ସିଗାରେଟ ପିଉଥିଲେ ସାବଧାନ, ଅଦ୍ଭୁତ ରୋଗରେ ଜିଭ ପଡ଼ୁଛି ସବୁଜ
ଅଧିକ ସିଗାରେଟ୍ ପିଇବା ଦ୍ୱାରା ଆପଣଙ୍କୁ ମଧ୍ୟ ଏହି ଭୟଙ୍କର ରୋଗ ହୋଇପାରେ । ଯାହା ଦ୍ୱାରା ଆପଣଙ୍କ ଜିଭ ପୁରା ସବୁଜ ହୋଇଯିବ ଏବଂ ଜିଭରେ କେଶ ଉଠିବ । ଆମେରିକାର ଓହିଓରୁ ଏଭଳି ଏକ ଭୟଙ୍କର ରୋଗ ସାମ୍ନାକୁ ଆସିଛି ।

ସିଗାରେଟ୍ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏ ବିଷୟରେ ଆମେ ସମସ୍ତେ ଭଲ ଭାବେ ଜାଣିଛୁ, ଏହା ପରେ ବି ଲୋକମାନେ ଏହାକୁ ପିଇବା ବନ୍ଦ କରୁନାହାନ୍ତି । ସେଥିପାଇଁ ସିଗାରେଟ୍ ପିଉଥିବା ଲୋକମାନଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ । ଆମେରିକାର ଓହିଓରୁ ଏଭଳି ଏକ ଭୟଙ୍କର ରୋଗ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଏବଂ ଶୁଣିଲେ ଆପଣ ବି ଡରି ଯିବେ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଅଧିକ ସିଗାରେଟ୍ ପିଇବା ଦ୍ୱାରା ଆପଣଙ୍କୁ ମଧ୍ୟ ଏହି ଭୟଙ୍କର ରୋଗ ହୋଇପାରେ । ଯାହା ଦ୍ୱାରା ଆପଣଙ୍କ ଜିଭ ପୁରା ସବୁଜ ହୋଇଯିବ ଏବଂ ଜିଭରେ କେଶ ଉଠିବ ।
କଣ ହୋଇଥାଏ ଏହି ରୋଗ :
ଏହା ଏକ ଅଦ୍ଭୁତ ରୋଗ ଯାହା ଦ୍ୱାରା ମଣିଷଙ୍କ ଜିଭରେ କେଶ ଉଠିଥାଏ ଏବଂ ଜିଭ ସବୁଜ ହୋଇଯାଏ । ଆମେରିକାର ଓହିଓରେ ରହୁଥିବା ଜଣେ ବ୍ୟକ୍ତିଙ୍କର ପ୍ରଥମେ ଜିଭ କୁଣ୍ଡେଇ ହେବାକୁ ଲାଗିଥିଲା । କିଛି ସମୟ ପରେ ଜିଭରେ କେଶ ଉଠିଥିଲା ଏବଂ ପରେ ଜିଭ ସବୁଜ ପଡିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ସିଗାରେଟ୍ ପିଇବା ଦ୍ୱାରା ଏମିତି ହୋଇଛି । ହେଲେ ଏଭଳି ଭୟଙ୍କର ରୋଗ ଭାରତରେ କାହାକୁ ହୋଇନାହିଁ । ଏନେଇ ବୈଜ୍ଞାନିକ କହିଛନ୍ତି ଯେ, ଏହି ରୋଗ ଯେ କୌଣସି ଲୋକଙ୍କୁ ମଧ୍ୟ ହୋଇପାରେ । ସେଥିପାଇଁ ଯେଉଁ ଲୋକ ସିଗାରେଟ୍ ପିଉଛନ୍ତି ସାବଧାନ ହୋଇ ଯାଆନ୍ତୁ ।
ଏହି ରୋଗ ହେବାରେ ଆଣ୍ଟିବାୟୋଟିକ୍ସର ଭୂମିକା ଅଛି କି ?
କିଛି ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ହେବାର କାରଣ ସିଗାରେଟ୍ ହୋଇ ଥାଇପାରେ । କିନ୍ତୁ ଅନ୍ୟ କିଛି ଡାକ୍ତରଙ୍କ କହିବା ଅନୁସାରେ, ଉକ୍ତ ବ୍ୟକ୍ତି କିଛି ଦିନ ପୂର୍ବରୁ ପାଟିରେ ହୋଇଥିବା ଇନ୍ଫେକ୍ସନ୍ ଯୋଗୁ ଆଣ୍ଟିବାୟୋଟିକ୍ସ ଖାଇଥିଲେ । ଏପରିସ୍ଥିତିରେ ଏହି ରୋଗ ହେବାର କାରଣ ମେଡିସିନ୍ର ରିଆକ୍ସନ୍ ମଧ୍ୟ ହୋଇପାରେ । କିନ୍ତୁ ବୈଜ୍ଞାନିକମାନଙ୍କ ପାଖରେ ଏହାକୁ ନେଇ କିଛି ସଠିକ୍ ତଥ୍ୟ ନାହିଁ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଧିକ ସିଗାରେଟ୍ ପିଇବା ଦ୍ୱାରା ଏଭଳି ରୋଗ ହୋଇଥାଏ ।