Below header

କ୍ୟାନ୍ସର ରୋଗୀଙ୍କୁ ହରାଇ ପାରିଲାନି କରୋନା, କେନ୍ଦ୍ରାପଡାର ୮୫ ବର୍ଷୀୟ ବୃଦ୍ଧ ସୁରେନ୍ଦ୍ର ପାଲ ଜିତିଲେ କରୋନା ଯୁଦ୍ଧ

କୋଭିଡକୁ ମାତ ଦେଲେ ବୃଦ୍ଧ ଦମ୍ପତ୍ତି । କ୍ୟାନସର ପରି ମାରାତ୍ମକ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ କରୋନା ପରି ମହାମାରୀକୁ ହରାଇବାରେ ସଫଳ ହୋଇଛନ୍ତି ୮୫ ବର୍ଷୀୟ ବୃଦ୍ଧ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆଉ କେଉଁଠି ନୁହେଁ ଘଟିଛି ଖୋଦ ଓଡ଼ିଶାରେ । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ବାସିନ୍ଦା ୮୫ ବର୍ଷ ବୟସ୍କ ବୃଦ୍ଧ ଓ ତାଙ୍କ ୭୮ ବର୍ଷ ବୟସ୍କ ପତ୍ନୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ । ଖାଲି କରୋନା ନୁହେଁ ବୃଦ୍ଧ ଜଣଙ୍କ ପୂର୍ବରୁ ଗଳା କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । କିନ୍ତୁ ତଥାପି କରୋନା ପରି ମହାମାରୀ ଯୁଦ୍ଧରେ ଜିତିଛନ୍ତି ଏହି ବୃଦ୍ଧ । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଖୋଦ ଏବାବଦରେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଶ୍ରୀ ବର୍ମାଙ୍କ ଅନୁଯାୟୀ ସୁରେନ୍ଦ୍ର ପାଲ ଓ ତାଙ୍କ ପତ୍ନୀ ସାବିତ୍ରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କୋଭିଡ-19 ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ସେମାନେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି | ଏହା ସହ ଜିଲ୍ଳାଧିକାରୀ ଜଣଙ୍କ ଟ୍ୱିଟ ଜରିଆରେ କହିଛନ୍ତିକି, “ଏହି ଦମ୍ପତି ଅଶେଷ ଅଶେଷ ଶୁଭେଚ୍ଛା, ସେମାନେ ଅନ୍ୟ ମାନଙ୍କୁ ଏହି ମାରାତ୍ମକ ମହାମାରୀ ସହ ଲଢ଼ିବାକୁ ପ୍ରେରଣା ଦେଉଛନ୍ତି ।”

corona--

ଅନ୍ୟପକ୍ଷରେ, କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଏମଏଚ ବେଗ କହିଛନ୍ତିକି, ସ୍ୱରେନ୍ଦ୍ର ପାଲଙ୍କୁ କେମୋଥେରାପି ଚିକିତ୍ସା ପାଇଁ ଗତ ଜୁନ ୮ ତାରିଖରେ କଟକ ସ୍ଥିତ କ୍ୟାନ୍ସର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ସେଠାରେ ରହିଥିଲେ । ପରେ ଟେଷ୍ଟ କରାଯିବାରୁ ଜୁନ ୨୯ ତାରିଖରେ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଦୁହିଁଙ୍କୁ କଟକ ସ୍ଥିତ ଏକ କୋଭିଡ-19 ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦଶ ଦିନ ସେଠାରେ ରହି ଚିକିତ୍ସିତ ହେବା ପରେ ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ହସପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।

ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ଅଧିକ ଦେଖାଶୁଣା କରିବାକୁ ସେମାନଙ୍କୁ କେନ୍ଦ୍ରାପଡା ପ୍ରଖଣ୍ଡର ବଗଡ଼ା ଗ୍ରାମ ପଂଚାୟତ ସ୍ଥିତ କୋଭିଡ-19 କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି କେନ୍ଦ୍ରରୁ ଶୁକ୍ରବାର ଦିନ ହିଁ ସେମାନଙ୍କୁ ମୁକ୍ତ କରାଯାଇଛି । ଚିକିତ୍ସା ଅଧିକାରୀ ବେଗଙ୍କ ଅନୁଯାୟୀ, ନିଜର ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ୱାସ ଦ୍ୱରା ହିଁ ଏହି ଦୁଇ ଜଣ କରୋନା ପରି ମହାମାରୀଙ୍କୁ ମାତ ଦେଇ ପାରିଛନ୍ତି | ସାଧାରଣତଃ କ୍ୟାନ୍ସର ରୋଗୀ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । କିନ୍ତୁ ଏପରି ଏକ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଏହି ଦୁଇ ବୃଦ୍ଧ ଦମ୍ପତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.