Below header

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟାରେ ୩୭୭୨୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୮ ମୃତ

ନୂଆଦିଲ୍ଲୀ: ଦେଶରେ ଦିନ କୁ ଦିନ ବଢ଼ିବାରେ ଲାଗିଛି ପ୍ରତିଦିନର ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୬୪୮ ଜଣଙ୍କର ଜୀବନ ନେଇ ସାରିଛି ଏହି ମାରାତ୍ମକ ଭାଇରସ୍ ‌। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୭୩୨କୁ ବୃଦ୍ଧି ପାଇଛି । ଏଯାବତ ଦେଶରେ ୧୧ଲକ୍ଷ ୯୨ହଜାର ୯୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରେକର୍ଡ ହୋଇଛି । ଏହାବାଦ ୭ ଲକ୍ଷ ୫୩ ହଜାର ୫୦ ସୁସ୍ଥ ହୋଇଛନ୍ତି ।

ଦେଶରେ ବିଭିନ୍ନ ହସ୍ପିଟାଲରେ ୪ଲକ୍ଷ ୧୧ ହଜାର ୧୩୩ ଜଣ ଚିକିତ୍ସିତ ହେଉଛନ୍ତି । ସର୍ବାଧିକ ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ର ରାଜ୍ୟରେ ୩ ଲକ୍ଷ ୨୭ ହଜାର ୩୧ ଆକ୍ରାନ୍ତ ହୋଇଥିବା ବେଳେ ୧୨ହଜାର ୨୭୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ଦିଲ୍ଲୀରେ ୧ ଲକ୍ଷ ୨୫ ହଜାର ୯୬ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୬୯୦ ମୃତ୍ୟୁ ହୋଇଛି । ସେପଟେ ତାମିଲନାଡ଼ୁରେ ୨୬୨୬, ଗୁଜରାଟରେ ୨୧୯୬ ଜଣଙ୍କ ମୃତ୍ୟୁ ହୋଇଛି । ଯେବେକି ୟୁପିରେ ୧ହାଜର ୨୨୯ ଜଣ ଓ ପଶ୍ଚିମବଙ୍ଗରେ ୧ହଜାର ୧୮୨ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.