ସ୍ପେଶାଲ

ବାପା ଟ୍ରକ ଡ୍ରାଇଭର କିନ୍ତୁ ପୁଅ ହେଲେ ଇସ୍ରୋର ବୈଜ୍ଞାନିକ, ଚନ୍ଦ୍ରଯାନ-୩ର ହିରୋ ସାଜିଛନ୍ତି ଝାଡ଼ଖଣ୍ଡର ସୋହନ ଯାଦବ

ଚନ୍ଦ୍ରଯାନ ୩ ର ସଫଳତା ପରେ ଏବେ ପୁରା ଦେଶରେ ଇସ୍ରୋର ବୈଜ୍ଞାନିକଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଏହି ଚର୍ଚ୍ଚାରେ ଆଉ ଏକ ନାାମ ଯୋଡ଼ି ହୋଇଯାଇଛି। ଝାଡ଼ଖଣ୍ଡର ସୋହନ ଯାଦବ। ଝାଡ଼ଖଣ୍ଡର ଖୁଣ୍ଟି ର ତୋରପା ର ତପକରା ଏରିଆର ବାସିନ୍ଦା। ତାଙ୍କ କଥା ଜାଣିଲେ ଆପଣ ବି କହିବେ, ସତରେ ମନୋବଳ ଓ ତା ସହ ଧର୍ଯ୍ୟ ଶକ୍ତି ଥିଲେ ସବୁ କିଛି ସମ୍ଭବ। ଯାହାକି ସୋହନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଅଭାବୀ ଘରର ପୁଅ ସୋହନ ପାଲଟିଛନ୍ତି ଚନ୍ଦ୍ରଯାନ- ୩ ମିଶନର ହିରୋ । ସୋହନଙ୍କ ବାପା ଜଣେ ଟ୍ରକ ଡ୍ରାଇଭର। ତେଣୁ ଭାବି ପାରୁଥିବେ ପରିବାର କେତେ କଷ୍ଟରେ ଚଳୁଥିବ। ଆଉ ଏମିତିରେ ସୋହନଙ୍କ ବୈଜ୍ଞାନିକ ହେବାର ଇଚ୍ଛା। ଏହି ସ୍ୱପ୍ନକୁ ପୂରଣ କରିବାରେ ତାଙ୍କ ବାପା ଅନେକ କଷ୍ଟ ସହିଛନ୍ତି। ପରିଶ୍ରମ କରିଛନ୍ତି। ପୁଅକୁ ବୈଜ୍ଞାନିକ କରିବା ପାାଇଁ ଯେତିକି ଅର୍ଥ ଦରକାର ତାହାର ଯୋଗାଡ଼ ସେ ଅତି କଷ୍ଟରେ କରୁଥିଲେ ସତ; କିନ୍ତୁ ପୁଅ ବି ବାପା ମାଆଙ୍କର ନାଁ ରଖିଲା। ଚନ୍ଦ୍ରଯାନ ୩ର ସଫଳତା ରେ ସୋହନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି।

ଛୋଟବେଳୁ ସୋହନ ପରିବାରରେ ଆର୍ଥିକ ସମସ୍ୟା ଦେଖିଆସୁଥିଲେ। ସୋହନ ପିଲାବେଳୁ ଶାନ୍ତ ସ୍ୱଭାବର ଥିଲେ। ଆଉ ସେ ଛୋଟବେଳୁ ଭଲ ପାଠ ମଧ୍ୟ ପଢ଼ୁଥିଲେ। ପରିବାର କଥା କହିଲେ ବାପା ଜଣେ ଟ୍ରକ୍ ଡ୍ରାଇଭର । ମା’ ଜଣେ ଗୃହିଣୀ । ୪ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ହେଉଛନ୍ତି ସୋହନ । ଟ୍ରକ୍ ଚଳାଇ ୬ ପ୍ରାଣୀ କୁଟୁମ୍ବ ପାଳିବା ବହୁତ କଷ୍ଟ ହେଉଥିଲା । ବାପା ଧୁରା ଯାଦବ ଟ୍ରକ୍ ଚଳାଇ ଯାହା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ ପାଇଁ ଲାଗେ । କିନ୍ତୁ ସେତ ବାପା ମା’ ନିଜ ପୁଅର ଭବିଷ୍ୟତ ଥିଲା ତାଙ୍କ ପାଇଁ ସବୁକିଛି । ତେଣୁ ବଡ କଷ୍ଟ ରେ ସେ ନିଜ ପୁଅ କୁ ପାଠ ପଢ଼ିଲେ । ପ୍ରଥମେ ପଞ୍ଚମ ଶ୍ରେଣୀ ଯାଏଁ ଗାଁ ପାଖ ସରସ୍ୱତୀ ବିଦ୍ୟା ମନ୍ଦିରରେ ପଢିବା ପରେ ପ୍ରବେଶିକା ପରୀକ୍ଷା ଉତ୍ତିର୍ଣ୍ଣ ହୋଇ ନବୋଦୟରେ ପଢିଲେ । ସେଠାରୁ ଶିକ୍ଷା ସରିବା ପରେ ଡିଏଭି ରୁ ଦ୍ୱାଦଶ ଶେଷ କଲେ ।ଜାଣିଲେ ଆଶ୍ଚର୍ଯ୍ୟ ହେବେ ବାପାଙ୍କ ରୋଜଗାର ମାତ୍ର ୩ ହଜାର ଟଙ୍କା ଥିବାବେଳେ କେବଳ ସୋହନଙ୍କ ପାଇଁ ୨,୫୦୦ ଟଙ୍କା ଖର୍ଚ୍ଚ ହେଉଥିଲା ।

ଆଇଆଇଟିରେ ସ୍ଥାନ ପାଇବା ପରେ ସମସ୍ତେ ଖୁସି ଥିଲେ । କଷ୍ଟ କରି ୨୦୧୬ ରେ ସୋହନ ଇସ୍ରୋରେ ଜଏନ କରିଥିଲେ। ସେତେବେଳେ ତାଙ୍କ ବର୍ଷ ୨୧ ବୟସ ହୋଇଥିଲା । ଆଉ ସେବେଠୁ ତାଙ୍କୁ ଚନ୍ଦ୍ରଯାନର ମୁଖ୍ୟ ପ୍ରୋଜେକ୍ଟରେ ସାମିଲ କରାଯାଇଥିଲା। ୨୮ ବର୍ଷୀୟ ସୋହନଙ୍କ ଏହି ସଫଳତା ରେ ତାଙ୍କ ପୁରା ପରିବାର ଆଜି ଗର୍ବିତ। ସୋହନଙ୍କ ମା’ ପୁଅର ଏହି ଅଭିଯାନ ସଫଳ ହେଉ ବୋଲି ମାନସିକ କରି ବ୍ରତ ମଧ୍ୟ ରଖିଥିଲେ । ଆଉ ଠିକ୍ ୬ଟା ୪ ମିନିଟରେ ଯେତେବେଳେ ସଫଳତାର ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ସମସ୍ତେ ଖୁସି ହୋଇ ଯାଇଥିଲେ ।

D Sonali

Recent Posts

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

33 seconds ago

ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ…

2 mins ago

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

27 mins ago

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

38 mins ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

45 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago