ଗ ଫେରାର ହୋଇଯାଇଥିଲା ।

ତେବେ ରବିବାର ଦିନ ଉକ୍ତ ଯୁବତୀଙ୍କ ମୃତଦେହ ହୀରାପାଲି ଗ୍ରାମର କିଛି ଦୂରରେ ଥିବା ଏକ ବିଲ ପଡିଥିବା .ଦେଖିଥିଲେ କିଛି ସ୍ଥାନୀୟ ଲୋକ । ଖବର ପାଇ ବୀରମହାରାଜପୁର ପୋଲିସକୁ ଖବର ଦେବା ପରେ, ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏହାପରେ ତଦନ୍ତ ଆରମ୍ଭ କରି ସନ୍ଦେହରେ ବଳିପାଲି ଗ୍ରାମର ଲିଙ୍ଗରାଜ ଦେହୁରୀକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ଏପଟେ ଖବର ପାଇ ଝିଅର ବାପା କୂଳମଣି ବୀରମହାରାଜପୁର ଥାନାରେ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିବାବେଳେ, ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ ଏକ ମାମଲା (କେସ ନଂ ୮୪/୨୪) ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତ ଅଧିକାରୀ ଦୀପ୍ତି ରଞ୍ଜନ ଦିଗାଲ ସୂଚନା ଦେଇଛନ୍ତି । ଏପଟେ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଅଧିକ ତଦନ୍ତ ଜାରି ରହିଛି ପୋଲିସ୍ ।

 

Sonalisa

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

26 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

57 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

59 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago