ସ୍ପେଶାଲ

୭୩ ବର୍ଷର ବରକୁ ୬୭ ବର୍ଷର କନ୍ୟା, ୫୦ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ କଲେ ବିବାହ

ପ୍ରେମ ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ନିଜ ପ୍ରେମକୁ ସାକାର କରି ବିବାହର ରୂପ ଦେଇଛନ୍ତି ଜଣେ ବୃଦ୍ଧ। ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ଜଣେ ୭୩ ବର୍ଷୀୟ ବର ୬୭ ବର୍ଷର କନ୍ୟାଙ୍କୁ ବିବାହ କରିଛନ୍ତି। ଏହି ବିବାହ ପରେ ସେମାନଙ୍କ ୫୦ ବର୍ଷ ତଳ ସ୍ୱପ୍ନ ପୂରଣ ହୋଇଛି। ଆଉ ଏହି ବିବାହ କରାଇଛନ୍ତି ସେମାନଙ୍କ ପୁଅଝିଅ। ପିତାମାତାଙ୍କ ଇଚ୍ଛା ପୂରଣ ପାଇଁ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କ ବିବାହ କରାଇଛନ୍ତି।

କଓ୍ଵର୍ଦ୍ଧା ଜନପଦର ଖୈରଝିଟି ଗ୍ରାମ ବାସିନ୍ଦା ୭୩ ବର୍ଷୀୟ ସୁକାଲରାମ ନିଷାଦ ଓ ଗୌତରହିନ ବାଇ ନିଷାଦ ଫେବ୍ରୁଆରୀ ୧୪ତାରିଖ ଭାଲେଣ୍ଟାଇନ୍‌ ଡେ’ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ୫୦ ବର୍ଷ ଧରି ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ ଉଭୟେ ବିବାହ କରିଛନ୍ତି। ତେବେ ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି, ଯାହାଙ୍କ ବିବାହ ମଧ୍ୟ ହୋଇସାରିଛି।

ରିପୋର୍ଟ ମୁତାବକ, ୫୦ ବର୍ଷ ପୂର୍ବେ ସୁକାଲ ଜଣେ ସାଙ୍ଗ ପାଇଁ ଝିଅ ଦେଖିବାକୁ ବେମେତରା ଯାଇଥିଲେ। ସେଠାରେ କନ୍ୟାର ସାନ ଭଉଣୀ ଗୌତରହିନ୍‌ଙ୍କୁ ଭଲ ପାଇ ବସିଥିଲେ ସୁକାଲ। ମାତ୍ର ସେତେବେଳେ ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ସେମାନେ ବିବାହ କରିପାରି ନଥିଲେ। କିନ୍ତୁ ସୁକାଲ ବିବାହ ବିନା ମଧ୍ୟ ଗୌତରହିନ୍‌ଙ୍କୁ ପତ୍ନୀ ଭାବେ ଘରକୁ ନେଇ ଆସିଥିଲେ ଓ ସଂସାର ଆରମ୍ଭ କରିଥିଲେ। ସେମାନେ ବିବାହ ନ କରି ୩ଟି ସନ୍ତାନର ଜନକ ହୋଇଥିଲେ।

ଏନେଇ ଗାଁରେ ଚର୍ଚ୍ଚା ହେଉଥିଲା ଯେ ବିବାହ କରିନଥିବାରୁ ମୃତ୍ୟୁ ପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହେବ ନାହିଁ। ଏଣୁ ପିତାଙ୍କ ପାଇଁ ଗାଁଲୋକଙ୍କ ସହାୟତାରେ ତାଙ୍କ ପୁଅମାନେ ବିବାହ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଗାଁରେ ଚାଲିଥିବା ନବଧା ରାମାୟଣସ୍ଥଳରେ ସମସ୍ତଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

WCW 11

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

18 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

40 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

47 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago