Below header

ଝିଅ ଏକ ଦାୟିତ୍ୱ ଅନେକ : ଆତ୍ମନିର୍ଭରଶୀଳତାର ଉଦହାରଣ ସାଜିଛନ୍ତି ଯାଜପୁର ବନ୍ଦାଳୋ ଗାଁର ସୁଭଦ୍ରା

ଯାଜପୁର : ଝିଅ ମାନେ ବି କିଛି କମ୍  ନୁହନ୍ତି । ମନରେ କିଛି କରି ଦେଖାଇବାର ଇଚ୍ଛା ଆଉ ଦୃଢ ମନୋବଳ ଥିଲେ ଜଣେ ଯେକୌଣସି ଉପାୟରେ ସଫଳତା ପାଇ ପାରିବା, ସେଥିରେ କୌଣସି ଦ୍ବନ୍ଦ ନାହିଁ । ଯାହାକୁ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବନ୍ଦାଳୋ ଗାଁର ଝିଅ ସୁଭଦ୍ରା ମହାନ୍ତି । ଉଚ୍ଚଶିକ୍ଷିତା ହେବା ପରେ କୈାଣସି ଚାକିରି ନପାଇବାରୁ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଯାହା ଫଳରେ ଅନ୍ୟମାନଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ।

mushroomସୁଭଦ୍ରା ନାଟି ଯେମିତି କାମ ବି ସେମିତି । ଉଚ୍ଚଶିକ୍ଷିତା ହୋଇ ମଧ୍ଯ ଆହୁରୀ ଆଗକୁ ପଢିବାକୁ ଇଚ୍ଛା ଥିଲେ ସୁଦ୍ଧା, ଅର୍ଥ ଅଭାବରୁ ପାଠପଢାରେ ଡୋରି ବନ୍ଧା ହେଲା । ହେଲେ କର୍ମ ତାଙ୍କୁ ଡୋରିରେ ବାନ୍ଧି ପାରିଲା ନାହିଁ । ପାଠପଢା ଛାଡିବା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛନ୍ତି । ପ୍ରଥମେ ଟିୟୁସନ କରି ଦୁଇ ପଇସା ରୋଜଗାର କରିବା ଆରମ୍ଭ କରିଥିଲେ । ଏହାପରେ ରୋଜଗାର କରିବାକୁ ଅର୍ଥରୁ ଏକ ଛୋଟ ଅଟା ଓ ଧାନ କଳ କଲେ । ସେଥିରୁ କିଛି ରୋଜଗାର ହେଲା । ଏହାପରେ ସ୍ୱାବଲମ୍ବୀ ହେବାର ନିଶା ତାଙ୍କୁ ଚୁପ କରି ବସାଇ ପାରିଲା ନାହିଁ । ଏହାସହ ସେ ଆରମ୍ଭ କଲେ ଛତୁ ଚାଷ । ଏବେ ଦିନକୁ ୧୫ରୁ ୨୦କେଜି ଛତୁ ବିକ୍ରି କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସୁଭଦ୍ରା।

familyବର୍ତ୍ତମାନ କରୋନା ମହାମାରୀ ଲକଡାଉନ ଯୋଗୁ ଗାଁରେ ଥିବା ଦୁଗ୍ଧ ଚାଷୀମାନେ ପ୍ରଭାବିତ ହୋଇଥିଲେ । ଏହା ଦେଖି ଗାଁ ଗାଁ ବୁଲି ଦୁଗ୍ଧ ସଂଗ୍ରହ କଲେ ସୁଭଦ୍ରା । ଏକ ଦୁଗ୍ଧ କଂପାନୀ ସହ ଯୋଗାଯୋଗ କରି ତାକୁ ବିକ୍ରି କରିବାର ରାସ୍ତା ଫିଟାଇଲେ । ଏଥିରେ ବି ଦୁଇ ପଇସା ଲାଭାବନ ହେଲେ । ସବୁଠାରୁ ବଡ କଥା ହେଲା ସେ ଏତେ ଗୁଡାଏ କାମ ଏକାକୀ କରିପାରୁଛନ୍ତି । ଘରେ ବସାଇଥିବା ଅଟା କଳକୁ ନିଜେ ଚଳାଉଛନ୍ତି । ଅବଶ୍ୟ ଏଥିରେ ତାଙ୍କୁ ପରିବାର ଲୋକେ ସହାୟତା କରୁଛନ୍ତି । ତଥାପି ସୁଭଦ୍ରାଙ୍କ ଏଭଳି କାମ ପାଇଁ ପରିବାର ଓ ଗ୍ରାମବାସୀ ବେଶ ଖୁସି ଓ ଗର୍ବ ଅନୁଭବ କରୁଥିବା କହିଛନ୍ତି । ନାରୀ କେବେ ଅବଳା ଦୁର୍ବଳା ନୁହେଁ । ସେ ପୁରୁଷ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ । ଯାହା କରି ଦେଖାଇଛନ୍ତି ସୁଭଦ୍ରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.