ସ୍ପେଶାଲ

କ୍ୟାନ୍ସର ରୋଗୀଙ୍କୁ ହରାଇ ପାରିଲାନି କରୋନା, କେନ୍ଦ୍ରାପଡାର ୮୫ ବର୍ଷୀୟ ବୃଦ୍ଧ ସୁରେନ୍ଦ୍ର ପାଲ ଜିତିଲେ କରୋନା ଯୁଦ୍ଧ

କୋଭିଡକୁ ମାତ ଦେଲେ ବୃଦ୍ଧ ଦମ୍ପତ୍ତି । କ୍ୟାନସର ପରି ମାରାତ୍ମକ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ କରୋନା ପରି ମହାମାରୀକୁ ହରାଇବାରେ ସଫଳ ହୋଇଛନ୍ତି ୮୫ ବର୍ଷୀୟ ବୃଦ୍ଧ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆଉ କେଉଁଠି ନୁହେଁ ଘଟିଛି ଖୋଦ ଓଡ଼ିଶାରେ । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ବାସିନ୍ଦା ୮୫ ବର୍ଷ ବୟସ୍କ ବୃଦ୍ଧ ଓ ତାଙ୍କ ୭୮ ବର୍ଷ ବୟସ୍କ ପତ୍ନୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ । ଖାଲି କରୋନା ନୁହେଁ ବୃଦ୍ଧ ଜଣଙ୍କ ପୂର୍ବରୁ ଗଳା କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । କିନ୍ତୁ ତଥାପି କରୋନା ପରି ମହାମାରୀ ଯୁଦ୍ଧରେ ଜିତିଛନ୍ତି ଏହି ବୃଦ୍ଧ । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଖୋଦ ଏବାବଦରେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଶ୍ରୀ ବର୍ମାଙ୍କ ଅନୁଯାୟୀ ସୁରେନ୍ଦ୍ର ପାଲ ଓ ତାଙ୍କ ପତ୍ନୀ ସାବିତ୍ରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କୋଭିଡ-19 ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ସେମାନେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି | ଏହା ସହ ଜିଲ୍ଳାଧିକାରୀ ଜଣଙ୍କ ଟ୍ୱିଟ ଜରିଆରେ କହିଛନ୍ତିକି, “ଏହି ଦମ୍ପତି ଅଶେଷ ଅଶେଷ ଶୁଭେଚ୍ଛା, ସେମାନେ ଅନ୍ୟ ମାନଙ୍କୁ ଏହି ମାରାତ୍ମକ ମହାମାରୀ ସହ ଲଢ଼ିବାକୁ ପ୍ରେରଣା ଦେଉଛନ୍ତି ।”

ଅନ୍ୟପକ୍ଷରେ, କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଏମଏଚ ବେଗ କହିଛନ୍ତିକି, ସ୍ୱରେନ୍ଦ୍ର ପାଲଙ୍କୁ କେମୋଥେରାପି ଚିକିତ୍ସା ପାଇଁ ଗତ ଜୁନ ୮ ତାରିଖରେ କଟକ ସ୍ଥିତ କ୍ୟାନ୍ସର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ସେଠାରେ ରହିଥିଲେ । ପରେ ଟେଷ୍ଟ କରାଯିବାରୁ ଜୁନ ୨୯ ତାରିଖରେ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଦୁହିଁଙ୍କୁ କଟକ ସ୍ଥିତ ଏକ କୋଭିଡ-19 ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦଶ ଦିନ ସେଠାରେ ରହି ଚିକିତ୍ସିତ ହେବା ପରେ ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ହସପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।

ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ଅଧିକ ଦେଖାଶୁଣା କରିବାକୁ ସେମାନଙ୍କୁ କେନ୍ଦ୍ରାପଡା ପ୍ରଖଣ୍ଡର ବଗଡ଼ା ଗ୍ରାମ ପଂଚାୟତ ସ୍ଥିତ କୋଭିଡ-19 କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି କେନ୍ଦ୍ରରୁ ଶୁକ୍ରବାର ଦିନ ହିଁ ସେମାନଙ୍କୁ ମୁକ୍ତ କରାଯାଇଛି । ଚିକିତ୍ସା ଅଧିକାରୀ ବେଗଙ୍କ ଅନୁଯାୟୀ, ନିଜର ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ୱାସ ଦ୍ୱରା ହିଁ ଏହି ଦୁଇ ଜଣ କରୋନା ପରି ମହାମାରୀଙ୍କୁ ମାତ ଦେଇ ପାରିଛନ୍ତି | ସାଧାରଣତଃ କ୍ୟାନ୍ସର ରୋଗୀ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । କିନ୍ତୁ ଏପରି ଏକ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଏହି ଦୁଇ ବୃଦ୍ଧ ଦମ୍ପତ୍ତି ।

KNews Bureau

Recent Posts

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର…

1 hour ago

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

2 hours ago

ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି…

2 hours ago

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ସବୁଠୁ ଦୀର୍ଘ ସମୟ ଧରି ଶାସନ କ୍ଷମତାରେ ରହିଲେ। ୨୪ ବର୍ଷ ୩ ମାସର ଲମ୍ବା ଶାସନ…

2 hours ago

ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଛାତି ଥରା ଦୃଶ୍ୟ । ଯାହାକୁ ଯିଏ ଦେଖୁଛି ସେ ଡରିଯାଉଛି…

2 hours ago

ଗୋଟେ କି ଦୁଇଟି ଗାଡି ନୁହେଁ ଏକାଥରେ ୭ଟି ଗାଡି ଦେଇଛନ୍ତି ପରସ୍ପରକୁ ଧକ୍କା

କେନ୍ଦୁଝର (କେନ୍ୟୁଜ) : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି…

2 hours ago