Below header

ଚଳିତ ବର୍ଷ କେବେ ପଡୁଛି ନାଗ ପଞ୍ଚମୀ? ଜାଣନ୍ତୁ ଏହି ଦିନ ସର୍ପଙ୍କୁ କ୍ଷୀର ପିଆଇବା ପଛରେ କ’ଣ ରହିଛି ମହତ୍ତ୍ବ

ହିନ୍ଦୁ ଧର୍ମରେ ଶ୍ରାବଣ ମାସ ଅନେକ ପବିତ୍ର ବୋଲି ମାନ୍ଯତା ରହିଛି। ମୁଖ୍ଯତଃ ଏହା ପଛରେ ଦୁଇଟି କାରଣ ରହିଛି। ପ୍ରଥମଟି ହେଉଛି ଭଗବାନ ଶଙ୍କରଙ୍କୁ ଶ୍ରାବଣ ମାସ ଖୁବ୍ ପ୍ରିୟ ଅନ୍ଯଟି ଏହି ମାସରେ ଅନେକ ପର୍ବପର୍ବାଣି ପଡିଥାଏ। ପବିତ୍ର ନାଗପଞ୍ଚମୀ ପର୍ବ ମଧ୍ଯ ଏହି ମାସରେ ପଡିଥାଏ। ଏହି ପର୍ବ ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ନାଗ ଦେବତାଙ୍କ ପୂଜା ଆଜି ନୁହେଁ ବରଂ ଏହି ପୂଜା ପ୍ରାଚୀନକାଳରୁ ପାଳନ ହୋଇଆସୁଛି। ଘର ଏବଂ ପରିବାରରେ ନାଗ ଦେବତାଙ୍କ କୃପା ଲାଗି ରହିବା ପାଇଁ ଏହି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତା ୨୫ ତାରିଖରେ ପାଳନ କରାଯିବ। ଏହି ଦିନ କିଛି ଲୋକମାନେ ଘରର ମୁଖ୍ଯ ଦ୍ବାର ନିକଟରେ ନାଗଙ୍କ ଚିତ୍ର କରିଥାନ୍ତି। କିଛି ଲୋକମାନେ ମଧ୍ଯ ସର୍ପଙ୍କୁ କ୍ଷୀର ପିଆଇବାର ମାନ୍ଯତା ରହିଛି। ମାନ୍ଯତା ରହିଛି ଏହି ଦିନ ସର୍ପଙ୍କୁ ପୂଜା କରିବା ଏବଂ ତାଙ୍କୁ କ୍ଷୀର ପିଆଇବା ଦ୍ବାରା ପୁଣ୍ଯ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ବିସ୍ତାରରେ . . .

nag_panchami_ଭବିଷ୍ଯ ପୁରାଣ ଅନୁଯାୟୀ ଏହି ଦିନ ନାଗ ପୂଜା ଏବଂ ନାଗ ଦେବତାଙ୍କୁ କ୍ଷୀର ଲାଗି କରିବା ଦ୍ବାରା ନାଗ ଦେବତା ଖୁସି ହୋଇଥାନ୍ତି। ଏପରି କରିବା ଦ୍ବାରା ସର୍ପ ଧଂସନର ଭୟ ମଧ୍ଯ କମ ହୋଇଥାଏ। ଉଲ୍ଲେଖ ରହିଛି ଥରେ ମହାରାଜା ଜନ୍ମେଜୟ ନାଗ ଯଜ୍ଞ କରିଥିଲେ, ଯେଉଁ କାରଣରୁ ନାଗଙ୍କ ଶରୀର ଜଳି ଯାଇଥିଲା। ସେହିସମୟରେ ଆସ୍ତିକ ମୁନି ନାଗ ଦେବତାଙ୍କ ଉପରେ କ୍ଷୀର ଢାଳି ରକ୍ଷା କରିଥିଲେ।

nag devଆହୁରି ମଧ୍ଯ ଉଲ୍ଲେଖ ରହିଛି କୌଣସି ଏକ ରାଜ୍ଯରେ ଜଣେ କୃଷକ ନିଜ ପରିବାର ସହ ରହୁଥିଲେ। କୃଷକ ଜଣଙ୍କର ଦୁଇଟି ପୁତ୍ର ଏବଂ ଗୋଟିଏ ପୁତ୍ରୀ ସନ୍ତାନ ଥିଲା। ଥରେ କୃଷକ ଜଣକ ହଳ କରିବା ସମୟରେ ଭୁଲରେ ନାଗଙ୍କ ତିନିଟି ଛୁଆକୁ ମାରି ଦେଇଥିଲେ। ପରେ ମା’ ନାଗୁଣି ପ୍ରତିଶୋଧ ନେବା ପାଇଁ ରାତିରେ କୃଷକ, ତା’ଙ୍କ ପତ୍ନୀ ଏବଂ ଦୁଇ ପୁଅକୁ ଧଂସନ କରିଥିଲେ। ତା’ପରଦିନ ପୁଣି ମା’ ନାଗୁଣି କୃଷକର ଝିଅଟିକୁ ଆଘାତ କରିବା ପାଇଁ ଯିବା ସମୟରେ ଝିଅଟି ସାପ ସାମ୍ନାରେ ଏକ କ୍ଷୀର ଭର୍ତ୍ତି ପାତ୍ର ରଖିବା ସହ ହାତ ଯୋଡି କ୍ଷମା ମାଗିଥିଲା। ଏହାପରେ ମା’ ନାଗୁଣି ଝିଅଟିର ପ୍ରାର୍ଥନାରେ ପ୍ରସନ୍ନ ହୋଇ ମା’, ବାପା ଏବଂ ଦୁଇ ଭାଇଙ୍କୁ ପୁନଃ ଜୀବିତ କରିଥିଲେ। ସବୁଠାରୁ ବିଶେଷ କଥା ହେଉଛି ସେହିଦିନ ଶ୍ରାବଣ ଶୁକ୍ଳ ପଞ୍ଚମୀ ଥିଲା। ଏହିକାରଣରୁ ସେହି ଦିନ ଠାରୁ ଆଜି ପର୍ଯ୍ଯନ୍ତ ନାଗ ଦେବତାଙ୍କ କୋପରୁ ରକ୍ଷା ପାଇବା ପାଇଁ ନାଗ ପଞ୍ଚମୀ ଦିନ ପୂଜା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.