ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆଇଟି କର୍ମଚାରୀଙ୍କ “Work from home” ଅବଧି ବଢ଼ାଇଲେ ସରକାର

ଆଇଟି କର୍ମଚାରୀଙ୍କ “ଘରୁ କାମ କରିବା” ପଦ୍ଧତିକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର । ଆଇଟି ଓ ବିପିଓ କମ୍ପାନୀ କର୍ମଚାରୀଙ୍କ “work from home” ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯେବେକି ପୂର୍ବରୁ ଏହି ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ହିଁ ଥିଲା ।ଆଇଟି ବ୍ୟତୀତ “ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ” ଅନ୍ୟ କର୍ମଚାରୀଙ୍କ ” work from home” ନିୟମାବଳୀ କିଛିଟା କୋହଳ କରିବା ସହ ସେମାନଙ୍କ ଏହି ଅବଧିକୁ ମଧ୍ୟ ୨୦୨୦ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏବାବଦରେ ଗତକାଲି ବିଳମ୍ବିତ ରାତିରେ ହିଁ ଡିପାର୍ଟମେଣ୍ଟ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ଦିନ କୁ ଦିନ ତୀବ୍ର ରୂପ ନେଉଥିବା କୋଭିଡ ବା କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ହିଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ସୂଚନା ଦେବା ଯୋଗ୍ୟକି, ବର୍ତ୍ତମାନ ସମୟରେ ପ୍ରାୟ ୮୫ ପ୍ରତିଶତ ଆଇଟି କର୍ମଚାରୀ ଘରୁ ହିଁ କାମ କରୁଛନ୍ତି ।

କୌଣସି ଜଟିଳ ପରିସ୍ଥିତିରେ ହିଁ ଅଫିସ ଯାଉଥିବା ଜଣାଯାଇଛି । ଅନେକ ଅଫିସ ବି ସର୍ଵନିମ୍ନ କର୍ମଚାରୀଙ୍କୁ ନେଇ କାମ କରୁଥିବାର ନଜିର ରହିଛି । କହିରଖିବା ଉଚିତ ହେବକି, ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ହାର କମ କରିବା ପାଇଁ କର୍ମଚାରୀ ମାନଙ୍କୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘରୁ କାମ କରିବାର ଅନୁମତି ମିଳିଥିବା ବେଳେ ପରେ ଏହି ସମୟକୁ ଜୁଲାଇ ୩୧ ତାରିଖ ଯାଏଁ ବଢାଇ ଦିଆ ଯାଇଥିଲା । ସେପଟେ ଭାରତରେ ଦିନ କୁ ଦିନ ଜଟିଳ ସ୍ଥିତି ଧାରଣ କରିବାରେ ଲାଗିଛି ଏହି ମାରାତ୍ମକ ଭାଇରସ । ଏଯାବତ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୭୩୨କୁ ବୃଦ୍ଧି ପାଇଥିବା ବେଳେ ୧୧ଲକ୍ଷ ୯୨ହଜାର ୯୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.