ଲାଇଫ୍ ଷ୍ଟାଇଲ୍

ସିଗାରେଟ ପିଉଥିଲେ ସାବଧାନ, ଅଦ୍ଭୁତ ରୋଗରେ ଜିଭ ପଡ଼ୁଛି ସବୁଜ

ସିଗାରେଟ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏ ବିଷୟରେ ଆମେ ସମସ୍ତେ ଭଲ ଭାବେ ଜାଣିଛୁ, ଏହା ପରେ ବି ଲୋକମାନେ ଏହାକୁ ପିଇବା ବନ୍ଦ କରୁନାହାନ୍ତି । ସେଥିପାଇଁ ସିଗାରେଟ୍‌ ପିଉଥିବା ଲୋକମାନଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ । ଆମେରିକାର ଓହିଓରୁ ଏଭଳି ଏକ ଭୟଙ୍କର ରୋଗ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଏବଂ ଶୁଣିଲେ ଆପଣ ବି ଡରି ଯିବେ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଅଧିକ ସିଗାରେଟ୍‌ ପିଇବା ଦ୍ୱାରା ଆପଣଙ୍କୁ ମଧ୍ୟ ଏହି ଭୟଙ୍କର ରୋଗ ହୋଇପାରେ । ଯାହା ଦ୍ୱାରା ଆପଣଙ୍କ ଜିଭ ପୁରା ସବୁଜ ହୋଇଯିବ ଏବଂ ଜିଭରେ କେଶ ଉଠିବ ।

କଣ ହୋଇଥାଏ ଏହି ରୋଗ :
ଏହା ଏକ ଅଦ୍ଭୁତ ରୋଗ ଯାହା ଦ୍ୱାରା ମଣିଷଙ୍କ ଜିଭରେ କେଶ ଉଠିଥାଏ ଏବଂ ଜିଭ ସବୁଜ ହୋଇଯାଏ । ଆମେରିକାର ଓହିଓରେ ରହୁଥିବା ଜଣେ ବ୍ୟକ୍ତିଙ୍କର ପ୍ରଥମେ ଜିଭ କୁଣ୍ଡେଇ ହେବାକୁ ଲାଗିଥିଲା । କିଛି ସମୟ ପରେ ଜିଭରେ କେଶ ଉଠିଥିଲା ଏବଂ ପରେ ଜିଭ ସବୁଜ ପଡିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ସିଗାରେଟ୍‌ ପିଇବା ଦ୍ୱାରା ଏମିତି ହୋଇଛି । ହେଲେ ଏଭଳି ଭୟଙ୍କର ରୋଗ ଭାରତରେ କାହାକୁ ହୋଇନାହିଁ । ଏନେଇ ବୈଜ୍ଞାନିକ କହିଛନ୍ତି ଯେ, ଏହି ରୋଗ ଯେ କୌଣସି ଲୋକଙ୍କୁ ମଧ୍ୟ ହୋଇପାରେ । ସେଥିପାଇଁ ଯେଉଁ ଲୋକ ସିଗାରେଟ୍‌ ପିଉଛନ୍ତି ସାବଧାନ ହୋଇ ଯାଆନ୍ତୁ ।

ଏହି ରୋଗ ହେବାରେ ଆଣ୍ଟିବାୟୋଟିକ୍ସର ଭୂମିକା ଅଛି କି ?
କିଛି ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ହେବାର କାରଣ ସିଗାରେଟ୍‌ ହୋଇ ଥାଇପାରେ । କିନ୍ତୁ ଅନ୍ୟ କିଛି ଡାକ୍ତରଙ୍କ କହିବା ଅନୁସାରେ, ଉକ୍ତ ବ୍ୟକ୍ତି କିଛି ଦିନ ପୂର୍ବରୁ ପାଟିରେ ହୋଇଥିବା ଇନ୍‌ଫେକ୍ସନ୍‌ ଯୋଗୁ ଆଣ୍ଟିବାୟୋଟିକ୍ସ ଖାଇଥିଲେ । ଏପରିସ୍ଥିତିରେ ଏହି ରୋଗ ହେବାର କାରଣ ମେଡିସିନ୍‌ର ରିଆକ୍ସନ୍‌ ମଧ୍ୟ ହୋଇପାରେ । କିନ୍ତୁ ବୈଜ୍ଞାନିକମାନଙ୍କ ପାଖରେ ଏହାକୁ ନେଇ କିଛି ସଠିକ୍‌ ତଥ୍ୟ ନାହିଁ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଧିକ ସିଗାରେଟ୍‌ ପିଇବା ଦ୍ୱାରା ଏଭଳି ରୋଗ ହୋଇଥାଏ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

18 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago