ସ୍ପେଶାଲ

ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ: ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ନିକଟତର ହେବେ ବୃହସ୍ପତି ଏବଂ ଶନି

କେନ୍ଯୁଜ୍: ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ । ନିକଟତର ହେବେ ଦୁଇ ଗ୍ରହ ବୃହସ୍ପତି ଓ ଶନି । ସନ୍ଧ୍ୟା ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ଆକାଶରେ ନିକଟତର ହେବେ ବୃହସ୍ପତି ଏବଂ ଶନି। ପ୍ରାୟ ୪୦୦ ବର୍ଷ ପରେ ଏହା ସଂଗଠିତ ହେବ । ଏହା ଏକ ବିରଳ ଘଟଣା । ଖାଲି ଆଖିରେ ସମସ୍ତେ ଏହାକୁ ଦେଖିପାରିବେ। ଗ୍ରହ ଦୁଇଟି ସୂର୍ଯ୍ଯାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ଅଳ୍ପ ଉପରେ ଖାଲି ଆଖିରେ ଦେଖାଯିବେ ।

ଆସନ୍ତା ତିନି ସପ୍ତାହ ଧରି ପ୍ରତିଦିନ ଏହି ଦୁଇ ଗ୍ରହ ମଧ୍ୟରେ ଦୂରତା କମିବ ଏବଂ ଏହି ଦୁଇ ଗ୍ରହ ନିକଟତର ହୋଇ ଖୁବ୍‌ ପାଖାପାଖି ଦେଖାଯିବେ । ଏହି ଦୁଇ ଗ୍ରହ ଏତେ ପାଖାପାଖି ଅବସ୍ଥାନ କରିବେ ଯେ, ଯାହା ସାଧାରଣ ଦୂରବୀକ୍ଷଣ ଏବଂ ଖାଲି ଆଖିରେ ଦେଖାଯିବ। ଏହି ଦୁଇ ଗ୍ରହ ଗୋଟିଏ ବସ୍ତୁ ପରି ପ୍ରତୀୟମାନ ହେବେ। ସେମାନଙ୍କ ଭିତର ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ। ଶେଷଥର ପାଇଁ ବୃହସ୍ପତି ଏବଂ ଶନିର ଏପରି ମହାମିଳନ ୧୬୨୩ ମସିହା ଜୁଲାଇ ୧୬ ତାରିଖରେ ଦେଖାଯାଇଥିଲା। ଆସନ୍ତା ୨୦୮୦ ମସିହାରେ ପୁଣି ବୃହସ୍ପତି ଏବଂ ଶନି ଗ୍ରହ ଏତେ ପାଖାପାଖି ଏକାଠି ହେବେ।

Sonalisa

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

1 min ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

9 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

34 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

43 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago