ଗ୍ୟାସ୍‌ ଚୁଲା ପାଖରେ ଫ୍ରିଜ୍‌ ରଖୁଥିଲେ ସାବଧାନ୍‌, ନଚେତ ଭୋଗିବେ ବଡ ପରିଣାମ

ରୋଷେଇ ଘରେ ଗ୍ୟାସ ପାଖରେ ଫ୍ରିଜ୍‌ ରଖିଛନ୍ତି କି,ତେବେ ତୁରନ୍ତ ହଠାନ୍ତୁ 

ଘରେ ଇଲେକ୍ଟ୍ରୋନିକ୍ ଜିନିଷ ଏବଂ ଗ୍ୟାଜେଟ୍ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ ସେଗୁଡିକର ଯତ୍ନ ନେବା ମଧ୍ୟ ଆବଶ୍ୟକ । ଯଦି ସଠିକ୍ ଭାବରେ ସେଗୁଡିକର ବ୍ୟବହାର ନହୁଏ ତେବେ ଖରାପ ହେବାର ସମ୍ଭାବନା ରହିଛି । ଅତ୍ୟାବଶ୍ୟକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟରୁ ଗୋଟିଏ ହେଉଛି ଫ୍ରିଜ୍ । ସମୟ ସହିତ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି । ଲୋକଙ୍କ ଆବଶ୍ୟକତା ବୃଦ୍ଧି ପାଇଛି । ଘରର ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି ।

ଯେତେବେଳେ ଫ୍ରିଜ୍ କଥା ଆସେ ତାହାକୁ ଯତ୍ନ ନେବା ମଧ୍ୟ ନିହାତି ଆବଶ୍ୟକ । କୌଣସି ସମସ୍ୟା ହେଲେ ଫ୍ରିଜ୍‌ରୁ ଥଣ୍ଡା ବାହାରିବା କମ୍‌ ହୋଇଥାଏ । କ୍ରମେ ଫ୍ରିଜ୍ ଖରାପ ମଧ୍ୟ ହୋଇଯାଏ । ତେବେ ଫ୍ରିଜ୍ କେଉଁ ସ୍ଥାନରେ ରହୁଛି ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ । କାରଣ ପାଖରେ କୌଣସି ଉତ୍ତାପ ଜିନିଷ ଯେପରିକି ଗ୍ୟାସ୍ ଚୁଲା କିମ୍ବା ଇଣ୍ଡକସନ୍‌ କିମ୍ବା ଷ୍ଟୋଭ୍ ରହିଲେ ଫ୍ରିଜ୍ ଉପରେ ପ୍ରଭାବ ପଡିଥାଏ ।

ଅନେକ ଲୋକ କେବଳ ରୋଷେଇ ଘରେ ଫ୍ରିଜ୍ ରଖନ୍ତି । କିନ୍ତୁ ସେମାନେ ମନେ ରଖିବା ଉଚିତ୍ ଯେ ଫ୍ରିଜ୍ ପାଖାପାଖି କେଉଁ ଜିନିଷ ରହୁଛି । ରୋଷେଇ ଘରେ ଫ୍ରିଜ୍ ରଖିବାବେଳେ ଅଧିକ ଯତ୍ନବାନ ହେବାକୁ ପଡିଥାଏ । ଆପଣଙ୍କ ରୋଷେଇ ଘରେ ଆଉ ଏକ ଗରମ ଉପକରଣ ଅଛି । ତାହା ହେଉଛି ଗ୍ୟାସ୍ ଚୁଲା । ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ଫ୍ରିଜକୁ ଷ୍ଟୋଭରୁ କେତେ ଦୂରରେ ରଖିବା ଉଚିତ୍? ତେବେ ଜାଣନ୍ତୁ ଏହାର ଉତ୍ତର ।

ବିଶେଷଜ୍ଞଙ୍କ ଅନୁଯାୟୀ ଫ୍ରିଜ୍ ଏବଂ ଗ୍ୟାସ୍ ଚୁଲା କିମ୍ବା ଷ୍ଟୋଭ୍‌ ମଧ୍ୟରେ ଅତି କମ୍‌ରେ ୨୦ ଇଞ୍ଚର ଦୂରତା ରହିବା ଉଚିତ । ଯଦି ଏହା ଏତେ ଦୂରତାରେ ଅଛି ତେବେ ଚୁଲିା ଆପଣଙ୍କ ଫ୍ରିଜକୁ ନଷ୍ଟ କରିପାରିବ ନାହିଁ । ନଚେତ୍ ଫ୍ରିଜ୍‌ ଜଲଦି ଖରାପ ହୋଇଯାଇଥାଏ ।

ଗ୍ୟାସ୍ ଚୁଲା କିମ୍ବା ଷ୍ଟୋଭ୍‌କୁ ଫ୍ରିଜ୍ ପାଖରେ ରଖିବା ଆଦୌ ଉଚିତ ନୁହେଁ । କାରଣ ଚୁଲାରୁ ବାହାରୁଥିବା ଉତ୍ତାପ ଫ୍ରିଜ୍ ଭିତରେ ଥଣ୍ଡା ହେବାରେ ବାଧା ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ ଫ୍ରିଜ୍‌ର କମ୍ପ୍ରେସର୍‌ ଉପରେ ଚାପ ପଡିବ । ଏହା ହେଲେ ଥଣ୍ଡା ହେବା ପାଇଁ ଯେଉଁଠି ୫ ମିନିଟ୍ ଲାଗିବା କଥା ସେଠାରେ ୧୦ ମିନିଟ୍ ଅର୍ଥା୍ ଡବଲ୍ ସମୟ ଲାଗିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.