ଡାକ୍ତରଖାନାରୁ ଗାଏବ ମହିଳା SI, ବିଷ ପିଇ ମେଡିକାଲ ହୋଇଥିଲେ ଭର୍ତ୍ତି

ବଏଫ୍ରେଣ୍ଡ ପାଇଁ ବିଷ ପିଇ ଚର୍ଚ୍ଚାକୁ ଆସିଥିବା ପୋଲିସ ଏସଆଇ କୁଆଡେ ଗଲେ? କୌଣସି ଏକ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି । ଏନେଇ ବଲାଙ୍ଗିର SDPO ତୋଫାନ ବାଗ କହିଛନ୍ତି ମହିଳା ଅଧିକାରୀ ହୋଇ ଥିବାରୁ ସର୍ବ ସମ୍ମୁଖକୁ ଆସୁନାହାନ୍ତି । ଏବେ ଏସଆଇଙ୍କ ସମସ୍ୟା ନେଇ କାଉନସିଲିଂ ଚାଲିଛି ।

ବଲାଙ୍ଗିର (କେନ୍ୟୁଜ): ବଏଫ୍ରେଣ୍ଡ ପାଇଁ ବିଷ ପିଇ ଚର୍ଚ୍ଚାକୁ ଆସିଥିବା ପୋଲିସ ଏସଆଇ କୁଆଡେ ଗଲେ? କୌଣସି ଏକ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି । ଏନେଇ ବଲାଙ୍ଗିର SDPO ତୋଫାନ ବାଗ କହିଛନ୍ତି , ଏସଆଇଙ୍କ ବ୍ୟକ୍ତିଗତ ସମସ୍ୟା ନେଇ ଏପରି ପଦକ୍ଷେପ ନେଇଛନ୍ତି । ଏନେଇ ତଦନ୍ତ ଚାଲିଛି । ମହିଳା ଅଧିକାରୀ ହୋଇ ଥିବାରୁ ସର୍ବ ସମ୍ମୁଖକୁ ଆସୁନାହାନ୍ତି । ଏବେ ଏସଆଇଙ୍କ ସମସ୍ୟା ନେଇ କାଉନସିଲିଂ ଚାଲିଛି ।

ସୂଚନାଥାଉକି, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ମହିଳା । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ପୋଲିସ ମହିଳା ସବ୍‌-ଇନ୍ସପେକ୍ଟରଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲା । ଗତକାଲି ବିଳମ୍ବିତ ରାତିରେ ଏସଆଇ ରହୁଥିବା କ୍ୱାଟରରେ ପ୍ରବଳ ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା ବୋଲି ପଡ଼ୋଶୀ କହିଛନ୍ତି ।

ମହିଳା ଏସ୍ଆଇ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ । କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ଖାଇ ଦେଇଥିବା ଜଣାପଡିଛି । ରାତିରେ ମହିଳା SI ଜଣକ କାହା ସହିତ ଜୋରରେ ପାଟି କରି କଥା ହେଉଥିବାରୁ ଶୁଣିଥିବା ପଡ଼ୋଶୀ କହିଛନ୍ତି । ବୋଧହୁଏ ତାଙ୍କ ବୟଫ୍ରେଣ୍ଡ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତା ପରେ ବୋଧହୁଏ ସେ ମଶା ମାରିବାର ଲିକ୍ୟୁଡ୍ ପିଇ ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.