ସ୍ପେଶାଲ

ଏଠାରେ ୩ ଟଙ୍କାରେ ମିଳେ ମିଲ୍‌, ମାଛ ଝୋଳ, କଖାରୁ ଫୁଲ ଭଜା ସହ ମିଳେ ଆହୁରି ଅନେକ ଆଇଟମ୍‌

ଆପଣଙ୍କୁ ଏହା ଶୁଣି ଅବିଶ୍ୱାସ ଲାଗିବ ଯେ କୋଲକାତା ସହରରେ ଏବେବି ଏମିତି ଅନେକ ହୋଟେଲ ରହିଛି ଯେଉଁଠି ମିଲ୍‌ ବହୁତ ଶସ୍ତାରେ ମିଳିଥାଏ। ଭାତ ଏବଂ ତରକାରୀକୁ ଆପଣ ୩ ଟଙ୍କାରେ କିଣି ଖାଇପାରିବେ। ଏମିତି କେବଳ ଗୋଟିଏ କି ଦୁଇଟି ନୁହେଁ କୋଲକାତାର ଅନେକ ହୋଟେଲରେ ଆପଣଙ୍କୁ ୩ ଟଙ୍କାର ମିଲ୍‌ ମିଳିଯିବ। ଶସ୍ତାରେ ଏଠାରେ ଖାଇବା ମିଳୁଥିବାରୁ ଏ ହୋଟେଲକୁ ପାଇସ୍‌ ହୋଟେଲ କୁହାଯାଉଛି। ଏଥିରୁ କିଛି ହୋଟେଲ ୧୦୦ ବର୍ଷ ପୁରୁଣା ହୋଇଥିବାବେଳେ ଆଉ କିଛି ପ୍ରାୟ ୬୦-୭୦ ବର୍ଷ ପୁରୁଣା।

ଏହି ହୋଟେଲଗୁଡିକୁ ରାଇସ ହୋଟେଲ ବା ଭାତେର ହୋଟେଲ ବି କୁହାଯାଏ। କିଛି ଲୋକେ ଏହାକୁ ହିନ୍ଦୁ ହୋଟେଲ ମଧ୍ୟ କୁହନ୍ତି। ଆପଣ ବି ଯଦି କେବେ କୋଲକାତା ଯାଉଛନ୍ତି ତାହେଲେ ଏହି ହୋଟେଲରୁ ଖାଇବାକୁ ଯେମିତି କେବେବି ନ ଭୁଲନ୍ତି। ଏଠାରେ ଆପଣଙ୍କୁ କୋଲକାତାର ପାରମ୍ପରିକ ବ୍ୟଞ୍ଜନର ସ୍ୱାଦ ଚାଖିବାକୁ ମିଳିଯିବ ତାହା ପୁଣି ବହୁତ ଶସ୍ତାରେ।

କିଛି ହୋଟେଲରେ ୩ ଟଙ୍କାରେ ଖାଇବା ମିଳେ ତ ଆଉ କେଉଁଠି ଟିକିଏ ଅଧିକ ଟଙ୍କାରେ ଯାହା ଦେଶର ଅନ୍ୟ ସହର ତୁଳନାରେ ବହୁତ ଶସ୍ତା। କୋଲକାତାର ଏହି ପାଇସ ହୋଟେଲରେ ୩ ଟଙ୍କାରୁ ୨୫ ଟଙ୍କାରେ ଆପଣ ପେଟ ପୁରା ଭୋଜନ କରିପାରିବେ। ଖାସ୍‌ କରି ଲଞ୍ଚ୍‌ ଟାଇମରେ ଆଉ ରାତି ଡିନର ଟାଇମରେ ଏହି ହୋଟେଲମାନଙ୍କରେ ଲୋକଙ୍କର ପ୍ରବଳ ଭିଡ ଜମେ।

କିଛି ହୋଟେଲ ଏବେ ବି ପୁରୁଣା ଢାଞ୍ଚାରେ ଚାଲିଛି। ଲୋକଙ୍କୁ ତଳେ ଆସନରେ ବସାଇ କଦଳୀ ପତ୍ରରେ ଖାଇବା ପରଷାଯାଏ। ପୁଣି ଆଉ କିଛି ପାଇସ୍‌ ହୋଟେଲରେ ଟେବୁଲ ଚେୟାର ପଡିଛି। ନିରାମିଷ ଥାଳି ଶସ୍ତା ମିଳେ ଓ ଆମିଷ ଥାଳି ଟିକେ ମହଙ୍ଗା। ସବୁ ବଙ୍ଗାଳି ପରମ୍ପରାଗତ ବ୍ୟଞ୍ଜନ ରହିଥାଏ ଏ ଥାଳିରେ। ଏଠାରେ ମାଛ ଭଜା, ମାଛ ଝୋଳ, କଖାରୁ ଫୁଲ ଭଜା, ଆଳୁ ପୋସ୍ତ ତରକାରୀ ଓ ଭାତ ମିଳେ। ସବୁ ସୋରିଷ ତେଲ ଏବଂ ରାଇରେ ରୋଷେଇ ହୋଇଥାଏ। ତେବେ କିଛି ପାଇସ ହୋଟେଲ ବନ୍ଦ ହୋଇଗଲାଣି। କିନ୍ତୁ ଅନେକ ହୋଟେଲ ଏବେବି ଚାଲିଛି।

ଏବେ ଆପଣ ଭାବୁଥିବେ ଏହି ହୋଟେଲକୁ କୋଲକାତାରେ ପାଇସ ହୋଟେଲ କାହିଁକି କୁହାଯାଉଛି ତେବେ ଏହାପଛରେ ମଧ୍ୟ ଗୋଟିଏ କାହାଣୀ ଅଛି। ଏହି ନାଁ ମଧ୍ୟ ପଇସା ସହ ଜଡିତ ଯାହା ଭାରତୀୟ ମୁଦ୍ରାରେ ସବୁଠାରୁ କମ ଟଙ୍କା। ପାଇସ ହୋଟେଲ ଇଂରେଜ କାଳରୁ ଆରମ୍ଭ ହୋଇଥିଲା। ସେତେବେଳେ କୋଲକାତା ଦେଶର ରାଜଧାନୀ ଥିଲା। ଇଂରେଜ ଶାସନ କାଳରେ ପଇସାକୁ ପାଇସ କୁହାଯାଉଥିଲା। ଏହାର ମୂଲ୍ୟ ୦୧ କ୍ଵାଟର ବା ୦୧ ଅଣାର ବରାବର ଥିଲା।

କୋଲକାତାର ହଜାର ହଜାର ଲୋକ ଏହିଠାରେ ହିଁ ଭୋଜନ କରିଥାନ୍ତି। ଏହାଛଡା ଆହୁରି ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ କୋଲକାତାର ଏହି ହୋଟେଲରେ ଖାଦ୍ୟ ଖାଇଥାନ୍ତି। କାହିଁକିନା ଯେଉଁମାନେ ବାହାରୁ ଆସିଥାନ୍ତି ସେମାନେ ରହିବା ଖାଇବା ଶସ୍ତାରେ ଚାହିଁଥାନ୍ତି, ଯାହା ସେମାନଙ୍କୁ ଏଠାରେ ମିଳିଯାଏ। ଗ୍ରାହକଙ୍କୁ ସବୁଠୁ ଆକର୍ଷଣୀୟ କରିଥାଏ ଏଠାରେ ପରଷାଯାଉଥିବା ଖାଦ୍ୟ ତରିକା।

ଏହି ହୋଟେଲ ମଧ୍ୟରୁ ତରୁଣ ନିକେତନ, ସିଦ୍ଧେଶ୍ୱରୀ ଆଶ୍ରମ, ସ୍ୱାଦିନ ଭାରତ, ଜଗନ୍ନାଥ ଆଶ୍ରମ, ପ୍ରଭାତୀ ହୋଟେଲ, ପାର୍ବତୀ ହୋଟେଲ ଏଠାରେ ପ୍ରସିଦ୍ଧ ଏବଂ ବହୁତ ପୁରୁଣା ହୋଟେଲ ମଧ୍ୟରୁ ଅନ୍ୟତମ। କିଛି ହୋଟେଲକୁ ତ ମହିଳା ବି ଚଲାଉଛନ୍ତି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

8 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

11 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

17 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

26 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

26 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

43 mins ago