ସ୍ପେଶାଲ

ଝିଅ ଏକ ଦାୟିତ୍ୱ ଅନେକ : ଆତ୍ମନିର୍ଭରଶୀଳତାର ଉଦହାରଣ ସାଜିଛନ୍ତି ଯାଜପୁର ବନ୍ଦାଳୋ ଗାଁର ସୁଭଦ୍ରା

ଯାଜପୁର : ଝିଅ ମାନେ ବି କିଛି କମ୍  ନୁହନ୍ତି । ମନରେ କିଛି କରି ଦେଖାଇବାର ଇଚ୍ଛା ଆଉ ଦୃଢ ମନୋବଳ ଥିଲେ ଜଣେ ଯେକୌଣସି ଉପାୟରେ ସଫଳତା ପାଇ ପାରିବା, ସେଥିରେ କୌଣସି ଦ୍ବନ୍ଦ ନାହିଁ । ଯାହାକୁ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବନ୍ଦାଳୋ ଗାଁର ଝିଅ ସୁଭଦ୍ରା ମହାନ୍ତି । ଉଚ୍ଚଶିକ୍ଷିତା ହେବା ପରେ କୈାଣସି ଚାକିରି ନପାଇବାରୁ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଯାହା ଫଳରେ ଅନ୍ୟମାନଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ।

ସୁଭଦ୍ରା ନାଟି ଯେମିତି କାମ ବି ସେମିତି । ଉଚ୍ଚଶିକ୍ଷିତା ହୋଇ ମଧ୍ଯ ଆହୁରୀ ଆଗକୁ ପଢିବାକୁ ଇଚ୍ଛା ଥିଲେ ସୁଦ୍ଧା, ଅର୍ଥ ଅଭାବରୁ ପାଠପଢାରେ ଡୋରି ବନ୍ଧା ହେଲା । ହେଲେ କର୍ମ ତାଙ୍କୁ ଡୋରିରେ ବାନ୍ଧି ପାରିଲା ନାହିଁ । ପାଠପଢା ଛାଡିବା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛନ୍ତି । ପ୍ରଥମେ ଟିୟୁସନ କରି ଦୁଇ ପଇସା ରୋଜଗାର କରିବା ଆରମ୍ଭ କରିଥିଲେ । ଏହାପରେ ରୋଜଗାର କରିବାକୁ ଅର୍ଥରୁ ଏକ ଛୋଟ ଅଟା ଓ ଧାନ କଳ କଲେ । ସେଥିରୁ କିଛି ରୋଜଗାର ହେଲା । ଏହାପରେ ସ୍ୱାବଲମ୍ବୀ ହେବାର ନିଶା ତାଙ୍କୁ ଚୁପ କରି ବସାଇ ପାରିଲା ନାହିଁ । ଏହାସହ ସେ ଆରମ୍ଭ କଲେ ଛତୁ ଚାଷ । ଏବେ ଦିନକୁ ୧୫ରୁ ୨୦କେଜି ଛତୁ ବିକ୍ରି କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସୁଭଦ୍ରା।

ବର୍ତ୍ତମାନ କରୋନା ମହାମାରୀ ଲକଡାଉନ ଯୋଗୁ ଗାଁରେ ଥିବା ଦୁଗ୍ଧ ଚାଷୀମାନେ ପ୍ରଭାବିତ ହୋଇଥିଲେ । ଏହା ଦେଖି ଗାଁ ଗାଁ ବୁଲି ଦୁଗ୍ଧ ସଂଗ୍ରହ କଲେ ସୁଭଦ୍ରା । ଏକ ଦୁଗ୍ଧ କଂପାନୀ ସହ ଯୋଗାଯୋଗ କରି ତାକୁ ବିକ୍ରି କରିବାର ରାସ୍ତା ଫିଟାଇଲେ । ଏଥିରେ ବି ଦୁଇ ପଇସା ଲାଭାବନ ହେଲେ । ସବୁଠାରୁ ବଡ କଥା ହେଲା ସେ ଏତେ ଗୁଡାଏ କାମ ଏକାକୀ କରିପାରୁଛନ୍ତି । ଘରେ ବସାଇଥିବା ଅଟା କଳକୁ ନିଜେ ଚଳାଉଛନ୍ତି । ଅବଶ୍ୟ ଏଥିରେ ତାଙ୍କୁ ପରିବାର ଲୋକେ ସହାୟତା କରୁଛନ୍ତି । ତଥାପି ସୁଭଦ୍ରାଙ୍କ ଏଭଳି କାମ ପାଇଁ ପରିବାର ଓ ଗ୍ରାମବାସୀ ବେଶ ଖୁସି ଓ ଗର୍ବ ଅନୁଭବ କରୁଥିବା କହିଛନ୍ତି । ନାରୀ କେବେ ଅବଳା ଦୁର୍ବଳା ନୁହେଁ । ସେ ପୁରୁଷ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ । ଯାହା କରି ଦେଖାଇଛନ୍ତି ସୁଭଦ୍ରା ।

 

Sonalisa

Recent Posts

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

11 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

20 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

33 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

35 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

36 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

59 mins ago